ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୩୧/୧୦/୨୬ – ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ପି ସି ଏମ୍ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ପରିସରରେ ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଆନୁକୂଲ୍ଯରେ ରାଇରଙ୍ଗପୁର ବ୍ଲକ ଓ ମ୍ଯୁନିସିପାଲିଟି ସ୍ତରୀୟ ଶିଶୁ ମହୋତ୍ସବ ସଭାପତି ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲା ବେଳେ ମୁଖ୍ଯବକ୍ତା ଭାବେ ଜିଲ୍ଲା ବିଜ୍ଞାନ ସୁପରଭାଇଜର ଜ୍ଞାନ ରଂଜନ ଆଚାର୍ଯ୍ଯ, ସମ୍ମାନିତ ଅତିଥି ଭାବେ ବାମନଘାଟୀ ଉପଖଣ୍ଡ ଡେପୁଟି କଲେକ୍ଟର ମାନସ ରଂଜନ ବେହେରା, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ଯାଳୟ ତିରିଂ ର ପ୍ରଧାନ ଶିକ୍ଷକ ରଂଜନ କୁମାର ନନ୍ଦ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ଯ ସୁରଥ କୁମାର ପଟ୍ଟନାୟକ, ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ଯୋଗ ଦେଇଥିଲା ବେଳେ ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ମୁଖ୍ଯବକ୍ତା ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ସଭ୍ଯ ସୁରଥ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତିମିର ରଂଜନ ପଣ୍ଡା, ଏବିଓ କାର୍ତ୍ତିକ ଚନ୍ଦ୍ର କାରୁଆ ଓ ହେମ ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।ଏଥିରେ ୧୨ଟି କ୍ଲଷ୍ଟର ରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ଭିତରେ ଜୁନିୟର ଓ ସିନିୟର ବିଭାଗ କୁ ନେଇ ତିତ୍ରାଙ୍କନ, ସୂଜନଶୀଳ ଲିଖନ, ବକ୍ତୁତା, କୁଇଜ, ସଂଗୀତ, ପିଏମ ପୋଷଣ, ଆର୍ଟ ଏଣ୍ଡ କ୍ରାଫ୍ଟ ଏବଂ ସାଂସ୍କୁତିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କୁତୀ ପ୍ରତିଯୋଗୀମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଥିଲା ବେଳେ ସାଂସ୍କୁତିକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବଡଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଏବଂ ଦ୍ବିତୀୟ ସ୍ଥାନ ଧାଟିକିଡିହି ସରକାରୀ ଆଶ୍ରମ ବିଦ୍ଯାଳୟ ହୋଇଥିଲା । ଉକ୍ତ ଉତ୍ସବରେ ଶିକ୍ଷକ ମନୋରଂଜନ ମଣ୍ଡଳ ଓ ଭକ୍ତବନ୍ଧୁ ବାରିକ ମଞ୍ଚ ପରିଚାଳନା କରିଥିଲା ବେଳେ ପରିଶେଷରେ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଘନଶ୍ଯାମ ମୁର୍ମୁ ଧନ୍ଯବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ସିଆରସିସି, ବିଆରସିସି, ଶିକ୍ଷକଶିକ୍ଷୟତ୍ରୀ ତଥା ଶିକ୍ଷା କାର୍ଯାଳୟ ର ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।






