ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ
ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ – ସମୀକ୍ଷା ଖବର

ସାଧନା ଜୁଏଲର୍ସ ଚୋରି ମାମଲାରେ ବଡ଼ ସଫଳତା,୨୩ ସୁନା ଅଳଙ୍କାର ସହ ବନ୍ଧୁକ ଓ ବାଇକ୍ ଜବତ; ୩ ଅଭିଯୁକ୍ତ ଗିରଫ

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ: ପାରାଦୀପ ତାରେଣୀଗଡା ଅଞ୍ଚଳର ସାଧନା ଜୁଏଲର୍ସରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି। ଚୋରି ଘଟଣାର ଦୁଇ ଦିନ ମଧ୍ୟରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ୨୩ଟି ଚୋରି ସୁନା ଅଳଙ୍କାର, ଗୋଟିଏ ବନ୍ଧୁକ ଏବଂ ଗୋଟିଏ ବଜାଜ ପଲସର ବାଇକ୍ ଜବତ କରିଛି। ସୂଚନା ଅନୁଯାୟୀ, ସାଧନା ଜୁଏଲର୍ସରୁ ସୁନା ଅଳଙ୍କାର ଚୋରି…

Read More
ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ – ସମୀକ୍ଷା ଖବର

ଓଏମସି ପୁରୀ କୋଷ୍ଟାଲ ମାରାଥନ ପ୍ରୋମୋ ରନ୍ ସହ ମାଲକାନଗିରିରେ ଧୂମଧାମରେ ପାଳିତ ହେଲା ବିଶ୍ୱ ପର୍ଯ୍ୟଟନ ଦିବସ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୭/୦୯/୨୬ସ୍ଥାନୀୟ ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ମାଲକାନଗିରିଠାରେ ବିଶ୍ୱ ପର୍ଯ୍ୟଟନ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଉଦ୍ୟମରେ ଓଏମସି ପୁରୀ କୋଷ୍ଟାଲ ମାରାଥନ ଓଡ଼ିଶା ପ୍ରୋମୋ ରନର ଆୟୋଜନ କରାଯାଇଥିଲା। ଏହି ଦୌଡ଼ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରୁ ଆରମ୍ଭ ହୋଇ ପ୍ରସିଦ୍ଧ ମଲ୍ଲିକେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା।…

Read More
ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ – ସମୀକ୍ଷା ଖବର

ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱକୁ ଜାତୀୟ ସ୍ୱୀକୃତି; ମାଲକାନଗିରି ଜିଲ୍ଲା ପ୍ରଶାସନକୁ ମିଳିଲା ସ୍କଚ୍ ଆୱାର୍ଡ

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:୨୭/୦୯/୨୬ପ୍ରଶାସନିକ ଦକ୍ଷତା ଏବଂ ଅଭିନବ ଯୁବ ସଶକ୍ତିକରଣ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏକ ଐତିହାସିକ ସଫଳତା ହାସଲ କରିଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟକ୍ରମ ପ୍ରଗତି ପଥେ ଯୁବ ମାଲକାନଗିରି ପାଇଁ ଆଜି ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରଠାରେ ଆୟୋଜିତ ୧୧୦ତମ ସ୍କଚ୍ ସମିଟ୍‌ରେ ଜିଲ୍ଲା ପ୍ରଶାସନକୁ ପ୍ରତିଷ୍ଠିତ ଜାତୀୟ ସ୍କଚ୍ ଆୱାର୍ଡ ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ…

Read More
ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ – ସମୀକ୍ଷା ଖବର

ଟ୍ରେନ୍ ଲାଇନ୍ କଡ଼ରୁ ଅଜଣା ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ

ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବସ୍ତି ଫାଟକଠାରୁ ପ୍ରାୟ ୧୦୦ ମିଟର ଦୂରରେ ଆଜି ସକାଳେ ରେଳ ଲାଇନ୍ କଡ଼ରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୁରିବାହାଲ ଷ୍ଟେସନରୁ କଣ୍ଟାବାଞ୍ଜି ଯିବା ଲାଇନ୍ କଡ଼ରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା। ମୃତକଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ଶରୀର ଛିନ୍ନଭିନ୍ନ ଅବସ୍ଥାରେ ପଡ଼ିଥିଲା, ଯାହା ଦେଖିବାକୁ ଅତ୍ୟନ୍ତ ଭୟଙ୍କର ଥିଲା। ଖବର ସଂଗ୍ରହ…

Read More
ପୂଜା ମଞ୍ଚରେ ଅତିଥି ନୁହେଁ, ସେବାର ସାଥୀ ହେଲେ ‘ଟଙ୍କିକିଆ ଡାକ୍ତର’ – ସମୀକ୍ଷା ଖବର

ପୂଜା ମଞ୍ଚରେ ଅତିଥି ନୁହେଁ, ସେବାର ସାଥୀ ହେଲେ ‘ଟଙ୍କିକିଆ ଡାକ୍ତର’

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ: (ଲୋକଙ୍କ ଅନୁରୋଧରେ ମଞ୍ଚ ଉପରେ ହିଁ ରୋଗୀ ଦେଖିଲେ ଡାକ୍ତର ଶଙ୍କର ରାମଚନ୍ଦାନୀ ,ଉତ୍ସବ ମଞ୍ଚରୁ ମିଳିଲା ସେବାର ନିଆରା ବାର୍ତ୍ତା) ବରଗଡ଼: ୨୭/୦୯ ପୂଜା ମଞ୍ଚରେ ଅତିଥି ଭାବେ ବସିଥିଲେ। ଭାଷଣ ଦେଲେ। ଅତିଥି ଭାବେ ନିଜ ଦାୟିତ୍ୱ ସାରିବା ପରେ ସାଧାରଣତଃ ଫେରିଯିବା କଥା। କିନ୍ତୁ ଲୋକଙ୍କ ଅନୁରୋଧ ତାଙ୍କୁ ମଞ୍ଚ ଛାଡ଼ିବାକୁ ଦେଲା ନାହିଁ। ପୂଜା ମଞ୍ଚ ହିଁ ପାଲଟିଗଲା…

Read More
ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ – ସମୀକ୍ଷା ଖବର

ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ

ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ: ଆଜି ନୟାଗଡ଼ ଜିଲ୍ଲା ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଏକ ଦୌଡ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକ।ରୀ ଙ୍କ ପରୌତେ ରେ ଅନୁଷ୍ଠିତ ହୋଇଥିଲା। ଏହି ଦୌଡକୁ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣ ଦେବ…

Read More
କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ – ସମୀକ୍ଷା ଖବର

କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ

ଅଭିଳାଷ ମହାନନ୍ଦିଆ / କଲ୍ୟାଣସିଂହପୁର / ସମୀକ୍ଷା ନିୟୁଜ୍:ବିଗତ ତିନି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାତାର ବର୍ଷା ପ୍ରଭାବରେ ବିଭିନ୍ନ ସ୍ଥାନରେ କଚ୍ଚା ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏକ ବଡ଼ ଧରଣର ଅଘଟଣରୁ ଗୋଟିଏ ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ସଦର ସାଇ ନଗର ନିବାସୀ ଲଷ୍ମୀ ନାଗ,ଙ୍କ ମାଟି ତିଆରି କାନ୍ଥଟି ହଠାତ୍…

Read More
ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ – ସମୀକ୍ଷା ଖବର

ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ: କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ଆୟୋଜିତ; ୨୦୦ରୁ ଉର୍ଦ୍ଧ୍ୱ ଦୌଡ଼ବିତ୍‌ଙ୍କ ଅଂଶଗ୍ରହଣ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନିୟୁଜ୍/କେନ୍ଦୁଝର: କେନ୍ଦୁଝର, ୨୭/୦୯:ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ ଅବସରରେ କେନ୍ଦୁଝର ଜିଲ୍ଲାର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ, ଅନ୍ୟନ୍ୟ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାର ବ୍ୟାପକ ପ୍ରଚାର ପ୍ରସାର ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୭ ସେପ୍ଟେମ୍ବର, ରବିବାର ସକାଳେ ଏକ ‘ଜିଲ୍ଲାସ୍ତରୀୟ ପ୍ରୋମୋ ରନ୍’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଓଡ଼ିଶାକୁ ଫିଟନେସ୍, ୱେଲନେସ୍ ଏବଂ ସକ୍ରିୟ ପର୍ଯ୍ୟଟନର ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବେ ଉପସ୍ଥାପିତ କରିବା ସହ କେନ୍ଦୁଝରର…

Read More
ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି – ସମୀକ୍ଷା ଖବର

ଉନ୍ନତ ବିଦ୍ୟୁତ୍ ସେବାର ପ୍ରତିଶ୍ରୁତି,ସାମାନ୍ୟ ପବନରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ,ଅଭିଯୋଗ ପରେ ବି ସୁଧୁରୁନି ସ୍ଥିତି

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା: ଉନ୍ନତମାନର ବିଦ୍ୟୁତ୍ ସେବା ଯୋଗାଇବା ଆଶାରେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥା ଘରୋଇ ସଂସ୍ଥା ହାତକୁ ଦିଆଗଲା l ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, କମ୍ ବିଭ୍ରାଟ ଓ ଅଭିଯୋଗର ତୁରନ୍ତ ସମାଧାନର ପ୍ରତିଶ୍ରୁତି ମିଳିଥିଲା l ହେଲେ ଝାରସୁଗୁଡ଼ା ସହରର ବାସ୍ତବ ଚିତ୍ର ଏବେ ସେହି ପ୍ରତିଶ୍ରୁତି ଉପରେ ପ୍ରଶ୍ନଚିହ୍ନ ଲଗାଇଛି l ବର୍ଷ ପରେ ବର୍ଷ ବିତୁଛି, ବ୍ୟବସ୍ଥାପନା ବଦଳୁଛି, କିନ୍ତୁ ସାମାନ୍ୟ ପବନରେ ବିଦ୍ୟୁତ୍ କଟିବାର ଦୁର୍ଦ୍ଦଶା…

Read More
ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ – ସମୀକ୍ଷା ଖବର

ପୁରୁଣାବସ୍ତି ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା : ଝାରସୁଗୁଡ଼ା,୨୬/୯: ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ପରମ୍ପରାର ଏକ ଅନନ୍ୟ ଗଣପର୍ବ ଭାବେ ପରିଚିତ ଭାଗବତ ଜନ୍ମ ଉତ୍ସବ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଛି l ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥି ‘ସୁନିଆଁ’ ଅବସରରେ ଜଗନ୍ନାଥ ସଂସ୍କୃତି ସହ ଓତପ୍ରୋତ ଏହି ପରମ୍ପରା ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୁରୁଣାବସ୍ତିସ୍ଥିତ ଭାଗବତ ମନ୍ଦିରରେ ଭାଗବତ ଜନ୍ମ ଉତ୍ସବ ଧାର୍ମିକ ରୀତିନୀତି ଅନୁଯାୟୀ…

Read More