ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୨ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୨ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୨ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୨ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୨ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୨ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୩ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୩ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୩ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୩ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ବାତ୍ୟା ଅର୍ଣ୍ଣବ ଯୋଗୁଁ ଗଛ ଉପୁଡିଲା, ଅଗ୍ନିଶମ ବିଭାଗ ସହ ମିଶି ରାସ୍ତାରୁ ଗଛ ହଟାଇଲେ ଜୟ କିଷାନ୍ ୟୁଥ୍ କ୍ଲବ୍‌ର ଯୁବକ

ବାତ୍ୟା ଅର୍ଣ୍ଣବ ଯୋଗୁଁ ଗଛ ଉପୁଡିଲା, ଅଗ୍ନିଶମ ବିଭାଗ ସହ ମିଶି ରାସ୍ତାରୁ ଗଛ ହଟାଇଲେ ଜୟ କିଷାନ୍ ୟୁଥ୍ କ୍ଲବ୍‌ର ଯୁବକ – ସମୀକ୍ଷା ଖବର

ତେଜୁରାମ ନାଏକ /ସ୍ୱତନ୍ତ୍ର ପ୍ରତିନିଧି/ ନୂଆପଡ/ ସମୀକ୍ଷା ନ୍ୟୁଜ:
କୋମନା,ଅର୍ଣ୍ଣବ ବାତ୍ୟା ଯୋଗୁଁ ବହୁ ସମସ୍ୟା ଦେଖା ଦେଇଛି। ତିନି ଦିନ ହେଲା ବିଦ୍ୟୁତ ସେବା ବନ୍ଦ ରହିଥିଲା। ବିଭିନ୍ନ ଜାଗା ରେ ଗଛ ଗୁଡିକ ପଡି ରାସ୍ତା ଅବରୋଧ ହୋଇଛି ଓ ଧାନ ଜମିରେ ପଡି ଅନେକ ଚାଷୀ ମାନଙ୍କର ଧାନ ନଷ୍ଟ ହୋଇଯାଇଛି। ଏହି କ୍ରମରେ ଆଜି କୋମନା ଅଗ୍ନିଶମ ବିଭାଗର କର୍ମଚାରୀମାନେ ବହାବଲ ଗ୍ରାମ ରାସ୍ତାରେ ପଡ଼ିଥିବା ଗଛ ହଟାଇବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ଜୟ କିଷାନ୍ ୟୁଥ୍ କ୍ଲବ୍, ବହାବଲର ଯୁବକମାନେ ମଧ୍ୟ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ମିଶି ରାସ୍ତାରେ ପଡ଼ିଥିବା ଗଛ ଓ ଡାଳପତ୍ର ହଟାଇବା କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ। ରାସ୍ତା ଉପରେ ଗଛ ପଡ଼ି ରହିଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେଉଥିଲା। ଅଗ୍ନିଶମ ବିଭାଗ ଓ ଗ୍ରାମର ଯୁବକମାନଙ୍କ ମିଳିତ ପ୍ରୟାସରେ ରାସ୍ତା ସଫା କରାଯାଇ ଯାତାୟାତକୁ ସ୍ୱାଭାବିକ କରିବାରେ ସଫଳତା ମିଳିଥିଲା। ଏହି ଅବସରରେ ଜୟ କିଷାନ୍ ୟୁଥ୍ କ୍ଲବ୍‌ର ଯୁବକମାନେ କହିଛନ୍ତି ଯେ, ଗ୍ରାମର ଜନସାଧାରଣଙ୍କ ସୁବିଧା, ସୁରକ୍ଷା ଓ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରତ୍ୟେକ କାର୍ଯ୍ୟରେ କ୍ଲବ୍ ସର୍ବଦା ଆଗରେ ରହିବ। ଯୁବଶକ୍ତିର ଏକତା ଓ ସାମାଜିକ ଦାୟିତ୍ୱବୋଧ ହିଁ ଗ୍ରାମର ବିକାଶର ମୁଖ୍ୟ ଆଧାର।ଏହି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା କୋମନା ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କୁ ଜୟ କିଷାନ୍ ୟୁଥ୍ କ୍ଲବ୍, ବହାବଲକୁ ଅଂଚଳବାସୀ ହୃଦୟର ସହିତ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

ବାତ୍ୟା ଅର୍ଣ୍ଣବ ଯୋଗୁଁ ଗଛ ଉପୁଡିଲା, ଅଗ୍ନିଶମ ବିଭାଗ ସହ ମିଶି ରାସ୍ତାରୁ ଗଛ ହଟାଇଲେ ଜୟ କିଷାନ୍ ୟୁଥ୍ କ୍ଲବ୍‌ର ଯୁବକ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜିଲ୍ଲା ଆଇନ ସେବା ପ୍ରାଧିକରଣର ହସ୍ତକ୍ଷେପ ପରେ ମୋହନଙ୍କୁ ମିଳିଲା ଭିନ୍ନକ୍ଷମ ଭତ୍ତା