ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୦ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୩୭ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୪୬ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Khurda Excise Department raids Ganja Seized: ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ

Khurda Excise Department raids Ganja Seized: ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୧୦।୧୧:- ନିଶାଦ୍ରବ୍ୟ ଚୋରା ଚାଲାଣ ବିରୋଧରେ ଖୋରଧା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ସ୍ଥାନରେ ଚଢ଼ଉ କରାଯାଇ ମୋଟ ୧୪୦.୫ କେଜି ଗଞ୍ଜେଇ ଜବତ କରାଯିବା ସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପ୍ରଥମ ଘଟଣାରେ ଖୋରଧା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଜିତ କୁମାର ନାଗଙ୍କ ନେତୃତ୍ୱରେ ଏକ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡ଼ା ଫ୍ଲାଏଓଭର ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୦ ମିନିଟରେ ଚଢ଼ଉ କରିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ଅଟକାଇ ଯାଞ୍ଚ କରିବାରୁ ତାଙ୍କ ନିକଟରୁ ୨୦.୫ କେଜି ଗଞ୍ଜେଇ ଜବତ ହୋଇଥିଲା। ଗିରଫ ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ବିସିପଡ଼ା ସଦର ଥାନା ଅନ୍ତର୍ଗତ ମଲିକପଡ଼ା ଗ୍ରାମର ଭଗବାନ ବେହେରା (୨୬) ବୋଲି ଜଣାପଡ଼ିଛି। ଜବତ ଗଞ୍ଜେଇ ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ କରାଯାଉଥିବା ଅବକାରୀ ବିଭାଗ ସୂଚନା ଦେଇଛି। ସେହିପରି ଦ୍ୱିତୀୟ ଘଟଣାରେ ଖୋରଧା ଜିଲ୍ଲା ମୋବାଇଲ ଅବକାରୀ ୟୁନିଟର ଉପନିରୀକ୍ଷକ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଏକ ଟିମ ମଙ୍ଗଳବାର ସକାଳ ପ୍ରାୟ ୧୦ଟା ୫ ମିନିଟ୍‌ରେ ଜାତୀୟ ରାଜପଥ-୧୬ର ପିତାପଲ୍ଲୀ ଛକ ନିକଟରେ ଏକ ଧଳା ରଙ୍ଗର ମହିନ୍ଦ୍ରା ବୋଲେରୋକୁ ଅଟକାଇ ଯାଞ୍ଚ କରିଥିଲା। ଗାଡ଼ିରୁ ୧୨୦ କେଜି ଗଞ୍ଜେଇ ଜବତ ହେବା ସହିତ ଓଡି-୦୨-ଡିବି-୫୨୪୩ ନମ୍ବର ବିଶିଷ୍ଟ ବୋଲେରୋ ଏବଂ ୪ଟି ମୋବାଇଲ୍ ଫୋନ ଜବତ କରାଯାଇଥିଲା।

Khurda Excise Department raids Ganja Seized: ଖୋରଧା ଅବକାରୀ ବିଭାଗର ଦୁଇଟି ସ୍ଥାନରେ ଚଢ଼ଉ; ୧୪୦.୫ କେଜି ଗଞ୍ଜେଇ ଜବତ, ୫ ଗିରଫ – ସମୀକ୍ଷା

ଏହି ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ଟିମ ଗିରଫ କରିଛି। ସେମାନେ ହେଲେ କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଡୁରକୁମ୍ପା ଗ୍ରାମର ମୁର୍ଗସେନା ବେହେରାଙ୍କ ପୁଅ ତଥା ଗାଡ଼ି ଚାଳକ ଅମୂଲ୍ୟ ବେହେରା (୨୬), ସ୍ୱର୍ଗତ ବାବୁଲା ବେହେରାଙ୍କ ପୁଅ ସତ୍ୟବାନ ବେହେରା (୩୦) ଏବଂ ଦାମୋଦର ମୁଖୀଙ୍କ ପୁଅ ସରୋଜ ମୁଖୀ (୨୫)। ଅନ୍ୟ ଜଣକ ହେଲେ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ କେନ୍ଦୁପଦର ଗ୍ରାମର ଦିବାଶ ମାଝୀଙ୍କ ପତ୍ନୀ ଶୈନୀ ମାଝୀ (୫୫)। ଜବତ ଗଞ୍ଜେଇ ଫୁଲବାଣୀରୁ ଭଦ୍ରକ ଅଭିମୁଖେ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଜିଲ୍ଲାରେ ନିଶାଦ୍ରବ୍ୟର ବେଆଇନ କାରବାର ଓ ଚୋରା ଚାଲାଣ ରୋକିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଓ ଯାଞ୍ଚ ପ୍ରକ୍ରିୟାକୁ ଜୋରଦାର କରାଯାଇଛି। ଜିଲ୍ଲା ମଧ୍ୟଦେଇ ଚୋରା ନିଶାଦ୍ରବ୍ୟ ଚାଲାଣ ଉପରେ ନଜର ରଖିବା ସହ ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ ଆଗାମୀ ଦିନରେ ମଧ୍ୟ ଅଭିଯାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଉଭୟ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kendrapara POCSO Court: ନାବାଳିକା ଗଣଦୁଷ୍କର୍ମର ଅଭିଯୁକ୍ତକୁ ୨୫ ବର୍ଷ ଜେଲ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ କେନ୍ଦ୍ରାପଡା ଜିଲ୍ଲା ସ୍ଵତନ୍ତ୍ର ପୋକ୍ସୋ କୋର୍ଟ