ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୪ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୫ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୫ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୫ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୫ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୫ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୫ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୫ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା ଖବର

ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ: ଆସ୍ଥା, ନିଷ୍ଠା ଓ ଭକ୍ତିର ଅପୂର୍ବ ସମନ୍ୱୟର ପର୍ବ ଛଟ୍‌ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି କରଞ୍ଜିଆ ସହର ସମେତ ସମଗ୍ର ପାଞ୍ଚପୀଢ଼ ଉପଖଣ୍ଡ। ଛଟ୍‌ପୂଜାର ତୃତୀୟ ଦିନ ଅର୍ଥାତ୍ ଛୋଟ ପର୍ବରେ ଆଜି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରିଛନ୍ତି ବ୍ରତଧାରୀ। ଏହି ଅବସରରେ କରଞ୍ଜିଆ ସହର ସଂଲଗ୍ନ ସାହାରପଡ଼ା ରାସ୍ତାରେ ଥିବା ଦେଓନଦୀ ତଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଓ ଭକ୍ତିମୟ ପରିବେଶ ବେଶ୍ ଆକର୍ଷଣୀୟ ହୋଇଥିଲା। ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଆସି କରଞ୍ଜିଆ ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ହିନ୍ଦୀଭାଷୀ ଓ ବିହାରୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ରୀତିନୀତିରେ ଏହି ମହାପର୍ବ ପାଳନ କରିଆସୁଛନ୍ତି। ପରିବାରର ସୁଖ, ସମୃଦ୍ଧି, ସନ୍ତାନସନ୍ତତିଙ୍କ ମଙ୍ଗଳ ଓ ପ୍ରିୟଜନଙ୍କ ଦୀର୍ଘାୟୁ କାମନା କରି ସୂର୍ଯ୍ୟଦେବ ଏବଂ ଛଟୀ ମାତାଙ୍କ ନିକଟରେ ବ୍ରତଧାରୀମାନେ ନିଜକୁ ସମର୍ପିତ କରିଥାନ୍ତି।

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା

ଚାରିଦିନ ଧରି ପାଳିତ ହେଉଥିବା ଏହି କଠୋର ବ୍ରତରେ ଶୁଦ୍ଧତା, ସଂଯମ ଓ ନିଷ୍ଠାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ପ୍ରଥମ ଦିନ ‘ନହାୟ-ଖାୟ’ରେ ବ୍ରତଧାରୀମାନେ ସ୍ନାନ କରି ଘର ଓ ପରିବେଶକୁ ଶୁଦ୍ଧ କରିବା ପରେ ପାରମ୍ପରିକ ଲାଉ-ଭାତ ଭୋଜନ କରି ବ୍ରତ ଆରମ୍ଭ କରନ୍ତି। ଦ୍ୱିତୀୟ ଦିନ ‘ଖର୍ଣ୍ଣା’ରେ ଦିନତମାମ ଉପବାସ ରହି ସନ୍ଧ୍ୟାରେ ଗୁଡ଼ରେ ପ୍ରସ୍ତୁତ କ୍ଷୀରି ଓ ରୁଟି ଭୋଗ ଅର୍ପଣ କରି ପ୍ରସାଦ ଗ୍ରହଣ କରନ୍ତି।

ତୃତୀୟ ଦିନ ଅର୍ଥାତ୍ ଛୋଟ ପର୍ବରେ ଘରେ ଘରେ ଛଟ୍‌ପୂଜାର ସ୍ୱତନ୍ତ୍ର ପ୍ରସାଦ ପ୍ରସ୍ତୁତ ହୋଇଥାଏ। ଠେକୁଆ, ଚାଉଳ ଲଡ଼ୁ, ବିଭିନ୍ନ ଫଳମୂଳ ଓ ଅନ୍ୟାନ୍ୟ ପାରମ୍ପରିକ ସାମଗ୍ରୀକୁ ପୂଜା ଥାଳିରେ ସଜାଇ ବ୍ରତଧାରୀମାନେ ନଦୀ ଓ ଜଳାଶୟ କୂଳରେ ପହଞ୍ଚିଥାନ୍ତି। ସେଠାରେ ଜଳରେ ଠିଆ ହୋଇ ଅସ୍ତଗାମୀ ସୂର୍ଯ୍ୟନାରାୟଣଙ୍କୁ ଅର୍ଘ୍ୟ ଅର୍ପଣ କରି ପରିବାରର ମଙ୍ଗଳ କାମନା କରିଥାନ୍ତି। ଏହି କ୍ରମରେ ଆଜି ସନ୍ଧ୍ୟାରେ ଦେଓନଦୀ କୂଳରେ ବ୍ରତଧାରୀଙ୍କ ସହ ପରିବାରବର୍ଗ ଓ ଶ୍ରଦ୍ଧାଳୁଙ୍କ ସମାଗମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ଆସନ୍ତାକାଲି ଚତୁର୍ଥ ତଥା ଶେଷ ଦିନରେ କାର୍ତ୍ତିକ ଶୁକ୍ଳ ସପ୍ତମୀ ତିଥିରେ ଉଦୟଗାମୀ ସୂର୍ଯ୍ୟଙ୍କୁ ଦ୍ୱିତୀୟ ଅର୍ଘ୍ୟ ଅର୍ପଣ କରିବା ପରେ ବ୍ରତଧାରୀମାନେ ବ୍ରତ ଉଦ୍‌ଯାପନ କରିବେ। ଏହି ପର୍ବରେ ମହିଳାମାନଙ୍କ ସଂଖ୍ୟା ଅଧିକ ଥିବାବେଳେ ପୁରୁଷମାନେ ମଧ୍ୟ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ଛଟ୍‌ପୂଜା କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ପ୍ରକୃତି, ଜଳ ଓ ସୂର୍ଯ୍ୟଙ୍କ ପ୍ରତି ମଣିଷର କୃତଜ୍ଞତା ଏବଂ ପାରିବାରିକ ଏକତାର ଏକ ଅନନ୍ୟ ପ୍ରତୀକ। କରଞ୍ଜିଆ ଛଟ୍‌ପୂଜା କମିଟି ପକ୍ଷରୁ ସଭାପତି ନାରାୟଣ ସାଉ ସୋନାର, ସମ୍ପାଦକ ରଞ୍ଜିତ କୁମାର ସାହୁଙ୍କ ସମେତ ଜିତେନ୍ଦ୍ର ସିଂ, ନଗେନ୍ଦ୍ର ସିଂ, ଚନ୍ଦ୍ରଭୂଷଣ ସାହୁ, ବିନୋଦ ସାହୁ, ଚନ୍ଦନେଶ୍ୱର ଠାକୁର, ଚନ୍ଦ୍ରିକା ଠାକୁର, ମୁନା ସାହୁ ଓ ରାଜୁ ଜୟସ୍ୱାଲ ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

Devotees observed the Chhath festival: ଅସ୍ତଗାମୀ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ୍ୟ ଅର୍ପଣ କରି ଛଟ୍‌ ପର୍ବ ପାଳିଲେ ବ୍ରତଧାରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Hidden from Public View Ghodagadhua’ Tourism: ନଜର ଆଢ଼ୁଆଳରେ କପ୍ତିପଦାର ‘ଘୋଡ଼ାଗାଧୁଆ’ ପର୍ଯ୍ୟଟନ