ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୯ ମିନିଟ ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୩୬ ମିନିଟ ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୪୬ ମିନିଟ ପୂର୍ବେKashipur llegal sale of foreign liquor: କାଶୀପୁର-ବିଏର ପାର୍ଲର ନାଁରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ! ୧ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୧ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୧ ଘଣ୍ଟା ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୧ ଘଣ୍ଟା ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୨ ଘଣ୍ଟା ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୨ ଘଣ୍ଟା ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୨ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ରାୟଗଡ଼ା ନୟାଗଡ଼ ବରଗଡ଼ କେନ୍ଦୁଝର ଖୋର୍ଦ୍ଧା

Subrat Das Parjang Block Youth BJD President: ସୁବ୍ରତ ଦାସ ହେଲେ ପରଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି

Subrat Das Parjang Block Youth BJD President: ସୁବ୍ରତ ଦାସ ହେଲେ ପରଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି – ସମୀକ୍ଷା ଖବର


ଶଙ୍କର୍ଷଣ ସାହୁ/ରିପୋର୍ଟର/ ପରଜଙ୍ଗ/ସମୀକ୍ଷା ନ୍ୟୁଜ: ୧୪।୧୧: ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଗତିଶୀଳ କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପାଇଁ ବିଜୁ ଯୁବ ଜନତା ଦଳର ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି। ଏହି ନୂତନ କମିଟିରେ ପରଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି ଭାବେ ସୁବ୍ରତ କୁମାର ଦାସଙ୍କୁ ମନୋନୀତ କରାଯାଇଛି।ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏବଂ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଏହି ନୂତନ କମିଟି ଗଠନ କରାଯାଇଛି। ଯୁବ ସଂଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା ସହ ଦଳୀୟ କାର୍ଯ୍ୟକଳାପକୁ ଆହୁରି ସକ୍ରିୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।ନୂତନ ଜିଲ୍ଲା କମିଟିରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରୁ ଉପସଭାପତି ଭାବେ ଭବାନୀ ଶଙ୍କର ପଣ୍ଡା, ସାଧାରଣ ସମ୍ପାଦକ ଭାବେ ସୌମ୍ୟ ରଞ୍ଜନ ହେନ୍ତାଲିଆ ଓ ଖଗେଶ୍ୱର ଭୂତିଆଙ୍କୁ ମନୋନୀତ କରାଯାଇଛି। ସେହିପରି ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ମହନ୍ତ, ରାଜେନ୍ଦ୍ର କୁମାର ସାହୁ, ପ୍ରତିକ୍ କୁମାର ସାହୁ, ମୃତ୍ୟୁଞ୍ଜୟ ସାହୁ, ପ୍ରେମାନନ୍ଦ ସାହୁ, ସଲିଲ କୁମାର ବିକ୍ରମସିଂହ, ରାଜେନ୍ଦ୍ର ଧର ଓ ସାନୁଜ ବିଶ୍ୱାଳ, ରାଜୀବ ନାଏକ ଙ୍କୁ ଦାୟିତ୍ୱ ଦିଆଯାଇଛି।ନବଗଠିତ କମିଟିର ସମସ୍ତ ନବନିଯୁକ୍ତ କର୍ମକର୍ତ୍ତାଙ୍କ ନେତୃତ୍ୱ, ନିଷ୍ଠା ଓ ସାମୂହିକ ପ୍ରୟାସରେ ଢେଙ୍କାନାଳ ଜିଲ୍ଲାରେ ଯୁବ ସଂଗଠନ ଆହୁରି ମଜବୁତ ହେବା ସହ ଦଳ ନୂତନ ଉଚ୍ଚତାରେ ପହଞ୍ଚିବ ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଧର୍ମାନନ୍ଦ ପରିଡ଼ା ଏବଂ ବିଜୁ ଜନତା ଦଳର ଜିଲ୍ଲା ସଭାପତି ନୃସିଂହ ଚରଣ ସାହୁ ଆଶା ଓ ବିଶ୍ୱାସ ପ୍ରକଟ କରିଛନ୍ତି। ଏଥିସହ ନୂତନ ଭାବେ ମନୋନୀତ ସମସ୍ତ କର୍ମକର୍ତ୍ତାଙ୍କୁ ଉଭୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Subrat Das Parjang Block Youth BJD President: ସୁବ୍ରତ ଦାସ ହେଲେ ପରଜଙ୍ଗ ବ୍ଲକ ଯୁବ ବିଜେଡି ସଭାପତି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Voter Awareness: ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା ମାଧ୍ୟମରେ ଭୋଟର ସଚେତନତା