ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୩ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୩ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୩ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୪ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବାକୁ କଳାହାଣ୍ଡିରୁ ୪୬ ଜଣିଆ ପ୍ରତିନିଧି ଦଳର ଗୁଜରାଟ ଗସ୍ତ

ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବାକୁ କଳାହାଣ୍ଡିରୁ ୪୬ ଜଣିଆ ପ୍ରତିନିଧି ଦଳର ଗୁଜରାଟ ଗସ୍ତ – ସମୀକ୍ଷା ଖବର

ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:

ଭବାନୀପାଟଣା, ୨୮/୧୦: ଗୁଜରାଟର କେଭାଡିଆସ୍ଥିତ ଏକତା ନଗରଠାରେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସ–୨୦୨୬ ସମାରୋହରେ ଯୋଗଦେବା ପାଇଁ କଳାହାଣ୍ଡି ଜିଲ୍ଲାରୁ ୪୬ ଜଣିଆ ପ୍ରତିନିଧି ଦଳ ଗୁଜରାଟ ଗସ୍ତ କରିଛନ୍ତି। ଗତ ୨୭ ତାରିଖରେ ଏହି ପ୍ରତିନିଧି ଦଳ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଭବାନୀପାଟଣାସ୍ଥିତ ସର୍କିଟ ହାଉସଠାରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଉପସ୍ଥିତ ରହି ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ସେ ସମସ୍ତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଯାତ୍ରାର ସଫଳତା କାମନା କରିଥିଲେ। ‘ନକ୍ସଲମୁକ୍ତ ଭାରତ’ର ବାର୍ତ୍ତା ଦେବେ ପ୍ରତିନିଧି ଦଳ ‘ନକ୍ସଲମୁକ୍ତ ଭାରତ’ର ସନ୍ଦେଶ ନେଇ ଗୁଜରାଟ ଗସ୍ତ କରିଥିବା ଏହି ପ୍ରତିନିଧି ଦଳ ଓଡ଼ିଶାର ୧୯ଟି ନକ୍ସଲ ପ୍ରଭାବିତ ଅଞ୍ଚଳରେ ଘଟିଥିବା ବ୍ୟାପକ ପରିବର୍ତ୍ତନ, ବିକାଶ ଓ ପ୍ରଗତିର ବାର୍ତ୍ତା ଜାତୀୟସ୍ତରରେ ଉପସ୍ଥାପନ କରିବେ। ଏହା ମାଧ୍ୟମରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଆସିଥିବା ସାମାଜିକ ଓ ଆର୍ଥିକ ପରିବର୍ତ୍ତନ ସମ୍ପର୍କରେ ଦେଶବାସୀଙ୍କୁ ଅବଗତ କରାଯିବ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ପ୍ରତିନିଧି ଦଳର ବସ୍‌କୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ପରେ ପ୍ରତିନିଧି ଦଳ କେସିଙ୍ଗା ରେଳ ଷ୍ଟେସନଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇଥିଲେ। ସେଠାରୁ ରାତି ୩ଟା ସମୟରେ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଗୁଜରାଟ ଅଭିମୁଖେ ଯାତ୍ରା କରିଥିଲେ। କେସିଙ୍ଗା ରେଳ ଷ୍ଟେସନଠାରେ ଅନୁଷ୍ଠିତ ସମାବେଶରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶୁଭ୍ରାଂଶୁ ମିଶ୍ର, ବିଶିଷ୍ଟ ସମାଜସେବୀ ଯୁଗଳ କିଶୋର ପୋଡ଼, ସହ ନିର୍ଦ୍ଦେଶକ ସଞ୍ଚୟ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଏବଂ ଡିପିଇଓ ରୂପ ସିଂ ରାଉତଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ପ୍ରତିନିଧି ଦଳର ଯାତ୍ରା ସମୟରେ ସମସ୍ତ ସୁବିଧାସୁଯୋଗ ଯୋଗାଇଦେବା ଓ ସମନ୍ୱୟ ରକ୍ଷା କରିବା ପାଇଁ ଦୁଇଜଣ ନୋଡାଲ ଅଧିକାରୀ, ଅତିରିକ୍ତ ତହସିଲଦାର ଅର୍ମାନ୍ ଦେବ ପୁହାଣ ଓ ଅନୁଭବ ମହାନ୍ତି ମଧ୍ୟ ଗୁଜରାଟ ଗସ୍ତ କରିଛନ୍ତି। କେସିଙ୍ଗା ରେଳ ଷ୍ଟେସନଠାରେ ଅନୁଷ୍ଠିତ ସମାବେଶରେ କେସିଙ୍ଗା ଏସ୍‌ଡିପିଓ ସନ୍ଦୀପ ମାଝୀ, ବିଡିଓ ଜନ୍ମେଜୟ ସ୍ୱାଇଁ, ତହସିଲଦାର ପ୍ରଶାନ୍ତି ପ୍ରଧାନ ଓ ପୋଲିସ ଅଧିକାରୀ ବାବାଜୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରତିନିଧି ଦଳର ଗୁଜରାଟ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିଲେ।

ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେବାକୁ କଳାହାଣ୍ଡିରୁ ୪୬ ଜଣିଆ ପ୍ରତିନିଧି ଦଳର ଗୁଜରାଟ ଗସ୍ତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜୁନାଗଡ଼ରେ ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍