ବାସୁଦେବ ହାବାଡସିଂ/ ବାଣପୁର / ସମୀକ୍ଷା ନ୍ୟୁଜ:
ବାଣପୁର ଥାନା ର ଠିକ ସାମ୍ନା ରେ ବଜାର ମଧ୍ୟରେ ଥିବା ନିରଞ୍ଜନ ଜୁଏଲାରୀ ଦୋକାନରୁ ଗତକାଲି ରାତିରେ ଲୁଟ ହୋଇଛି ପାଖାପାଖି କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ସହ ନଗଦ ପାଞ୍ଚ ଲକ୍ଷ ଟଙ୍କା | ୪୦୦ ଗ୍ରାମ ସୁନା ଅଳଙ୍କାର ଓ ପନ୍ଦର କିଲ ରପା ଲୁଟି ନେଇଛନ୍ତି ଦୁର୍ବୃତ୍ତ lଦୋକାନ ପଛପଟେ ଥିବା ଏକ ଛତୁଆ ଗୋଦାମ କବାଟ ତାଲା ଭଙ୍ଗି ସୁନା ଦୋକାନ ପଛପଟ କାନ୍ଥ କାଟି ଲୁଟେରା କରିଛନ୍ତି ଲୁଟ lଗୋଦାମରେ ଲାଗିଥିବା cctv ତାରକୁ କାଟି ସୁନା ଦୋକାନର ହାର୍ଡ ଡିସ୍କ ନେଇଯିଛନ୍ତି ଦୁବୃତ୍ତ | ଯେଉଁ ଭଳି ଭାବରେ ଲୁଟର କାଣ୍ଡ ଭିଆଇଛନ୍ତି ଏହା କେବଳ ପେସାଦାର ଲୁଟେରା ହିଁ କରିପାରିବେ l ଯେତେବେଳେ ବାତ୍ୟା ବର୍ଷା ପବନକୁ ଡରି ଲୋକେ ଘରେ ଶୋଇଛନ୍ତି ସେତବେଳେ ଲୁଟେରା ରଚିଛି ଲୁଟର ତାଣ୍ଡବ l ଏନେଇ ବାଣପୁର ଥାନାରେ ଅଭିଯୋଗ କରିଛନ୍ତି ଜୁଏଲାରୀ ମାଲିକ ନିରଞ୍ଜନ ପାତ୍ର lତେବେ ଥାନା ସାମ୍ନାରୁ ଏଭଳି ବଡ଼ ଧରଣର ଲୁଟ ପୋଲିସ ର ମୁଣ୍ଡ ବିନ୍ଧା କରିଛି l ସାଇଣ୍ଟିଫିକ ଟିମ ଓ ବାଣପୁର ପୋଲିସ ଆସି ତଦନ୍ତ କରୁଛି l






