ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍ କୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ବିଶାଖାପାଟଣା-କିରଣ୍ଡୁଲ୍ NE ୨୯ରୁ ୪ ଯାଏ ବାତିଲ୍ କରାଯାଇଥିବା ବେଳେ ବିଶାଖାପାଟଣା-କୋରାପୁଟ ପାସେଞ୍ଜର ୨୭ରୁ ୩୦ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି କୋରାପୁଟ-ବିଶାଖାପାଟଣା ପାସେଞ୍ଜର ୨୮ରୁ ୩୧ ପର୍ଯ୍ୟନ୍ତ, ବିଶାଖାପାଟଣା-କୋରାପୁଟ ଇଣ୍ଟରସିଟି ୩୦-୩୧, ବିଶାଖାପାଟଣା-କିରଣ୍ଡୁଲ୍ ପାସେଞ୍ଜର ୨୭ରୁ ୩୦ ବାତିଲ କରାଯାଇଛି । ନ୍ୟପଟେ ହୀରାଖଣ୍ଡ ଏକ୍ସପ୍ରେସ ୨୭ରୁ ୩୦ ରାୟଗଡ଼ା ପର୍ଯ୍ୟନ୍ତ ଯିବ । ହୀରାଖଣ୍ଡ ଏକ୍ସପ୍ରେସ୍ ୨୮ରୁ ୩୧ ରାୟଗଡ଼ା ପର୍ଯ୍ୟନ୍ତ ଆସିବ ।






