ସାନନ୍ଦ ମହାପାତ୍ର/ ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନ୍ୟୁଜ:
ବରଗଡ : ବରଗଡ ଏବଂ ପଞ୍ଚାୟତ କଲେଜ, ବରଗଡର ମିଳିତ ସହଯୋଗରେ ୦୭ ନ ନଭେମ୍ବର ୨୦୨୬ ତାରିଖ ରେ ପଞ୍ଚାୟତ କଲେଜ, ବରଗଡ ଠାରେ ବିକଶିତ ଭାରତ ଯୁବ ନେତୃତ୍ଵ ସଂଲାପ ଅନ୍ତର୍ଗତ “ଏକ ଦେଶ, ଏକ ନିର୍ବାଚନ” ବିଷୟକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ରାଷ୍ଟ୍ର ନିର୍ମାଣ ରେ ଯୁବପିଢି ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା ସହିତ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନର ସପ୍ନକୁ ସାକାର କରିବା ଦିଗରେ ଯୁବ ନେତୃତ୍ବର ଭୂମିକାକୁ ସୁଦୃଢ କରିବା ପଞ୍ଚାୟତ କଲେଜ, ବରଗଡ ର ଅଧ୍ୟକ୍ଷା ଶ୍ରୀମତୀ ସୂର୍ଯ୍ୟକାନ୍ତି ସିକନ୍ଦର ଏବଂ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ କମଳ ସା ମିଳିତ ଭାବେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ ଉଦ୍ଘାଟନୀ ଅଭିଭାଷଣରେ ସେମାନେ ଯୁବ ନେତୃତ୍ବ , ସକ୍ରିୟ ନାଗରିକତା ଏବଂ ରାଷ୍ଟ୍ରର ବିକାଶରେ ଯୁବପିଢି ଙ୍କ ସକାରାତ୍ମକ ଅବଦାନ ର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ ଏହି ଅବସରରେ ମାନ୍ୟବର ବରଗଡ ସାଂସଦ ଙ୍କ ମନୋନୀତ ପ୍ରତିନିଧି ଶ୍ରୀ ଲିପ୍ସତ୍ ମିଶ୍ର ସମ୍ମାନିତ୍ ଅଥିଥି ଭାବେ ଯୋଗଦାନ କରିଥିଲେ ଅଧ୍ୟକ୍ଷା ଶ୍ରୀମତୀ ସିକନ୍ଦର ଅଂଶଗ୍ରହଣକାରୀ ଯୁବକ ଯୁବତୀ ମାନଙ୍କୁ ଦେଶର ବିକାଶରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ |






