ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୩ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୩ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୩ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୩ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୩ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୩ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୪ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୪ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ନୂଆଗାଁ:ଗୋଟିଏ ରାତିରେ ଦୁଇ ମଦ ଦୋକାନକୁ ଟାର୍ଗେଟ୍‌

ନୂଆଗାଁ:ଗୋଟିଏ ରାତିରେ ଦୁଇ ମଦ ଦୋକାନକୁ ଟାର୍ଗେଟ୍‌ – ସମୀକ୍ଷା ଖବର
ନୂଆଗାଁ:ଗୋଟିଏ ରାତିରେ ଦୁଇ ମଦ ଦୋକାନକୁ ଟାର୍ଗେଟ୍‌ – ସମୀକ୍ଷା

ରବୀନ୍ଦ୍ର କୁମାର ସାହୁ / ନୂଆଗାଁ ପ୍ରତିନିଧି / ସମୀକ୍ଷା ନ୍ୟୁଜ୍ / ନୟାଗଡ଼:

ନୂଆଗାଁ, ୦୨/୧୧: ଗୋଟିଏ ରାତିରେ ଦୁଇଟି ବିଦେଶୀ ମଦ ଦୋକାନକୁ ଦୁର୍ବୃତ୍ତମାନେ ଟାର୍ଗେଟ୍‌ କରିଥିବା ଅଭିଯୋଗ ହୋଇଛି। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ାଝୋଲା ପଞ୍ଚାୟତର ମାଣିକପାଟଣା ଛକ ନିକଟରେ ଥିବା ଠିପିବନ୍ଦ ଓ ଠିପିଖୋଲା ବିଦେଶୀ ମଦ ଦୋକାନରେ ଏହି ଘଟଣା ଘଟିଛି। ଏନେଇ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସିସିଟିଭି କ୍ୟାମେରା ଭାଙ୍ଗି ଦୋକାନରେ ପଶିଲେ ଦୁର୍ବୃତ୍ତ ,ନଗଦ ଟଙ୍କା ଓ ମଦ ଚୋରି ଅଭିଯୋଗ, ତଦନ୍ତ ଆରମ୍ଭ କଲା ପୁଲିସ। ସୂଚନା ଅନୁଯାୟୀ, ବାହାଡ଼ାଝୋଲା ଫାଣ୍ଡି ନିକଟବର୍ତ୍ତୀ ମାଣିକପାଟଣା ଛକରେ ଦୁଇଟି ବିଦେଶୀ ମଦ ଦୋକାନ ରହିଛି। ଅଭିଯୋଗ ଅନୁସାରେ, ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ଦୁର୍ବୃତ୍ତମାନେ ପ୍ରଥମେ ଠିପିବନ୍ଦ ବିଦେଶୀ ମଦ ଦୋକାନର ସିସିଟିଭି କ୍ୟାମେରା ଭାଙ୍ଗିବା ସହ ତାଲା ଖୋଲି ଭିତରେ ପ୍ରବେଶ କରିଥିଲେ। ତେବେ ଉକ୍ତ ଦୋକାନରୁ ସେଭଳି କୌଣସି ସାମଗ୍ରୀ ଚୋରି ହୋଇନଥିବା କୁହାଯାଇଛି। ଏହାପରେ ରାତି ପ୍ରାୟ ୨ଟା ୩୦ ମିନିଟ୍‌ ସମୟରେ ନିକଟରେ ଥିବା ଠିପିଖୋଲା ବିଦେଶୀ ମଦ ଦୋକାନରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଭାଗବତ ପ୍ରଧାନଙ୍କ ନାମରେ ଥିବା ‘ଲୋରା ରେଷ୍ଟୁରାଣ୍ଟ ଓ ବିଅର ବାର୍‌’ର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଭିତରେ ପ୍ରବେଶ କରି ନଗଦ ଟଙ୍କା ଓ ମଦ ନେଇଯାଇଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁସାରେ, ଉକ୍ତ ଦୋକାନରୁ ପ୍ରାୟ ୭୦ ହଜାର ଟଙ୍କା ଓ ମଦ ଚୋରି ହୋଇଛି। ତେବେ ଚୋରି ହୋଇଥିବା ମଦର ପରିମାଣ ଓ ମୋଟ କ୍ଷୟକ୍ଷତିର ସଠିକ୍‌ ହିସାବ ତଦନ୍ତ ପରେ ସ୍ପଷ୍ଟ ହୋଇପାରିବ। ଗୋଟିଏ ରାତିରେ ନିକଟବର୍ତ୍ତୀ ଦୁଇଟି ଦୋକାନରେ ଏଭଳି ଘଟଣା ଘଟିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶେଷକରି ପୁଲିସ ଫାଣ୍ଡି ନିକଟରେ ଥିବା ଦୋକାନଗୁଡ଼ିକୁ ଟାର୍ଗେଟ୍‌ କରାଯାଇଥିବା ଅଭିଯୋଗ ରାତ୍ରିକାଳୀନ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଏ ସମ୍ପର୍କରେ ଓଡ଼ଗାଁ ଆଦର୍ଶ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଚୋରି ଘଟଣାରେ କେତେଜଣ ସମ୍ପୃକ୍ତ ଅଛନ୍ତି ଓ କେଉଁ ପରିସ୍ଥିତିରେ ଦୁଇଟି ଦୋକାନକୁ ଟାର୍ଗେଟ୍‌ କରାଯାଇଥିଲା, ତାହା ତଦନ୍ତ ପରେ ଜଣାପଡ଼ିବ।

ନୂଆଗାଁ:ଗୋଟିଏ ରାତିରେ ଦୁଇ ମଦ ଦୋକାନକୁ ଟାର୍ଗେଟ୍‌ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବର୍ଷା ଉଜାଡ଼ିଦେଲା ଘର, ବିଦ୍ୟାଳୟରେ ମୁଣ୍ଡ ଗୁଞ୍ଜିଲେ ଦମ୍ପତି