ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 26/10/2026(ନି. ପ୍ର ): ଜଗତସିଂହପୁର ଜିଲା ବାଲିକୁଦା ବ୍ଲକର ଗାଁ ମାନଙ୍କରେ ମା ଗଜଲକ୍ଷ୍ମୀ ବିଦ୍ୟମାନ | ଭକ୍ତ ମାନେ ବହୁ ଆଡମ୍ବରରେ ପୂଜା ଅର୍ଚନା କରୁଥିବାର ଦେଖିବାକୁ ମିଳିଛି | ଚାଷୀମାନେ କ୍ଷେତରେ ଧାନ କେଉଁଠାରେ ଥୋର ହେଲାଣି ଵା କେଉଁଠାରେ କେଣ୍ଡା ବାହାରିଗଲାଣି | ତାହାକୁ ଦେଖୀ ଚାଷୀ ମନରେ ଉଙ୍କି ଉଠିଛି ଖୁସିର ଲହରୀ | କିନ୍ତୁ କ୍ଷେତରେ ବର୍ତ୍ତମାନ ଦରକାର ଅସରାଏ ବର୍ଷା | ତେଣୁ ଗଜଲକ୍ଷ୍ମୀ ମାଙ୍କୁ ଚାଷୀ ଭାଇ ପୂଜା ଅର୍ଚନା କରି ଅଳି କରିଛି ଭଲ କରି ବୁନ୍ଦାଏ ପାଣି କ୍ଷେତରେ ବର୍ଷୀଯାଉ | ଧାନ ଗଛ ଜୀବନ ପାଇ ଯିବ | ଧନ ଧାନ୍ୟରେ ପୂର୍ଣ୍ଣ ହେବ ଚାଷୀର ଅମାର | ଆଶୀର୍ବାଦ ଭିକ୍ଷାରେ ଗାଁ ଗାଁ ବୁଲି ଚାଷୀ ଭାଇଙ୍କ ପାଇ ଆଶୀର୍ବାଦ ଭିକ୍ଷା କରିଛନ୍ତି ଲିନା ମହାନ୍ତି ବାଲିକୁଦା ମାଟିର ସୁଯୋଗ୍ୟା ମହିଳା ନେତ୍ରୀ ଓ ସମାଜସେବୀ | ଖରିକାଦଣ୍ଡା, ବ୍ରାହ୍ମଣ୍ଡି, ଓଳାଂଶ, ନାଆଦା, କଣିଆ, ଓର,ସିଂହାରପୁର ଏପରି ଅନେକ ଗ୍ରାମରେ ପହଞ୍ଚି ଦର୍ଶନ କରି ଆଶୀର୍ବାଦ ନେବାରେ ନଜରରେ ଆସିଛନ୍ତି ଶ୍ରୀମତୀ ଲିନା ଓ ତାଙ୍କର ସମର୍ଥକ ମାନେ | ପୂଜା ପରେ ପରେ ଝିପି ଝିପି ବର୍ଷା ପଡ଼ିବାର ମଧ୍ୟ ଦେଖାଦେଇଛି | ଚାଷୀ ମାନେ ମା ଗଜଲକ୍ଷ୍ମୀ ଙ୍କରଏହା ଆଶୀର୍ବାଦ ବୋଲିକ ହୁଥିବାର ଶୁଣିବାକୁ ମିଳିଛି |ଚାଷୀଭାଇ ମାନେ ଲିନା ମହାନ୍ତିଙ୍କର ଲୋକଙ୍କ ପ୍ରତି ଶ୍ରଦ୍ଧା, ସମର୍ପଣ ଓ ନିଷ୍ଠାକୁ ସ୍ୱାଗତ ସହ ବହୁ ସମର୍ଦ୍ଧନା ଓ ସାଧୁବାଦ ଦେବାର ନଜର ଆସିଛି | ଶ୍ରୀମତୀ ଲୀନଙ୍କ ସହ ଥିଲେ ଦିଲୀପ ରାଉଳ, କୃପାସିନ୍ଧୁ ମହାନ୍ତି, ସାଗର ସ୍ୱାଇଁ, ଦୁର୍ୟୋଧନ ପଣ୍ଡା, ଭଗବାନ ମହାନ୍ତି, ବିଭୁତି ଭୂଷଣ, ଅପୁ, କାଳନ୍ଦୀ ମନ୍ତ୍ରୀ, କ୍ଷେତ୍ର ମୋହନ ସାହୁ ଓ ବହୁ ସମର୍ଥକ ମାନେ|






