ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୪୦ ମିନିଟ ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୪୩ ମିନିଟ ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୪୮ ମିନିଟ ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୫୪ ମିନିଟ ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୫୯ ମିନିଟ ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ଜଗତସିଂହପୁର: ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜଗତସିଂହପୁର: ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ସଭା – ସମୀକ୍ଷା ଖବର

ଭଗବାନ ମହାନ୍ତି /ଜିଲ୍ଲା ପ୍ରତନିଧି /ଜଗତସିଂହପୁର /ସମୀକ୍ଷା ନ୍ୟୁଜ :

ଜଗତସିଂହପୁର, ତା ୩୧.୧୦.୨୬ : ଆଜି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ରେ କାର୍ଯ୍ୟରତ କର୍ମଚାରୀ ଶ୍ରୀ ପରିକ୍ଷୀତ ପଟ୍ଟନାୟକଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅଧିକାରୀ ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଆୟୋଜିତ ହୋଇଥିଲା। ୧୯୯୦ମସିହାରୁ ଶ୍ରୀ ପଟ୍ଟନାୟକ ଅବିଭକ୍ତ କଟକ ଜିଲ୍ଲା ଅଧୀନସ୍ଥ ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ, ଜଗତସିଂହପୁର ରେ କାର୍ଯ୍ୟରତ ଥିଲେ । ପରେ ଜିଲ୍ଲା ଗଠନ ହେବା ପରେ ୧୯୯୪ ମସିହାରୁ ସେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ର ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ ଭାବେ ଆଜି ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ଏହି ଅବସରରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ତାଙ୍କର ଦୀର୍ଘ ବର୍ଷର ନିଷ୍ଠାପର ସେବା, କର୍ତ୍ତବ୍ୟନିଷ୍ଠା, ଦକ୍ଷତା ଓ କାର୍ଯ୍ୟ ପ୍ରତି ସମର୍ପଣ ଭାବନାକୁ ଉଚ୍ଚ ପ୍ରଶଂସା କରିଥିଲେ । ସରକାରୀ କାର୍ଯ୍ୟ ସମ୍ପାଦନରେ ତାଙ୍କର ଅବଦାନ ଓ ସହକର୍ମୀମାନଙ୍କ ପ୍ରତି ତାଙ୍କର ସହଯୋଗ ପୂର୍ଣ୍ଣ ମନୋଭାବ ସର୍ବଦା ସ୍ମରଣୀୟ ହୋଇ ରହିବ । ତାଙ୍କ ମେଳାପି ଓ ମିଷ୍ଟଭାଷୀ ସ୍ୱଭାବ ପାଇଁ ସେ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନିୟମାନୁଯାୟୀ ତାଙ୍କୁ ପ୍ରୋଭିଜିନାଲ ପେନସନ କାଗଜପତ୍ର ପ୍ରଦାନ କରିଥିଲେ। ସଭାରେ ଉପସ୍ଥିତ ସମସ୍ତେ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ, ସୁସ୍ଥ, ଶାନ୍ତିପୂର୍ଣ୍ଣ ଓ ମଙ୍ଗଳମୟ ହେଉ ବୋଲି ସମସ୍ତେ କାମନା କରିଥିଲେ। ଶେଷରେ ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ପ୍ରଦାନ କରି ସମ୍ମାନର ସହ ବଡ଼ବଜାର ସ୍ଥିତ ସରକାରୀ ବାସ ଭବନରେ ଅଧିକାରୀ ଓ କର୍ମଚାରୀମାନେ ଛାଡ଼ି ଆସିଥିଲେ । ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଏବଂ ବରିଷ୍ଠ ତଥା କନିଷ୍ଠ ସହାୟକ ଶ୍ରୀ ଦିବାକର ପାତ୍ର, ଶ୍ରୀ ଦୁର୍ଯ୍ୟୋଧନ ପରିଡ଼ା, ଶୁଭଜିତା ପୃଷ୍ଟି, ରାମକୃଷ୍ଣ ଦେବଦାଶ ଶର୍ମା, ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।ଏଥି ସହିତ ସାମ୍ବାଦିକ ବନ୍ଧୁ ମାନେ ମଧ୍ୟ କାର୍ଯ୍ୟାଳୟ କୁ ଆସି ଆଜି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି |

ଜଗତସିଂହପୁର: ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଅବସରକାଳୀନ ସମ୍ବର୍ଦ୍ଧନା ସଭା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାଲିକୁଦା: ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର