ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୭ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୭ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୮ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୮ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର 9/11 ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ ଭଗବତ୍ ଗୀତା ର ବାଣୀ କୁ ଛାତ୍ରଛାତ୍ରୀ ଙ୍କ ନିକଟରେ ପହଞ୍ଚାଇବା ଉଦ୍ଦ୍ୟେଶରେ ଆନ୍ତର୍ଜାତୀୟ କ୍ରିୟା ଯୋଗ ଅନୁଷ୍ଠାନ “ପ୍ରଜ୍ଞାନ ମିଶନ ” ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅସୁରାଳିଠାରେ 7 ତାରିଖ ରେ 8 ମ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି. ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ପତି ଙ୍କ ତତ୍ତ୍ଵାବଧାନ ଓ ଉପଦେଶ “ଘରେ ଘରେ ଗୀତା, ପ୍ରତ୍ୟେକ ଙ୍କ ହାତେ ଗୀତା ” ଉପରେ ଆଲୋଚନା କରିଥିଲେ. ବିଦ୍ୟାଳୟର ଉପଦେଷ୍ଟା ଶକ୍ତି ଶ୍ରୀ ଉତ୍କଳ ଭୂଷଣ ନାୟକ ଗୀତାର ମାହାତ୍ମ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଜ୍ଞାନ ମିଶନ ର ବରିଷ୍ଠ ସନ୍ୟାସୀ ସ୍ଵାମୀ ଅନିର୍ବାଣନନ୍ଦ ଗିରି ମହାରାଜ ଗୀତାର ଉପଦେଶ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ. ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ 75 ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଗୀତା ର ଶ୍ଲୋକ ଆବୃତ୍ତି କରିଥିଲେ. କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଡିସେମ୍ବର ମାସ 6ତାରିଖ ଭଦ୍ରଖ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାନ୍ଧୀ ପଡ଼ିଆ ନିକଟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ସୂଚନା ଦିଆଯାଇଛି. ଏହି କାର୍ଯ୍ୟକ୍ରମରେ ସମୀକ୍ଷକ ଓ ବରିଷ୍ଠ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ନାୟକ ପିଲାମାନଙ୍କ ଉପରେ ଗୀତା ମାଙ୍କର ଆଶୀର୍ବାଦ ଶତତ ରହିଥାଉ ବୋଲି କାମନା କରିଥିଲେ. ଶେଷରେ ଶ୍ରୀ ସତ୍ୟ ସୁନ୍ଦର ପାଢୀ, ସଭାପତି ମହୋଦୟ ବିଦ୍ୟାଳୟର ଗୁରୁମା, ଗୁରୁଜୀ ସମସ୍ତ ସମୀକ୍ଷକ, ଛାତ୍ରଛାତ୍ରୀ ଓ ପ୍ରଜ୍ଞାନ ମିଶନ କୁ ଏଭଳି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ. ଶ୍ରୀଯୁକ୍ତ ଶ୍ରୀଧର ସାହୁ, ଶ୍ରୀ ମନୋଜ କୁମାର ଦାଶ (ପପୁ), ଶ୍ରୀ ମାଖନଲାଲ ଗୁପ୍ତା କାର୍ଯ୍ୟକ୍ରମର ପୃଷ୍ଠ ଭାଗରେ ରହି ସୁଚାରୁରୂପେ ପରିଚାଳନା କରିଥିଲେ |

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kosagumuda Block Joint Public Grievance: କୋଷାଗୁମୁଡ଼ା ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର