ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
ଏବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ମିନିଟ ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧୨ ମିନିଟ ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧୬ ମିନିଟ ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨୧ ମିନିଟ ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ ୨୯ ମିନିଟ ପୂର୍ବେBargarh Anganwadi workers outrage over the CDPO’s arbitrary: ସିଡିପିଓଙ୍କ ମନମୁଖୀ କାର୍ଯ୍ୟ ଓ ନିମ୍ନମାନର ପୋଷାକ ଯୋଗାଣକୁ ନେଇ ତାତିଲେ ବରଗଡ଼ ଅଙ୍ଗନୱାଡି କର୍ମୀ ଓ ସହାୟିକା ୩୩ ମିନିଟ ପୂର୍ବେChief Minister’s visit to Paradip: ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗ୍ରସ୍ତକୁ ନେଇ ପୁରା ସଜାଗ ପୋଲିସ୍ ପ୍ରଶାସନ ୩୬ ମିନିଟ ପୂର୍ବେRairangpur Postal Division: ରାଇରଙ୍ଗପୁର ଡାକମଣ୍ଡଳ ପକ୍ଷରୁ ସ୍ପର୍ଶ ଛାତ୍ରବୃତ୍ତି ଓ କର୍ମଚାରୀ ପୁରସ୍କାର ଘୋଷଣା ୪୦ ମିନିଟ ପୂର୍ବେCo-education system is failing: ବିଫଳ ହେଉଛି ସହଶିକ୍ଷା ବ୍ୟବସ୍ଥା, ସାଇଁକୁଳାରେ ରହିଛି ପୁଅ, ଝିଅଙ୍କ ପାଇଁ ପୃଥକ ପ୍ରାଥମିକ ବିଦ୍ୟାଳୟ ୪୪ ମିନିଟ ପୂର୍ବେObservance Annual Mines Safety : ଗୋରୁମହିଷାଣି ଲୌହଖଣିର ୪୪ତମ ବାର୍ଷିକ ଖଣି ସୁରକ୍ଷା ପକ୍ଷ ପାଳନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲା ପ୍ରତିନିଧି / ଜଗତସିଂହପୁର / ସମୀକ୍ଷା ନ୍ୟୁଜ:

ଜଗତସିଂହପୁର,ତା ୨୭.୧୦.୨୦୨୬ ରିଖ ( ନି. ପ୍ର ): ପଶ୍ଚିମମଧ୍ୟ୍ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅର୍ଣ୍ଣବ ବାତ୍ୟା ର ରୂପ ନେଇ ସମୁଦ୍ର ମଧ୍ୟରେ ଗତି କରି ୨୮/୧୦/୨୬ ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନମ୍ ରେ ସ୍ଥଳଭାଗ ଛୁଇଁବା ର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଯାଇଛି। ଜିଲ୍ଲା ରେ ସାମ୍ଭାବ୍ୟ ବାତ୍ୟା ପ୍ରଭାବର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।ଜଗତସିଂହପୁର ଜିଲ୍ଲାରେ ୨୮/୧୦/୨୬ ପର୍ଯ୍ୟନ୍ତ ଅରେଞ୍ଜ ୱାର୍ନିଙ୍ଗ ସହ ବର୍ଷା ଏବଂ ଘଣ୍ଟା ପ୍ରତି ୪୦ କିମି ରୁ ୫୦ କିମି ବେଗରେ ପବନ ସହ ଘଡଘଡି ଓ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୨୯ ତାରିଖ ୟେଲୋ ଜୋନ ରେ ରହିଛି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ, ଏଡେଡ, ବିଦ୍ୟାଳୟ ଓ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ୨୭/୧୦/୨୬ ଓ ୨୮/୧୦/୨୬ ତାରିଖ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲା ର ସମସ୍ତ ବ୍ଲକ୍, ଲାଇନ୍ ବିଭାଗ ଆଦି ସତର୍କ ରହିଛନ୍ତି। ସମସ୍ତ ଆଶ୍ରୟସ୍ଥଳୀ କୁ ଅତ୍ୟାବଶ୍ୟକ ସୁବିଧା ସହ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାରେ ୧ ଏନ୍ ଡି ଆର ଏଫ ଟିମ୍ ଜଗତସିଂହପୁର ରେ, ୩ ଟି ଓଡ଼୍ରାଫ୍ ଟିମ୍ ପାରାଦ୍ୱିପ, ଏରସମା ଓ ଜଗତସିଂହପୁର ରେ ଆଲର୍ଟ ରହିଛନ୍ତି। ଏଥି ସହିତ ୮ ଟି ଫାୟାର ଟିମ୍ ସଜାଗ ରହିଛି ବୋଲି ଜିଲ୍ଲା ଜରୁରକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜିଲ୍ଳା ପ୍ରଶାସନ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ସେମାନଙ୍କ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ର ପରିସ୍ଥିତ ଓ ସୂଚନା ଅନୁଯାୟୀ ଜିଲ୍ଲା ପ୍ରତି ସେପରି କିଛି ବିପଦ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଜନସାଧାରଣ ଙ୍କୁ ଏଥିପାଇଁ ଭୟଭୀତ ନ ହୋଇ, ଗୁଜବର ଶୀକାର ନ ହୋଇ ପ୍ରଶାସନକୁ ସହଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଓୟୁଏଟି ତରଫରୁ ପାକଶାଳା ବଗିଚା ସମ୍ବନ୍ଧୀୟ ତାଲିମ ଶିବିର