ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୩ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୩ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୪ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୪ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୪ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୪ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

‘ବ୍ଲଡ୍ ମ୍ୟାନ୍’ ଏବେ ‘ଗ୍ରୀନ୍ ମ୍ୟାନ୍’

‘ବ୍ଲଡ୍ ମ୍ୟାନ୍’ ଏବେ ‘ଗ୍ରୀନ୍ ମ୍ୟାନ୍’ – ସମୀକ୍ଷା ଖବର

ଉଦିତ ନାରାୟଣ ଠାକୁର /କଳାହାଣ୍ଡି ସାମ୍ବାଦିକ /ସମୀକ୍ଷା ନ୍ୟୁଜ:

କଳାହାଣ୍ଡି,ଧର୍ମଗଡ଼, ସମୀକ୍ଷା ୨୮/୧୦: (ଉଦିତ ନାରାୟଣ ଠାକୁର)ରକ୍ତଦାନ କ୍ଷେତ୍ରରେ ନିଜର ସେବା ପାଇଁ ଧର୍ମଗଡ଼ ଅଞ୍ଚଳରେ ‘ବ୍ଲଡ୍ ମ୍ୟାନ୍’ ଭାବେ ପରିଚିତ ଉମାକାନ୍ତ ସୁନାନୀ ଏବେ ପରିବେଶ ସୁରକ୍ଷା କ୍ଷେତ୍ରରେ ମଧ୍ୟ ଏକ ନିଆରା ପରିଚୟ ସୃଷ୍ଟି କରିଛନ୍ତି। ଗଛ ପ୍ରତି ଭଲପାଇବା ଓ ପ୍ରକୃତିକୁ ସୁରକ୍ଷିତ ରଖିବାର ଦୃଢ଼ ସଙ୍କଳ୍ପ ନେଇ ନିଜସ୍ୱ ଉଦ୍ୟମରେ ସେ ଧର୍ମଗଡ଼ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଏଯାବତ୍‌ ୫ ହଜାରରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରିସାରିଛନ୍ତି। ତାଙ୍କର ଏହି ନିରବ ଅଭିଯାନ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ସାଉଁଟୁଛି। ପରିବେଶ ସୁରକ୍ଷା କେବଳ ଭାଷଣ କିମ୍ବା ସଚେତନତା ସଭାରେ ସୀମିତ ନ ରହି କିଭଳି ଏହାକୁ ଜୀବନର ଏକ ଅଂଶ କରାଯାଇପାରେ, ଉମାକାନ୍ତଙ୍କ ବୃକ୍ଷରୋପଣ ଅଭିଯାନ ତାହାର ଏକ ଉଦାହରଣ। ଧର୍ମଗଡ଼ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ସେ ନିୟମିତ ଭାବେ ଚାରାରୋପଣ କରିଆସୁଛନ୍ତି। ଖାଲି ପଡ଼ିଥିବା ସ୍ଥାନ, ରାସ୍ତାକଡ଼ ଓ ବିଭିନ୍ନ ସାର୍ବଜନୀନ ସ୍ଥାନରେ ଚାରା ଲଗାଇବା ସହ ଏହାର ଯତ୍ନ ନେବା ଦିଗରେ ମଧ୍ୟ ସେ ଗୁରୁତ୍ୱ ଦେଉଛନ୍ତି।

‘ବ୍ଲଡ୍ ମ୍ୟାନ୍’ ଏବେ ‘ଗ୍ରୀନ୍ ମ୍ୟାନ୍’ – ସମୀକ୍ଷା

ଉମାକାନ୍ତଙ୍କ ମତରେ, କେବଳ ଚାରା ଲଗାଇଦେଲେ ବୃକ୍ଷରୋପଣ ଅଭିଯାନ ସଫଳ ହୁଏନାହିଁ। ଚାରାଟି ବଡ଼ ହୋଇ ଗଛରେ ପରିଣତ ହେବା ପର୍ଯ୍ୟନ୍ତ ତାହାର ଯତ୍ନ ନେବା ହିଁ ପ୍ରକୃତ ପରିବେଶ ସେବା। ଏହି ଚିନ୍ତାଧାରାକୁ ନେଇ ସେ ନିଜ ଉଦ୍ୟମରେ ଏହି କାର୍ଯ୍ୟ ଜାରି ରଖିଛନ୍ତି। ରକ୍ତଦାନରୁ ବୃକ୍ଷଦାନ ଅଞ୍ଚଳରେ ରକ୍ତଦାନ ପାଇଁ ପରିଚିତ ଉମାକାନ୍ତଙ୍କ ସାମାଜିକ ସେବାର ପରିସର ଏବେ ଆହୁରି ବ୍ୟାପକ ହୋଇଛି। ରକ୍ତଦାନ ମାଧ୍ୟମରେ ମଣିଷର ଜୀବନ ବଞ୍ଚାଇବାର ପ୍ରୟାସ ପରେ ଏବେ ଗଛ ଲଗାଇ ପରିବେଶ ଓ ଆଗାମୀ ପିଢ଼ିର ଜୀବନକୁ ସୁରକ୍ଷିତ କରିବାର ଉଦ୍ୟମ କରୁଛନ୍ତି ସେ। ତେଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସେ ‘ବ୍ଲଡ୍ ମ୍ୟାନ୍’ ସହ ‘ଗ୍ରୀନ୍ ମ୍ୟାନ୍’ ଭାବେ ମଧ୍ୟ ଚର୍ଚ୍ଚିତ ହେଉଛନ୍ତି। ବର୍ତ୍ତମାନ ସମୟରେ ଜଙ୍ଗଲ କ୍ଷୟ, ଗଛ କଟା, ବଢ଼ୁଥିବା ତାପମାତ୍ରା ଓ ପରିବେଶ ପ୍ରଦୂଷଣ ଭଳି ସମସ୍ୟା ଚିନ୍ତାର କାରଣ ପାଲଟିଥିବା ବେଳେ ଉମାକାନ୍ତଙ୍କ ଭଳି ବ୍ୟକ୍ତିଗତ ପ୍ରୟାସର ଗୁରୁତ୍ୱ ଅଧିକ। ସରକାରୀ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ସାଧାରଣ ଲୋକଙ୍କ ସହଭାଗିତା ଯୋଡ଼ି ହେଲେ ହିଁ ଏକ ବଡ଼ ପରିବର୍ତ୍ତନ ଆସିପାରିବ। ଏହି ଦିଗରେ ଉମାକାନ୍ତଙ୍କ ପ୍ରୟାସ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। ନିଜର ସମୟ, ଶ୍ରମ ଓ ଉଦ୍ୟମକୁ ପରିବେଶ ପାଇଁ ଉତ୍ସର୍ଗ କରି ଉମାକାନ୍ତ ଧର୍ମଗଡ଼ ଅଞ୍ଚଳରେ ସବୁଜିମା ବୃଦ୍ଧିର ଏକ ନିଆରା ଅଭିଯାନ ଚଳାଇଛନ୍ତି। ତାଙ୍କର ଲକ୍ଷ୍ୟ କେବଳ ହଜାର ହଜାର ଚାରା ଲଗାଇବା ନୁହେଁ, ବରଂ ଲୋକଙ୍କ ମନରେ ପ୍ରକୃତି ପ୍ରତି ଭଲପାଇବା ଓ ଦାୟିତ୍ୱବୋଧ ସୃଷ୍ଟି କରିବା। ଧର୍ମଗଡ଼ ଭଳି ଅଞ୍ଚଳରେ ବ୍ୟକ୍ତିଗତ ସ୍ତରରେ ୫ ହଜାରରୁ ଊର୍ଦ୍ଧ୍ବ ବୃକ୍ଷରୋପଣ କରିବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ପଦକ୍ଷେପ। ଆଗାମୀ ଦିନରେ ତାଙ୍କର ଏହି ଅଭିଯାନ ଆହୁରି ବ୍ୟାପକ ହେବା ସହ ଅଞ୍ଚଳର ଅଧିକ ଲୋକ ଏଥିରେ ସାମିଲ ହେବେ ବୋଲି ଆଶା ପ୍ରକାଶ ପାଇଛି।

‘ବ୍ଲଡ୍ ମ୍ୟାନ୍’ ଏବେ ‘ଗ୍ରୀନ୍ ମ୍ୟାନ୍’ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପଛପଟ କାନ୍ଥ କାଟି ସୁନା ଦୋକାନରୁ ୪୦୦ ଗ୍ରାମ ସୁନା, ରୁପା ଲୁଟ