ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟି:
ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବ୍ୟବସ୍ଥା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଉଚ୍ଚ କତୃପକ୍ଷ ଙ୍କୁ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଜଣକ ଖାତିର ରହୁନଥିବା ପରିଲକ୍ଷିତ ହୋଇଛି। ବାତ୍ୟା ଓ ବନ୍ୟା ପରବର୍ତ୍ତୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ କାର୍ଯ୍ୟାଳୟ ରବିବାର ମଧ୍ୟ ଖୋଲା ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l କିନ୍ତୁ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ଏହାର ବ୍ୟତିକ୍ରମ ସମ୍ପର୍କ ରେ ଅଭିଯୋଗ ହେବା ପରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଆଜି ଚିକିଟି ପରିଦର୍ଶନ ରେ ଆସିଥିଲେ । କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ ମନୋଜ ପାଢ଼ୀ ଙ୍କ ସମେତ ୫ ଡାକ୍ତର ଅନୁପସ୍ଥିତ ଦେଖି ଡ଼.ପାଢ଼ୀ ଙ୍କୁ ଫୋନ ମାଧ୍ୟମରେ ଅନୁପସ୍ଥିତ ର କାରଣ ପଚାରି ବୁଝିଥିଲେ l ବାପା ଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଡ଼ ପାଢ଼ୀ ଅନୁପସ୍ଥିତ ଥିବା ସେ କହିଥିବା ସୂଚନା ମିଳିଛି। ଏବଂ ଦୁଇ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସି ଡି ଏମ ଓ ପ୍ରତିଶୃତି ଦେଇଥିଲେ। କିଛି ଗଣ ମାଧ୍ୟମ ପ୍ରତିନିଧି ପହଂଚି ଡ଼ ମନୋଜ ପାଢ଼ୀ ଙ୍କ ମନ ମାନି ଯୋଗୁଁ ଚିକିଟି ମେଡିକାଲ ରେ ସ୍ୱାସ୍ଥ୍ୟ ସେବା ରେ ଘୋର ଅବନୀତି ଦେଖାଯିବା ସହ ଆର୍ଥିକ ଘୋଟାଲା ଭରପୁର ହେବା ନେଇ ସି. ଡି.ଏମ. ଓ ଙ୍କୁ ଅଭିଯୋଗ କରିଥିଲେ। ମେଡିକାଲ ଖୋଲିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ସତ୍ତ୍ବେ ଗତ ରବିବାର ଦିନ ୧୨ ଟା ସୁଦ୍ଧା ସ୍ବାସ୍ଥ୍ୟକେନ୍ଦ୍ରରେ ଦାୟିତ୍ୱରେ ଥିବା କେତେକ ପ୍ରମୁଖ ଅଧିକାରୀଙ୍କ ଅନୁପସ୍ଥିତି କୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୋଗ ଅନୁଯାୟୀ, ସି ଏଚ ସି ଅଧିକାରୀ ଡା. ମନୋଜ ପାଢ଼ୀ, ପି. ଏଚ. ଇ.ଓ ବନବିହାରୀ ନାୟକ ଓ ବି.ପି.ଏମ ରାମଚନ୍ଦ୍ର ସାହୁ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ମାତ୍ର ଜଣେ ଡାକ୍ତରଙ୍କ ଭରସାରେ ରୋଗୀ ସେବା ଚାଲିଥିବା ନେଇ ସବୁଠାରୁ ଗୁରୁତର ଅଭିଯୋଗ ହୋଇଥିଲା। ଅନୁପସ୍ଥିତ ଡାକ୍ତର ଙ୍କ କାରଣ ଜାଣିବା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଉଦ୍ୟମ କରାଗଲେ ମଧ୍ୟ ଡାକ୍ତର ଫୋନ୍ ଉଠାଉ ନଥିବା ଅଭିଯୋଗ ହୋଇଛି। ବାତ୍ୟା ଓ ବନ୍ୟା ପରି ଜରୁରୀ ପରିସ୍ଥିତିରେ ସ୍ବାସ୍ଥ୍ୟ ସେବାର ଗୁରୁତ୍ୱ ରହିଥିବା ବେଳେ ଜିଲ୍ଲାପାଳଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ ମଧ୍ଯ ଏଭଳି ସ୍ଥିତି କାହିଁକି ସୃଷ୍ଟି ହେଲା, ତାହାକୁ ନେଇ ପ୍ରଶ୍ନ ଉଠିଛି ଏହି ଘଟଣାର ତଦନ୍ତ କରି ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।






