ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୯ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୯ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୯ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧୦ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧୦ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧୦ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧୦ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧୦ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧୦ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧୦ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Shaktimayi Magazine: ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀର ୧୯ତମ ସଂସ୍କରଣ ଉନ୍ମୋଚିତ

Shaktimayi Magazine: ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀର ୧୯ତମ ସଂସ୍କରଣ ଉନ୍ମୋଚିତ – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର 11/11: ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ବ୍ରାହ୍ମଣପାଳସ୍ଥିତ ଶକ୍ତିମୟୀ ମା’ ଦକ୍ଷିଣକାଳୀଙ୍କ ମହିମା, ଐତିହ୍ୟ ଓ ପବିତ୍ର ଇତିହାସକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ପ୍ରକାଶିତ ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀ ର ୧୯ତମ ସଂସ୍କରଣ ମା’ଙ୍କ ପୀଠ ପରିସରରେ ଶୁଭ ଉନ୍ମୋଚିତ ହୋଇଯାଇଛି। ଦୀର୍ଘ ୧୯ ବର୍ଷ ଧରି ପ୍ରତିବର୍ଷ କାଳୀପୂଜା ଅବସରରେ ମା’ଙ୍କ ଶ୍ରୀଚରଣରେ ଏହି ପତ୍ରିକା ଉନ୍ମୋଚନ କରାଯାଇ ଆସୁଥିବା ବେଳେ ଏହା ଏବେ ଏକ ସୁନ୍ଦର ପରମ୍ପରାରେ ପରିଣତ ହୋଇଛି। ମା’ ଦକ୍ଷିଣକାଳୀଙ୍କ ଆବିର୍ଭାବ, ମହିମା, ମାହାତ୍ମ୍ୟ, ପୂଜାବିଧି ଓ ଐତିହାସିକ ପରମ୍ପରା ସମ୍ପର୍କରେ ଏହି ପତ୍ରିକାରେ ବିଭିନ୍ନ ତଥ୍ୟ ସ୍ଥାନ ପାଇଛି। ବିଶେଷକରି ଆଜିର ଯୁବପିଢ଼ି ନିଜ ଅଞ୍ଚଳର ଆରାଧ୍ୟ ଦେବୀଙ୍କ ମହିମା, ଗୌରବମୟ ଇତିହାସ ଓ ପୁରାତନ ପରମ୍ପରା ସମ୍ପର୍କରେ ଅବଗତ ହେବା ସହ ଏହାକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାରେ ଏହି ପତ୍ରିକା ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି। ଦୀର୍ଘ ୧୯ ବର୍ଷର ଏହି ନିରନ୍ତର ପ୍ରୟାସ ଅଞ୍ଚଳର ଧାର୍ମିକ ଓ ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ। ଏହି ଅବସରରେ ମା’ଙ୍କ ମୁଖ୍ୟ ପୂଜକ ସନ୍ତୋଷ କୁମାର ପଣ୍ଡା, ବ୍ରାହ୍ମଣପାଳ କାଳୀ କମିଟିର ସମ୍ପାଦକ ହେମନ୍ତ କୁମାର ସୁତାର , ‘ଶକ୍ତିମୟୀ’ ପତ୍ରିକାର ସମ୍ପାଦକ ଗୟାଧର ପଣ୍ଡା ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା, ସରଞ୍ଜନ ପଣ୍ଡା, ପ୍ରଫେସର ବାସୁଦେବ ବାରିକ, କୈଳାସ ଚନ୍ଦ୍ର ପଣ୍ଡା, ନାରାୟଣ ଚନ୍ଦ୍ର ପାଢ଼ୀ, ଅମ୍ବିକା ବଲ୍ଲଭ ସ୍ୱାଇଁ, ନବଶ୍ରୀ ଶୁଭ ସୂର୍ଯ୍ୟ ଓ ସନ୍ତୋଷ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ସାମ୍ବାଦିକ ଦୀପ୍ତିରଞ୍ଜନ ନାୟକ, କାଳନ୍ଦି ବେହେରା, ସିଦ୍ଧାର୍ଥ ଶଙ୍କର ମିଶ୍ର, ରତିକାନ୍ତ ନାୟକ, ପଙ୍କଜ କୁମାର ଦାସ ଓ ସ୍ମୃତିରଞ୍ଜନ ଦୁବେଙ୍କ ସମେତ ବହୁ ଶ୍ରଦ୍ଧାଳୁ, ବୁଦ୍ଧିଜୀବୀ ଓ ଅଞ୍ଚଳବାସୀ ଯୋଗଦେଇଥିଲେ।

Shaktimayi Magazine: ଆଧ୍ୟାତ୍ମିକ ପତ୍ରିକା ଶକ୍ତିମୟୀର ୧୯ତମ ସଂସ୍କରଣ ଉନ୍ମୋଚିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Ahalya’s Plight: ଜୀବନର ଅପରାହ୍ଣରେ ଅହଲ୍ୟାଙ୍କ ଦୁର୍ଦ୍ଦଶା