ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୩ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୩ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୩ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୩ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଜୁନାଗଡ଼ରେ ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍

ଜୁନାଗଡ଼ରେ ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍ – ସମୀକ୍ଷା ଖବର

ଉଦିତ ନାରାୟଣ ଠାକୁର /କଳାହାଣ୍ଡି ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

ଜୁନାଗଡ଼, କଳାହାଣ୍ଡି: ଉଦିତ ନାରାୟଣ ଠାକୁର (ସମୀକ୍ଷା)ବାତ୍ୟାର ପ୍ରଭାବରେ ପ୍ରବଳ ପବନ ଓ ଝିପିଝିପି ବର୍ଷା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରରେ ଘଟିଛି ଏକ ଅଘଟଣ। ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଜାତୀୟ ରାଜପଥ ୨୬ କଡ଼ରେ ନିର୍ମିତ ଗଜଲକ୍ଷ୍ମୀ ପୂଜା ତୋରଣ ହଠାତ୍ ଭାଙ୍ଗି ମୁଖ୍ୟ ରାସ୍ତା ଉପରେ ପଡ଼ିଯାଇଛି। ଫଳରେ ଏହା ତଳେ ଏକ ଅଟୋରିକ୍ସା, କାର୍ ଓ ବୋଲେରୋ ଚାପି ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଲୋକେ। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିଠାରୁ କଳାହାଣ୍ଡି ଜିଲ୍ଲାରେ ପବନ ସାଙ୍ଗକୁ ଝିପିଝିପି ବର୍ଷା ଲାଗି ରହିଛି। ଏହି ସମୟରେ ଦିନ ପ୍ରାୟ ୧ଟା ବେଳେ ଜୁନାଗଡ଼ ସହରର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଗଜଲକ୍ଷ୍ମୀ ପୂଜା ତୋରଣ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ତୋରଣଟି ରାସ୍ତା ଉପରେ ପଡ଼ିଯିବାରୁ ସେହି ସମୟରେ ଯାତାୟାତ କରୁଥିବା ତିନୋଟି ଗାଡ଼ି ଏହା ତଳେ ଚାପି ହୋଇଯାଇଥିଲା। ଏହି ଅଘଟଣ ଯୋଗୁଁ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଖବର ପାଇ ଜୁନାଗଡ଼ ପୋଲିସ, ଅଗ୍ନିଶମ ବିଭାଗର କର୍ମଚାରୀ ଓ ଗଜଲକ୍ଷ୍ମୀ ପୂଜା କମିଟିର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଭଙ୍ଗା ତୋରଣ ତଳେ ଚାପି ହୋଇଥିବା ଗାଡ଼ିଗୁଡ଼ିକୁ ବାହାର କରିବା ସହ ରାସ୍ତା ସଫା କରିବା ପାଇଁ ଉଦ୍ୟମ କରାଯାଇଥିଲା। ଅପରାହ୍ଣ ୪ଟା ୩୦ ମିନିଟ୍ ସୁଦ୍ଧା ସମସ୍ତ ଗାଡ଼ିକୁ ସେଠାରୁ ବାହାର କରାଯାଇଥିଲା। ବାତ୍ୟାଜନିତ ପାଗ ମଧ୍ୟରେ ଏଭଳି ଅଘଟଣ ସହରବାସୀଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ବିଶେଷକରି ଜାତୀୟ ରାଜପଥ କଡ଼ରେ ନିର୍ମିତ ଅସ୍ଥାୟୀ ତୋରଣଗୁଡ଼ିକର ସୁରକ୍ଷା ଓ ଦୃଢ଼ତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇଛନ୍ତି କି ନାହିଁ ଏବଂ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି, ସେ ସମ୍ପର୍କରେ ନିଶ୍ଚିତ ସୂଚନା ମିଳିନାହିଁ।

ଜୁନାଗଡ଼ରେ ଭୁଶୁଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ‘ବ୍ଲଡ୍ ମ୍ୟାନ୍’ ଏବେ ‘ଗ୍ରୀନ୍ ମ୍ୟାନ୍’