ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩୧/୧୦/୨୬ – ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ପକ୍ଷରୁ ସକାଳୁ ଗଣ ଦୌଡ ହୋଇଥିଲା । ପରେ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ସମୂହ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ରାଇରଙ୍ଗପୁର ଏସପି ସୁରେଶ ଚନ୍ଦ୍ର ପାତ୍ର ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା କରିବା ସହ ଦେଶର ଏକତା ଓ ସଂହତିକୁ ସୁଦୃଢ଼ କରିବା ନିମନ୍ତେ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ଶପଥ ପାଠ କରାଇଥିଲେ । ସେହିପରି ସନ୍ଧ୍ୟାରେ ରାଇରଙ୍ଗପୁର ଟାଉନ ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀଙ୍କ ନେତୃତ୍ୱର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏସପି ସୁରେଶ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ଭାବେ ଏଏସପି ଯଦୁନାଥ ଜେନା ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ, ବୁଦ୍ଧିଜୀବୀ, ବ୍ୟବସାୟୀ, ପୋଲିସ କର୍ମଚାରୀ ଓ ଆମ ପୋଲିସ ସମିତିର ସଦସ୍ୟଗଣ ଉପସ୍ଥିତ ଥିଲେ ।






