ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି / ଜଗତସିଂହପୁର / ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 4/11/2026 : ଜଗତସିଂହପୁର ଜିଲ୍ଲା ହସ୍ପିଟାଲ ରୋଗୀମାନଙ୍କ ଭିଡ ଅନେକ | ଜିଲାର ମୁଖ୍ୟ ଡାକ୍ତରଖାନା ହୋଇଥିବାରୁ ରୋଗୀଙ୍କ ଭିଡ଼ ବହୁତ | ଭେଷଜ ବର୍ହିବିଭାଗରେ ପ୍ରାୟ ଦୁଇଶହ ରୋଗୀ ଧାଡିରେ ଅନର୍ବତ ଛିଡା ହୋଇ ଦେଖାଇଥାନ୍ତି |କିନ୍ତୁ ବରିଷ୍ଠ ନାଗରିକ ମାନଙ୍କ ପାଇଁ କୌଣସି ଅଲଗଧାଡ଼ିର ବ୍ୟବସ୍ତା କରାଯାଉନାହିଁ | ସେମାନେ ବହୁ ହଟହଟା ହେଉଥିବାର ଅଭିଯୋଗ ଆସୁଛି | ପ୍ରକାଶ ଥାଉକି,ଜିଲାରେ ଆଠଟି ବ୍ଲକ ଅଛି | ପାରାଦ୍ୱୀପକୁ ଛାଡିଦେଲେ ସବୁବ୍ଲକର ରୋଗୀ ମାନେ ଏହା ଉପରେ ନିର୍ଭର କରନ୍ତି | ଓଡିଶା ସରକାରଙ୍କର ସ୍ୱାସ୍ଥ୍ୟ ସେବା ଅତି ଭଲ ହୋଇଥିବାରୁ ସାଧାରଣ ଲୋକ ଜିଲ୍ଲା ଡାକ୍ତର ଖାନାକୁ ଆଶି ସେବା ନେଉଛନ୍ତି | କିନ୍ତୁ ଡାକ୍ତର ଖାନରେ ବରିଷ୍ଠ ନାଗରିକ ମାନଙ୍କୁ ଧାଡିରେ ଛିଡା ହେବା ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି | ସରକାରଙ୍କର ବରିଷ୍ଠ ନାଗରିକ ମାନଙ୍କ ପାଇଁ ସାଧାରଣ ଲମ୍ବା ଧାଡିରେ ଛିଡା ନ ହୋଇ ତାଙ୍କ ପାଇଁ ସ୍ୱତନ୍ତ୍ର ଧାଡିରେ ରହି ଡାକ୍ତରୀ ବହି ବିଭାଗ ଯାଞ୍ଚ ନେବାପାଇଁ ସୁବିଧା ଅଛି | କିନ୍ତୁ ଜଗତସିଂହପୁର ଡାକ୍ତର ଖାନରେ ଏପରି ନାହିଁ ବୋଲି ଅନେକ ବରିଷ୍ଠ ନାଗରିକ ମାନେ ଅଭିଯୋଗ କରିଛନ୍ତି |ସୁରକ୍ଷା କର୍ମୀ କୁ ପଚାରିବାରୁ କହୁଛନ୍ତି ତାଙ୍କୁ ଡାକ୍ତରଖାନାର ପ୍ରଶାସନ ସେପରି କୌଣସି ଆଦେଶ ଦେଇ ନାହାନ୍ତି | ସେ ପୁଣି କହିଛନ୍ତି ଯେ ବରଂ ନିଜେ ଦୟା ପୂର୍ବକ ଥରେ କିଛି ବରିଷ୍ଠ ନାଗରିକଙ୍କୁ ଅଲଗା ଧାଡି ରେ ଛାଡ଼ିଥିବାରୁ ତାଙ୍କୁ ବହୁ କଥା ଶୁଣିବାକୁ ପଡିଲା |ସେ କହିବା କଥା ଜେ ଯଦି ଏ ଡ଼ି ଏମ ମହାଶୟ ଆଦେଶ ଦେବେ ତା ହେଲେ ସେ ବରିଷ୍ଠ ନାଗରିକ ମାନଙ୍କୁ ଅଲଗା ଧାଡିରେ ପଠେଇପାରିବେ | ଧାଡିରେ ଛିଡା ନ ହୋଇ ପରି ବହୁ ବରିଷ୍ଠ ନାଗରିକ କଷ୍ଠ ରେ ତଳେ ବସି ବସି ଲମ୍ବା ଧାଡି ପାର ହେଉଥିବାର ଆଖି ଆଗକୁ ଆସିଛି |ତେଣୁ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ବରିଷ୍ଠ ନାଗରିକ ମଞ୍ଚର ସଂଯୋଜକଭଗବାନ ମହାନ୍ତି ଅନୁରୋଧ କରିଛନ୍ତି ଏହାର ସମାଧାନ ପାଇଁ |ବରିଷ୍ଠ ନାଗରିକ ଙ୍କ ପାଇଁ କିଛି ବସିବା ଚେୟାର ରଖିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି |






