ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’
ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍: ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଆନୁପଚାରିକ ଶୁଭାରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ମିଶନ ଶକ୍ତି ଦ୍ୱାରା ଏକ ସନ୍ଧ୍ୟାକାଳୀନ ବିଶେଷ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପରିସରରେ ଆୟୋଜିତ ଏହି ସାମୂହିକ ଦୀପ ପ୍ରଜ୍ୱଳନ ଉତ୍ସବରେ ଶତାଧିକ ମହିଳା ଓ ସ୍ଥାନୀୟ ନାଗରିକ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ…