ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୫ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୪୨ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୫୨ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Gupchup seller organ donation: ଅଙ୍ଗଦାନକରି ଅମର ହେଲେ ଗୁପଚୁପ ବ୍ୟବସାୟୀ

Gupchup seller organ donation: ଅଙ୍ଗଦାନକରି ଅମର ହେଲେ ଗୁପଚୁପ ବ୍ୟବସାୟୀ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନ୍ୟୁଜ୍ /ଖୋର୍ଦ୍ଧା :

ଟାଙ୍ଗୀ ୨୨/୧୧/୨୬ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରି ଓରଡ଼ ଗ୍ରାମର ଗୁପଚୁପ ବ୍ୟବସାୟୀଙ୍କ ମୃତ୍ୟୁପରେ ଅଙ୍ଗ ଦାନକରି ଅମର ହୋଇଯାଇଛନ୍ତି l ତାଙ୍କ ମୃତ୍ୟୁପରେ ସହଦେଵଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରା ଯାଇଛି l ଗୁପଚୁପ ବ୍ୟବସାୟୀଙ୍କର ଏଭଳି ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି lଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ପାରି ଓରଡ଼ ଗ୍ରାମର ଗୁପଚୁପ ବ୍ୟବସାୟୀ ସହଦେଵ ସାହୁ ୫୭ ବର୍ଷ ବୟସରେ ଗୁପଚୁପ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ lତାଙ୍କର ଦୁଇ ଵିବାହିତ ଝିଅ ସହ ଗୋଟିଏ ପୁଅ ଏବଂ ଘରେ ପତ୍ନୀଙ୍କୁ ନେଇ ଚାଲିଥିଲା ସୁନାର ସଂସାର lହେଲେ ଗତ ୫ ଦିନ ତଳେ ହଠାତ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ l ବହୂ ଉଦ୍ୟମ ପରେ ଡାକ୍ତରମାନେ ସହଦେଵଙ୍କୁ ବ୍ରେନ ଡେଡ ଘୋଷଣା କରିଥିଲେ lହେଲେ ତାଙ୍କର ଶ୍ୱାସକ୍ରିୟା ଜାରୀ ରହିଥିଲା lଏହା ପରେ ପରିବାର ପକ୍ଷରୁ ଅଙ୍ଗ ଦାନ ପାଇଁ ଡାକ୍ତରଙ୍କ ସହ କଥାବାର୍ତ୍ତା ଆରମ୍ଭ ହୋଇଥିଲା lପରିବାର ସହ ଡାକ୍ତରଙ୍କର ସହଯୋଗରେ ସହଦେଵ ଙ୍କର କିଡ଼ନୀ ଲିଭର ଦାନ କରାଯାଇଥିଲା lଫଳରେ ୩ ଅମୁଲ୍ୟ ଜୀବନ ବଞ୍ଚି ଯାଇଥିଲା lଏନେଇ ସହଦେଵଙ୍କର ମୃତ୍ୟୁ ପରେ ବି ସେ ଅମର ହୋଇଯାଇଛନ୍ତି l ଏହା ପରେ ଗୁପଚୁପ ବ୍ୟବସାୟୀଙ୍କର ଶବ ଗାଁ ରେ ପହଞ୍ଚିବା ପରେ ଦିଆ ଯାଇଥିଲା ରାଷ୍ଟ୍ରୀୟ ସମ୍ମାନ lଟାଙ୍ଗୀ ପୋଲିସ ପକ୍ଷରୁ ଦିଆ ଯାଇଥିଲା ଗାର୍ଡ ଅଫ ଅନର lଗାଁ ଶ୍ମାଶନରେ ଶବ ଦାହ କରାଯାଇଥିଲା lଏହି ଶବ ଶୋଭାଯାତ୍ରାରେ ଶତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ l

Gupchup seller organ donation: ଅଙ୍ଗଦାନକରି ଅମର ହେଲେ ଗୁପଚୁପ ବ୍ୟବସାୟୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର 400 People depend on a single tubewell: ୪୦୦ ଲୋକଙ୍କ ଭରସା ଗୋଟିଏ ନଳକୂପ