ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୮ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୮ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୯ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୯ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୯ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୯ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୯ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୯ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୯ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୯ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଠାକୁରମୁଣ୍ଡାରେ ବୁଦ୍ଧିଜୀବୀ ସମ୍ମିଳନୀ – ଅରାଜକତା ହଟାଓ, ଲୋକତନ୍ତ୍ର ବଞ୍ଚାଓ ଆହ୍ୱାନ

ଠାକୁରମୁଣ୍ଡାରେ ବୁଦ୍ଧିଜୀବୀ ସମ୍ମିଳନୀ – ଅରାଜକତା ହଟାଓ, ଲୋକତନ୍ତ୍ର ବଞ୍ଚାଓ ଆହ୍ୱାନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୩୦/୧୦/୨୬ – ଠାକୁରମୁଣ୍ଡା ଠାରେ ଶୁକ୍ରବାର ଦିନ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ‘ଅରାଜକତା ହଟାଓ-ଲୋକତନ୍ତ୍ର ବଞ୍ଚାଓ’ ବାର୍ତ୍ତା ନେଇ ଆୟୋଜିତ ଏହି ସମ୍ମିଳନୀରେ ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ ସଭାରେ ସଭାପତିତ୍ୱ କରିଥିବାବେଳେ କରଞ୍ଜିଆର ବରିଷ୍ଠ ଆଇନଜୀବୀ କୃପାସିନ୍ଧୁ ମହାନ୍ତ, ଠାକୁରମୁଣ୍ଡା ପ୍ରେସ କ୍ଳବ ସଭାପତି ଶରତ କୁମାର ତ୍ରିପାଠୀ, କରଞ୍ଜିଆ ପ୍ରେସକ୍ଳବ ସଭାପତି ଉମାଶଙ୍କର ଦାସ,ପୂର୍ବତନ ସରପଞ୍ଚ ଅର୍ଜୁନ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଲେଖକ ଓ ସ୍ତମ୍ଭକାର କବି ବିଷ୍ଣୁ ଶତପଥୀ କହିଥିଲେ, ଗଣତନ୍ତ୍ରରେ ବିଶୃଙ୍ଖଳା ଓ ଅରାଜକତାର ସ୍ଥାନ ନାହିଁ । ବିରୋଧୀ ମତ ଓ ବିଚାରକୁ ସମ୍ମାନ ଦେବା ସହ ନିଜ ବିପକ୍ଷରେ ଯାଇଥିବା ଜନାଦେଶକୁ ମଧ୍ୟ ଆଦର କରି ଜାଣିଲେ ହିଁ ଗଣତନ୍ତ୍ର ସୁସ୍ଥ, ସବଳ ଓ ସଫଳ ହୋଇଥାଏ । ସଭା ପରିଚାଳନା ବିମଳ ସେନାପତି କରିଥିବା ବେଳେ ଯୋଗେନ୍ଦ୍ର କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ତଥା ବିଛେନ୍ଦ୍ର ବେହେରା, ପ୍ରଫୁଲ୍ଲ ମହାନ୍ତ, ଆଲୋକ ଚକ୍ର, ଓକିଲ ବିକ୍ରମ ଦତ୍ତ,ସୟଦ ହୁସେନ, ଭାସ୍କର ପଣ୍ଡା, ଆଶିଷ ପାଣିଗ୍ରାହୀ, ବସନ୍ତ କୁମାର ପଇବର୍ତ୍ତୀ, ଜନାର୍ଦନ ବେହେରା, ତ୍ରିନାଥ ମହାନ୍ତ, ରାଜୁ ରାମ, ଚିତ୍ତରଞ୍ଜନ ଦାସ, ମମତାମୟୀ ମହାନ୍ତ, ଗଗନ ପୃଷ୍ଟି, ଜୁବୁଲି ସାହୁ, ମନୋଜ ମହାନ୍ତ, ଗୌରାଙ୍ଗ ଶତପଥୀ, ରଞ୍ଜନ ମହାନ୍ତ, ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ପ୍ରାୟ ୫୦୦ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଏଥିରେ ଯୋଗ ଦେଇଥିଲେ ।

ଠାକୁରମୁଣ୍ଡାରେ ବୁଦ୍ଧିଜୀବୀ ସମ୍ମିଳନୀ – ଅରାଜକତା ହଟାଓ, ଲୋକତନ୍ତ୍ର ବଞ୍ଚାଓ ଆହ୍ୱାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାଠପଢ଼ାରେ ଡ଼ୋରି ବାନ୍ଧିଲେ ବାପଛେଉଣ୍ଡ ‘ମିକର’