ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨/୧୧/୨୬ – ସ୍ଥାନୀୟ ଯୁବକଯୁବତୀମାନଙ୍କୁ ପ୍ରତିରକ୍ଷା ବାହିନୀ ଓ ପୋଲିସ ଚାକିରି ପାଇଁ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏକ ପ୍ରଶାସନିକ ତଥା ସାମାଜିକ ପ୍ରୟାସ କରାଯାଇଥିବା ଜଣାପଡିଛି । କଚେରୀ ପଡ଼ିଆ, ରାଇରଙ୍ଗପୁର ଠାରେ ସହିଦ ନୁଦୁରାମ ସୋରେନଙ୍କ ସ୍ମୃତିରେ ଏକ ପ୍ରି ଡିଫେନ୍ସ ଏବଂ ପୋଲିସ ଟ୍ରେନିଂ କ୍ୟାମ୍ପ ଜୋରସୋରରେ ଚାଲୁଅଛି। ସୂଚନା ଅନୁଯାୟୀ ଏହି ତାଲିମ ଶିବିରରେ ବାମନଘାଟି ସବ୍-ଡିଭିଜନର ବିଭିନ୍ନ ଅଞ୍ଚଳରୁ ମୋଟ ୧୨୫ ଜଣ ଆଶାୟୀ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅଂଶଗ୍ରହଣକାରୀ ଯୁବକଯୁବତୀମାନଙ୍କୁ କୌଣସି ପ୍ରକାର ଶୁଳ୍ପ ନ ନେଇ ସମ୍ପୂର୍ଣ୍ଣ ମାଗଣାରେ ଏହି ତାଲିମ ପ୍ରଦାନ କରାଯିବ । ଉକ୍ତ ଶିବିରରେ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀମାନେ ନିଜର ଦୀର୍ଘଦିନର ଅଭିଜ୍ଞତାକୁ ନେଇ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟାୟାମ, ଶାରୀରିକ ଦକ୍ଷତା, ଦୌଡ଼ ଏବଂ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ । ବିଭିନ୍ନ ଅଧିକାରୀଙ୍କ ଦ୍ୱାରା ଦିଆଯାଉଥିବା ଏହି ତାଲିମ ଦ୍ୱାରା ଆଗାମୀ ଦିନରେ ଏହି ଅଞ୍ଚଳରୁ ଅଧିକରୁ ଅଧିକ ଯୁବକଯୁବତୀ ଦେଶସେବା ପାଇଁ ସୁଯୋଗ ପାଇପାରିବେ ବୋଲି ଆଶା କରାଯାଉଛି ।






