ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୫ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୫ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୫ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୫ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୫ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୫ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୬ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୬ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୬ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୬ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଠାକୁରମୁଣ୍ଡା ପୋଲିସ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଓ ନିଶା ନିବାରଣ ଶପଥ ପାଠ ଅନୁଷ୍ଠିତ

ଠାକୁରମୁଣ୍ଡା ପୋଲିସ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଓ ନିଶା ନିବାରଣ ଶପଥ ପାଠ ଅନୁଷ୍ଠିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୩୧/୧୦/୨୬ – ମୟୁରଭଞ୍ଜ ଜିଲ୍ଲା, ଠାକୁରମୁଣ୍ଡା ଥାନା ପରିସରରେ ଆଜି ରାଷ୍ଟ୍ରୀୟ ଏକତା ଦିବସ ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 151 ତମ ଜନ୍ମଦିନରେ ସାରା ରାଷ୍ଟ୍ର ସମ୍ମାନ ଜଣାଉଥିବାବେଳେ ଠାକୁରମୁଣ୍ଡା ଥାନାରେ ଏକ ବିରାଟ ସାଧାରଣ ସଭାର ଆୟୋଜନ କରାଯାଇଥିଲା l ଥାନାଧିକାରୀ ଶରତ ମହାଳିକଙ୍କ ନେତୃତ୍ୱରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପଦ୍ମଚରଣ ହାଇବୁରୁ ଯୋଗଦେଇ ଏକତା ଓ ନିଶା ମୁକ୍ତ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନିଶା କିପରି ଯୁବ ସମାଜକୁ ଦିଗ ଭ୍ରଷ୍ଟ କରୁଛି ସେ ସମ୍ପର୍କରେ ବିସ୍ତୃତ ବାର୍ତ୍ତା ରଖି ନିଶା ଠାରୁ ଦୂରେଇଲେ ରାଷ୍ଟ୍ର ଗଠନରେ ଯୁବ ସମାଜ ନେତୃତ୍ୱ ନେବ ବୋଲି ମତ ରଖିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବା ବସନ୍ତ କୁମାର ପରିବର୍ତ୍ତୀ, ମା ବାସୁଳୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ. ଉପେନ୍ଦ୍ର ମହାନ୍ତି, ଅଧ୍ୟାପକ ମନୋରଞ୍ଜନ ଦ୍ୱିବେଦୀ, ଆଦର୍ଶ ବିଦ୍ୟାଳୟ ର ଅଧ୍ୟାପକ ଆଶିଷ ପାଣିଗ୍ରାହୀ ଏବଂ ବୟୋଜ୍ୟେଷ୍ଠ ସାମ୍ବାଦିକ ମଧୁସୂଦନ ନନ୍ଦ ପ୍ରମୁଖ ଯୋଗଦେଇ ନିଶାର କୁପରିଣାମ ଓ ଏକତାର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସରକାର ନିଜେ ନିଶା ଗ୍ରସ୍ତ ହୋଇ, ରାଜସ୍ବ ପାଇବା ପାଇଁ ସମସ୍ତଙ୍କୁ ନିଶା ଗ୍ରସ୍ତ କରୁଛନ୍ତି ବୋଲି କହିବା ସହିତ ଏଥିପାଇଁ ଆଇନ ପ୍ରଣୟନ କରିବାକୁ ମତ ବ୍ୟକ୍ତ କରିଥିଲେ ।

ଠାକୁରମୁଣ୍ଡା ପୋଲିସ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ଓ ନିଶା ନିବାରଣ ଶପଥ ପାଠ ଅନୁଷ୍ଠିତ – ସମୀକ୍ଷା

ଥାନା ଆଇଆଇସି ଶରତ ମହାଳିକ ସଭାପତିତ୍ୱ କରି ସମସ୍ତଙ୍କର ଅକୁଣ୍ଠିତ ସହଯୋଗ ପାଇଁ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଓ ନିଶା ନିବାରଣ ଶପଥ ପାଠ କରାଯାଇଥିଲା । ବରିଷ୍ଠ ସମାଜସେବୀ ଲଷ୍ମୀ ଝା ମଞ୍ଚ ପରିଚାଳନା ଓ ଶପଥ ପାଠ କରାଇଥିବା ବେଳେ, କରଞ୍ଜିଆ ର ବରିଷ୍ଠ ଆଇନ ଜିବି ସୌରଭ( ମୁନା )ପରିଜା, କରଞ୍ଜିଆ ବାର ଆସୋସିଏସନ ର କର୍ମକର୍ତା ସରୋଜ ରାଉଳ, ଏନଜିଓ କର୍ମକର୍ତା, ଶ୍ୟାମଳେନ୍ଦୁ (ମାଧ ) ଦାସ, ଓକିଲ ବିକ୍ରମ ଦତ୍ତ, ସାମ୍ବାଦିକ ଶରତ ତ୍ରିପାଠୀ,ଯୋଗେନ୍ଦ୍ର ପାତ୍ର, ଚକ୍ରଧର ଦାସ,ଶେଖ ରାଜୁ, ହରେକୃଷ୍ଣ ତ୍ରିପାଠୀ, ସମାଜସେବୀ ବସନ୍ତ କୁମାର ପଇବର୍ତ୍ତୀ, ଜ୍ୟୋତ୍ସ୍ନା ପାଣିଗ୍ରାହୀ, ସତ୍ୟବ୍ରତ ମିଶ୍ର, ଲଲାଟେନ୍ଦୁ ପାତ୍ର, ଦିବ୍ୟେନ୍ଦୁ ବେହେରା, ସ୍ଥାନୀୟ ଏସ ଏସ ଡି ବାଳିକା ଓ କସ୍ତୁରବା ଆବାସିକ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ, ସ୍ଥାନୀୟ +2, +3 ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ସ୍ଥାନୀୟ ବରିଷ୍ଠ ନାଗରିକ ସଙ୍ଘ ର କର୍ମକର୍ତା ପଦ୍ମଲୋଚନ ନନ୍ଦ ଏବଂ ସରକାରୀ ଅବସର ପ୍ରାପ୍ତ କର୍ମଚାରୀ ମାନେ ଯୋଗ ଦେଇଥିବାବେଳେ, ଥାନା ର ଏସ ଆଇ,ଜୟନ୍ତ କୁମାର ସେଠି, ଏ ଏସ ଆଇ ଅମରେଶ ବାରିକ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଇରଙ୍ଗପୁର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ