ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୩ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୩ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୩ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୩ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୩ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ବରଗଡ଼: ରାସ୍ତାକଡ଼ରେ ବେଆଇନ ରାଖାଦ, ମାଟି ବଢୁଛି ଦୁର୍ଘଟଣା ଆଶଙ୍କା

ବରଗଡ଼: ରାସ୍ତାକଡ଼ରେ ବେଆଇନ ରାଖାଦ, ମାଟି ବଢୁଛି ଦୁର୍ଘଟଣା ଆଶଙ୍କା – ସମୀକ୍ଷା ଖବର

ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନ୍ୟୁଜ :

ବରଗଡ଼ ଜିଲ୍ଲାର ପ୍ରମୁଖ ରାସ୍ତାକଡ଼ ଗୁଡ଼ିକରେ ବେଆଇନ ଭାବେ ରାଖାଦ ବା ଫ୍ୟାକ୍ଟ୍ରି ବର୍ଜ୍ୟବସ୍ତୁ ଢଳାଯିବା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ବିଭିନ୍ନ ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଏହି ବିଷାକ୍ତ ଗୁଣ୍ଡ ଚିମିନି ପାଉଁଶକୁ ସୁରକ୍ଷିତ ସ୍ଥାନରେ ନଷ୍ଟ କରିବା ପରିବର୍ତ୍ତେ, କେତେକ ଟ୍ରକ୍ ଚାଳକ ଓ ଠିକାଦାର ରାତି ଅନ୍ଧାରରେ ଏହାକୁ ଜାତୀୟ ରାଜପଥ ଏବଂ ଗ୍ରାମ୍ୟ ରାସ୍ତାର କଡ଼ରେ ଢାଲି ଦେଇ ଚାଲିଯାଉଛନ୍ତି । ଏହି ବେଆଇନ କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଧୂଳି ସୃଷ୍ଟି ହେଉଛି। ସାମାନ୍ୟ ପବନ ହେଲେ ରାଖାଦ ଗୁଣ୍ଡ ଉଡ଼ି ପାଖାପାଖି ଗାଁ ଏବଂ କୃଷି ଜମି ଉପରେ ପଡ଼ୁଛି। ଫଳରେ ଚାଷ ଉଜୁଡ଼ିବା ସହ ଲୋକମାନେ ଶ୍ୱାସକ୍ରିୟା ଜନିତ ରୋଗ, କାଶ ଏବଂ ଆଖି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ବାଇକ୍ ଆରୋହୀ ଏବଂ ପଥଚାରୀମାନେ ରାସ୍ତାରେ ଯିବାଆସିବା କରିବା ସମୟରେ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି।ରାସ୍ତାକଡ଼ରେ ପାଉଁଶର ପାହାଡ଼ ସଦୃଶ ଗଦା ହୋଇ ରହିବା ଯୋଗୁଁ ବହୁ ସମୟରେ ଗାଡ଼ି ଚାଳକମାନେ ରାସ୍ତାର ମୋଡ଼ ଦେଖିପାରୁ ନାହାନ୍ତି। ବର୍ଷା ଦିନେ ଏହି ରାଖାଦ ମାଟି ରାସ୍ତା ଉପରକୁ ଭାସି ଆସି ପିଚ୍ଛିଳ ପରିବେଶ ସୃଷ୍ଟି କରୁଛି, ଯାହାଦ୍ୱାରା ଦୈନନ୍ଦିନ ଛୋଟବଡ଼ ସଡ଼କ ଦୁର୍ଘଟଣା ଘଟୁଛି।ଜିଲ୍ଲାର ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଏହାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ, ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଯଦି ତୁରନ୍ତ ରାସ୍ତାକଡ଼ରୁ ଏହି ରାଖାଦ ଅପସାରଣ କରାନଯାଏ ଏବଂ ବେଆଇନ ଭାବେ ଗାଡ଼ି ଖାଲି କରୁଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜପଥ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

ବରଗଡ଼: ରାସ୍ତାକଡ଼ରେ ବେଆଇନ ରାଖାଦ, ମାଟି ବଢୁଛି ଦୁର୍ଘଟଣା ଆଶଙ୍କା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ