ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
ଏବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୨୩ ମିନିଟ ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୪୦ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୫୬ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୧ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୧ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

ବଙ୍ଗାଳୀ ସମାଜର ମାଲକାନଗିରି ସଦର ୟୁନିଟ ଗଠନ

ବଙ୍ଗାଳୀ ସମାଜର ମାଲକାନଗିରି ସଦର ୟୁନିଟ ଗଠନ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
ମାଲକାନଗିରି, ୨୫/୧୦/୨୬: ମାଲକାନଗିରି ବଙ୍ଗାଳୀ ସମାଜର ସଦର ୟୁନିଟ୍‍ ଗଠନ ସମାପ୍ତ ହୋଇଛି । ସ୍ଥାନୀୟ ଏମ୍‍.ଭି. ୩ ଗ୍ରାମ ସ୍ଥିତ ରାଧାଗୋବନ୍ଦ ମନ୍ଦିର ପ୍ରାଙ୍ଗଣରେ ସମାଜର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ସୁନିଲ ବିଶ୍ୱାସ, ସାଧାରଣ ସମ୍ପାଦକ ମନୋଜ ଚୌଧୁରୀ, କୋଷାଧ୍ୟକ୍ଷ ବିଦ୍ୟୁତ୍‍ ବିଶ୍ୱାସ, ଅତିରିକ୍ତ କୋଷାଧ୍ୟକ୍ଷ ସଞ୍ଜୟ ଗୋଲଦାର, କୋର କମିଟି ସଦସ୍ୟ ଡ. ଗୋପାଲ ଚନ୍ଦ୍ର ବିଶ୍ୱାସ, କମଲେଶ ରାୟ, ପ୍ରହଲ୍ଲାଦ ବୋସୁ, ଉପଦେଷ୍ଟା ରମେନ ରାୟ, ମୁଖ୍ୟ ପ୍ରବକ୍ତା ତାରକ ମଠଳ ମଞ୍ଚାସୀନ ହୋଇ ମାଲକାନଗିରି ସଦର ୟୁନିଟ ଅଧୀନ ସମସ୍ତ ଗ୍ରାମରୁ ଆସିଥିବା ମହିଳା ଓ ପୁରୁଷ ମନଙ୍କୁ ସମାଜର ଉଦ୍ଦେଶ୍ୟ, ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ୱନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ ।

ବଙ୍ଗାଳୀ ସମାଜର ମାଲକାନଗିରି ସଦର ୟୁନିଟ ଗଠନ – ସମୀକ୍ଷା

ବିସେଷ କରି ଏହି ସମାଜ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ସମାନତା ରକ୍ଷା କରି ଆଗକୁ ବଢିବା ଉପରେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ସମାଜ କିପରି ଉନ୍ନତିମୂଳକ କାର୍ଯ୍ୟ କରି ଅଗ୍ରଗତି ହୋଇପାରିବ ସେ ସମ୍ପର୍କରେ ମଞ୍ଚାସୀନ ଅତିଥି ମାନେ ମତପ୍ରକାଶ କରିଥିଲେ । ଅବଶେଷରେ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ନେଇ ଜୋନ୍‍ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ସରକାରଙ୍କୁ ସଦର ୟୁନିଟ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ରଞ୍ଜିତ ସାହା କାର୍ଯ୍ୟକାରୀ ସଭାପତି, ଦେବବ୍ରତ କର୍ମକାର ସାଧାରଣ ସମ୍ପାଦକ, ଜଗନ୍ନାଥ ବୋସୁ କୋଷାଧ୍ୟକ୍ଷ, ମୁଖ୍ୟ ଉପଦେଷ୍ଟା ଦିଲିପ ଦାସଙ୍କ ସହ ୪୮ ଜଣ ସଦସ୍ୟଙ୍କୁ ନେଇ ସଦର ୟୁନିଟ କମିଟି ଗଠନ କରା ଯାଇଥିଲା । ଅବଶେଷରେ ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମନେ ସାଧୁବାଦ ଜଣାଇ ସଭାସାଙ୍ଗ କରିଥିଲେ ।

ବଙ୍ଗାଳୀ ସମାଜର ମାଲକାନଗିରି ସଦର ୟୁନିଟ ଗଠନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ