ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ: 10.11.2026
ଆଜି ପରିଦର୍ଶନରେ କାମାକ୍ଷାନଗର ଉପଜିଲ୍ଲାପାଳ ପରଜଙ୍ଗ ବ୍ଲକ ଆଞ୍ଚଳିକ ମହାବିଦ୍ୟାଳୟ ସାନ୍ଦା ରେ ବିଭିନ୍ନ ସମସ୍ୟା ଓ ଅନିୟମିତତା ଅଭିଯୋଗକୁ ନେଇ ଅଚାନକ ପରିଦର୍ଶନ କରିଥିଲେ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି। ପରିଦର୍ଶନ ସମୟରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁଯାୟୀ, କଲେଜ ଅଧ୍ୟକ୍ଷ ଶିଶିର କୁମାର ଦେହୁରୀ ନିଜ କାର୍ଯ୍ୟାଳୟରେ ମଦ୍ୟପାନ କରି ବସିଥିବା ଉପଜିଲ୍ଲାପାଳ ଦେଖିବାକୁ ପାଇଥିଲେ। ଏପରିକି ଉପଜିଲ୍ଲାପାଳ ମହାବିଦ୍ୟାଳୟ ରେ ହୋଇଥିବା ଅନିୟମିତତା ସମ୍ପର୍କରେ ବିଭିନ୍ନ ତଥ୍ୟ ମାଗିଥିଲେ ମଧ୍ୟ ଅଧ୍ୟକ୍ଷ ତାହା ଦେବାରେ ବିଫଳ ହୋଇଥିଲେ।ଏହାପରେ ଉପଜିଲ୍ଲାପାଳ ସାନ୍ଦା ଫାଣ୍ଡି ପୋଲିସକୁ ଡକାଇ ଅଧ୍ୟକ୍ଷଙ୍କ ମଦ୍ୟପାନ ସମ୍ପର୍କରେ ଯାଞ୍ଚ କରାଇଥିଲେ। ଯାଞ୍ଚରେ ତାଙ୍କ ଶରୀରରେ ମଦ୍ୟପାନ ସ୍ତର ଥିବା ଜଣାପଡ଼ିଥିଲା । ଘଟଣାକୁ ଗୁରୁତ୍ୱର ସହ ନେଇ ଉପଜିଲ୍ଲାପାଳ କଲେଜ ଅଧ୍ୟକ୍ଷଙ୍କୁ ଏ ସମ୍ପର୍କରେ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି l ଶିକ୍ଷାନୁଷ୍ଠାନର ମୁଖ୍ୟ ଦାୟିତ୍ୱରେ ଥିବା ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ପୂର୍ବରୁ ମଧ୍ୟ ଅଧ୍ୟକ୍ଷଙ୍କ ବିରୋଧରେ ଅନେକ ଅଭିଯୋଗ ହୋଇ ଆସୁଥିଲା , ଏପରିକି ଅଧ୍ୟକ୍ଷ ଜଣଙ୍କ ନିଜ କାର୍ଯ୍ୟାଳୟ ଭିତରେ ଚଟାଣରେ ଶୋଇଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି କହିଛନ୍ତି ଏହା ଉପରେ ତଦନ୍ତ ଚାଲୁଛି ନିୟମ ଅନୁ ସାରେ କାର୍ଯ୍ୟାନୁଷ୍ଠାନ ହେବର ପ୍ରତିକ୍ରିୟା ଦେଇଛନ୍ତି। ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ଛାତ୍ର ଛାତ୍ରୀ ଓ ଅଭିଭାବକ ଅଧ୍ୟକ୍ଷଙ୍କ ବହିଷ୍କାର ଦାବି କରିଛନ୍ତି ।






