ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୪/୧୦/୨୬
ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅଧୀନ ଚିତାପରି ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ ବାଲିମେଳା ବନ କର୍ମଚାରୀମାନେ ଚିତାପରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ବଜ୍ରକାପ୍ତା କୁ ଦେଖିଥିଲେ ବାଲିମେଳା ବନ କର୍ମଚାରୀମାନେ ତୁରନ୍ତ ବିଲୁପ୍ତ ପ୍ରାୟ ଏହି ବଜ୍ରକାପ୍ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ବର୍ତ୍ତମାନ ଏହାର ଶାରୀରିକ ଚିକିତ୍ସା ପାଇଁ ନିରୀକ୍ଷଣରେ ରଖାଯାଇଛି। ତେବେ ସମ୍ପୂର୍ଣ୍ଣ ସୁସ୍ଥ ଓ ମୁକ୍ତି ପାଇଁ ଉପଯୁକ୍ତ ବୋଲି ନିଶ୍ଚିତ ହେବା ପରେ ବନ ବିଭାଗର ନିୟମାନୁସାରେ ଏହାକୁ ପୁଣି ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯିବ।






