ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୩୨ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୪୭ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

Children deprived of food security: ଖାଦ୍ୟ ସୁରକ୍ଷାରୁ ବଂଚିତ ପିଲାଙ୍କ ପାଠରେ ଡ଼ୋରି

Children deprived of food security: ଖାଦ୍ୟ ସୁରକ୍ଷାରୁ ବଂଚିତ ପିଲାଙ୍କ ପାଠରେ ଡ଼ୋରି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

କପ୍ତିପଦା, ୧୦/୧୧/୨୬ – ମୟୂରଭଞ୍ଜ ଜିଲ୍ଲା,କପ୍ତିପଦା ବ୍ଲକ, ମାଙ୍କଡ଼ପଡ଼ା ପଂଚାୟତ ଅନ୍ତର୍ଗତ ଖଡ଼ିଖାଣିଆ ଗ୍ରାମର ଏକ ଅଭାବନୀୟ କାହାଣୀ । ଏହି ଗ୍ରାମର ବାସିନ୍ଦା ଗୁରୁଭା ସିଂଙ୍କର ୪ଜଣ ସନ୍ତାନ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମୁଣ୍ଡପିଛା ୫କିଗ୍ରା ଚାଉଳ ପାଇବାରୁ ବଂଚିତ ଥିବାର ଜଣାଇଛନ୍ତି । ପରିବାରକୁ ମିଳିଥିବା ରାସନକାର୍ଡ଼ରେ ଏହି ପିଲା ମାନଙ୍କର ନାମ ସଂଲଗ୍ନ ହୋଇନଥିବାରୁ ସେମାନେ ଚାଉଳ ପାଇପାରୁ ନାହାନ୍ତି ବୋଲି ଜଣାଯାଇଛି । ଦିନ ମଜୁରିଆ ଭାବରେ କାମ କରି ପରିବାରର ଭରଣ ପୋଷଣ ବୁଝୁଥିବା ଗୁରୁଭା ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏ ବାବଦରେ ପଂଚାୟତ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବାର ଅଭିଯୋଗ କରିଛନ୍ତି । ସେହିପରି ଜ୍ୟେଷ୍ଠ କନ୍ୟା ଲକ୍ଷ୍ମୀ ସିଂ ୫ମଶ୍ରେଣୀ ପାସ କରିବା ପରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ନପାରି ଘରେ ରହି ଯାଇଛନ୍ତି । ବର୍ତ୍ତମାନ ଲକ୍ଷ୍ମୀଙ୍କୁ ବୟସ ୧୮ବର୍ଷ ଛୁଇଁଯାଇଥିବାର ଜଣାଯାଇଛି । ଦ୍ୱିତୀୟ ଓ ତୃତୀୟ କନ୍ୟା ଯଥାକ୍ରମେ ସରସ୍ୱତୀ ସିଂ ଏବଂ ଦୀପା ସିଂ ମଧ୍ୟ ଅନୁରୂପ ଭାବେ ୫ମଶ୍ରେଣୀ ପରେ ଆଜକୁ ୪ବର୍ଷ ଧରି ଆଦୌ ବିଦ୍ୟାଳୟ ଯାଇନାହାଁନ୍ତି ।

Children deprived of food security: ଖାଦ୍ୟ ସୁରକ୍ଷାରୁ ବଂଚିତ ପିଲାଙ୍କ ପାଠରେ ଡ଼ୋରି – ସମୀକ୍ଷା

ବିଦ୍ୟାଳୟ ଖାତାରେ ତାଙ୍କର ନାମ ଗଡ଼ି ଚାଲିଛି କି କଟି ଯାଇଛି ତାହା ପରିବାରକୁ ଅଜଣା । ସରସ୍ୱତୀଙ୍କୁ ବର୍ତ୍ତମାନ ବୟସ ୧୬ବର୍ଷ ଛୁଇଁଥିବା ବେଳେ ଦୀପାଙ୍କୁ ବୟସ ୧୪ବର୍ଷ ଛୁଇଁଲାଣି । ଦିର୍ଘଦିନ ଧରି ଅନୁପସ୍ଥିତ ଏହି ପିଲାମାନଙ୍କୁ ବିଦ୍ୟାଳୟ ତରଫରୁ ମଧ୍ୟ ଆଦୌ ଖୋଜା ପଡ଼ିନାହିଁ । ଏହିଭଳି ବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ବିଭିନ୍ନ କାରଣରୁ ପାଠପଢ଼ାରେ ଡ଼ୋରି ବାନ୍ଧିବାକୁ ବାଧ୍ୟ ହେଉଥିବାର କଥା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ପ୍ରଥମରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତା ମୂଳକ ଶିକ୍ଷା ସରକାର ଘୋଷଣା କରିଥିବା ସମୟରେ ଏହି ଘୋଷଣାକୁ ସଫଳ କରିବା ପାଇଁ କପ୍ତିପଦା ବ୍ଲକରେ ‘ଆସ ସ୍କୁଲ ଯିବା’ ଅଭିଯାନ ଚାଲିଛି । ମାତ୍ର ଏସବୁ ଯେ କେବଳ ପ୍ରହସନ ବୋଲି ଏହି କାହାଣୀ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି । ସେହିପରି ବିଦ୍ୟାଳୟକୁ ପିଲା ଆସନ୍ତୁ କିମ୍ବା ନଆସନ୍ତୁ ସରକାରୀ ଫାଇଲ ଚାଷରେ ସବୁ ଠିକ୍ ଚାଲିଛି ବୋଲି ଦର୍ଶାଯାଉଥିବାର କଥା ଶୁଣାଯାଉଛି । ତେବେ ସରସ୍ୱତୀ ଓ ଦୀପାଙ୍କ କ୍ଷେତ୍ରରେ ବାସ୍ତବ ଚିତ୍ର କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଉଛି । ଆଦିବାସୀ ଭାଇ ଭଉଣୀ ମାନଙ୍କର ସବୁପ୍ରକାର ସୁଖଦୁଃଖ ବୁଝିବା ପାଇଁ ଏଠାରେ ସମନ୍ୱିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ କରୁଛି । ଯାହାର କାର୍ଯ୍ୟାଳୟ ଉଦଳା ଠାରେ ରହିଛି । କିନ୍ତୁବହୁ ସଂଖ୍ୟାରେ ଆଦିବାସୀ ଛାତ୍ର ଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ୁଥିବା ବେଳେ ଉକ୍ତ ପ୍ରକଳ୍ପ ଏହାର କୌଣସି ପ୍ରତିକାର ନକରି କାହିଁକି ଚୁପ ମାରି ବସିଛି ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ରାଜ୍ୟ ସରକାର ଏହାର ତଦନ୍ତ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ବହୁ ସମାଜସେବୀ ଅନୁରୋଧ ଜଣାଇଛନ୍ତି । ଏହି ବୟସର ପିଲାଙ୍କୁ ପାଠସହିତ ବାନ୍ଧିନରଖିବା ଫଳରେ ବାଲ୍ୟ ବିବାହ ବଢ଼ି ବଢ଼ି ଚାଲିଥିବାର କରୁଣ ପରିଣତି ଦେଶକୁ ଭୟଙ୍କର ବିପଦ ଡ଼ାକି ଆଣୁଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Angul Child Care & Protection Held :ଅନୁଗୋଳରେ ପରିବାରଭିତ୍ତିକ ଶିଶୁ ଯତ୍ନ ଏବଂ ସୁରକ୍ଷା ଉପରେ ଆଞ୍ଚଳିକ ପରାମର୍ଶ କର୍ମଶାଳା ଅନୁଷ୍ଠିତ