ଆଠ ବର୍ଷ ଧରି ଅଧପନ୍ତରିଆ ମେଘା ପାନୀୟ ଜଳ ପ୍ରକଳ୍ପ: ରାସ୍ତା ଖୋଳା ଓ ମରାମତିରେ ଅତିଷ୍ଠ ଜନସାଧାରଣ
ରତିକାନ୍ତ ନାୟକ /ଧାମନଗର/ସମୀକ୍ଷା ନ୍ୟୁଜ : ଭଦ୍ରକ ଜିଲ୍ଲାର ଆରଡ଼ି, ସୁନ୍ଦରପୁର, ପାଳସାହ, ସାହସପୁର, ହସନାବାଦ ଆଦି ପଞ୍ଚାୟତ ସମେତ ଧୂଷୁରୀ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମେଘା ପାନୀୟ ଜଳ ପ୍ରକଳ୍ପକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଉଛି। ଦୀର୍ଘ ଆଠ ବର୍ଷ ଧରି ପ୍ରକଳ୍ପର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏଯାଏଁ ଲୋକଙ୍କୁ ଆଶାନୁରୂପ ଭାବେ ପାନୀୟ ଜଳ ଯୋଗାଣ ହୋଇପାରିନାହିଁ। ଫଳରେ ମେଘା ପାଣିକୁ ଅପେକ୍ଷା କରି କରି ଅଞ୍ଚଳବାସୀ ନିରାଶ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ,…