ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୭ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୭ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୮ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୮ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୮ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୮ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୮ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୮ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୮ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୮ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Vedanta plants 2,000 saplings in Jharsuguda: ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ବିଶ୍ୱ ପରିବେଶ ଦିବସ ଅବସରରେ ଝାରସୁଗୁଡ଼ାରେ ୨,୦୦୦ ଚାରା ରୋପଣ

Vedanta plants 2,000 saplings in Jharsuguda: ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ବିଶ୍ୱ ପରିବେଶ ଦିବସ ଅବସରରେ ଝାରସୁଗୁଡ଼ାରେ ୨,୦୦୦ ଚାରା ରୋପଣ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ /ଝାରସୁଗୁଡ଼ା:

ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ପ୍ରାୟ ୨,୦୦୦ ଚାରା ରୋପଣ ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ଥାନୀୟ ସମୁଦାୟଙ୍କ ସହଯୋଗରେ ଆୟୋଜିତ ଏହି ପଦକ୍ଷେପରେ କମ୍ପାନୀର କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀମାନେ ସାମିଲ ହୋଇ ଅଞ୍ଚଳର ସବୁଜ ଆବରଣ ବୃଦ୍ଧି ଏବଂ ପରିବେଶ ସଂରକ୍ଷଣ ପାଇଁ ସାମୂହିକ ପ୍ରୟାସକୁ ସୁଦୃଢ଼ କରିଛନ୍ତି। ନଭେମ୍ବର ୧ ତାରିଖରେ ପାଳିତ ବିଶ୍ୱ ପରିବେଶ ଦିବସ ପରିସଂସ୍ଥାର ସୁରକ୍ଷା ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ସନ୍ତୁଳନ ବଜାୟ ରଖିବାର ଗୁରୁତ୍ୱକୁ ଉଜାଗର କରେ। ଏହାର ଉଦ୍ଦେଶ୍ୟ ମିଳିତ ଜାତିସଂଘର ‘ପରିସଂସ୍ଥା ପୁନରୁଦ୍ଧାର ଦଶକ (୨୦୨୧-୨୦୩୦)’ ଅଭିଯାନ ସହ ସମନ୍ୱିତ, ଯାହା ପରିସଂସ୍ଥାର ଅବକ୍ଷୟକୁ ରୋକିବା ଓ ପୁନରୁଦ୍ଧାର କରିବା ପାଇଁ ଏକ ବିଶ୍ୱବ୍ୟାପୀ ଆହ୍ୱାନ।

ଏହି ଭାବନାକୁ ଆଧାର କରି ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ପକ୍ଷରୁ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମକୁ ଏକତ୍ର କରାଯାଇ କର୍ମଚାରୀ, ସମୁଦାୟ ସଦସ୍ୟ ଓ ସ୍ଥାନୀୟ ଅଂଶୀଦାରଙ୍କ ମଧ୍ୟରେ ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ବୃଦ୍ଧି କରାଯାଇଛି। ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ୍ (ଭିଏଏମ୍‌ଏଲ୍) ଝାରସୁଗୁଡ଼ାର ମୁଖ୍ୟ କାର୍ଯ୍ୟନିର୍ବାହୀ ସି. ଚନ୍ଦ୍ରୁ କହିଛନ୍ତି, “ପରିବେଶ ସଂରକ୍ଷଣ ଆମ କାର୍ଯ୍ୟପ୍ରଣାଳୀର ଏକ ଅବିଚ୍ଛେଦ୍ୟ ଅଂଶ। ସମ୍ବଳର ଦକ୍ଷ ବ୍ୟବହାର ବୃଦ୍ଧି, ସ୍ୱଚ୍ଛ ପ୍ରଯୁକ୍ତି ଆପଣାଇବାଠାରୁ ଆରମ୍ଭ କରି ଜୈବ ବିବିଧତା ସଂରକ୍ଷଣ ପର୍ଯ୍ୟନ୍ତ ଆମେ ଏହାକୁ ପ୍ରାଥମିକତା ଦେଉଛୁ। ଏହି ବ୍ୟାପକ ବୃକ୍ଷରୋପଣ ଭଳି ସ୍ଥାୟୀତ୍ୱକେନ୍ଦ୍ରିକ ପଦକ୍ଷେପ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ଏବଂ ଆମ ଚାରିପାଖରେ ଥିବା ସମୁଦାୟଙ୍କ ପାଇଁ ଦୀର୍ଘକାଳୀନ ମୂଲ୍ୟ ସୃଷ୍ଟି କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଆହୁରି ଦୃଢ଼ କରୁଛି।”

ଏହି ଅବସରରେ ବେଦାନ୍ତ ଆଲୁମିନିୟମର ବିଶେଷଜ୍ଞମାନଙ୍କ ଦ୍ୱାରା କର୍ମଚାରୀ ଓ ବ୍ୟବସାୟିକ ସହଯୋଗୀଙ୍କ ପାଇଁ ପରିବେଶୀୟ ସନ୍ତୁଳନ ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧ ଉପରେ ବିସ୍ତୃତ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା। ଏହି ପଦକ୍ଷେପ ଝାରସୁଗୁଡ଼ା ୟୁନିଟ୍‌ର ବ୍ୟାପକ ଜୈବ ବିବିଧତା ଓ ସ୍ଥାୟୀତ୍ୱ ପ୍ରୟାସର ଏକ ଅଂଶ, ଯାହା ଅଞ୍ଚଳର ସବୁଜ ଆବରଣ ବୃଦ୍ଧି ଏବଂ ପରିବେଶ ସଂରକ୍ଷଣରେ ସହାୟକ ହେଉଛି।

କମ୍ପାନୀର ବ୍ୟବସାୟିକ ସହଯୋଗୀ ଡବ୍ଲ୍ୟୁଆଇସିଏଲ୍‌ର କର୍ମଚାରୀ ଶଙ୍କର ସାମନ୍ତ କହିଛନ୍ତି, “ଏହି ସଚେତନତା ଅଧିବେଶନ ପରିବେଶ ପାଇଁ ଛୋଟ ଛୋଟ ପଦକ୍ଷେପ ମଧ୍ୟ କିପରି ବଡ଼ ପରିବର୍ତ୍ତନ ଆଣିପାରେ, ସେ ବିଷୟରେ ମୋତେ ନୂଆ ଦୃଷ୍ଟିକୋଣ ଦେଇଛି। ଜୈବ ବିବିଧତା ସଂରକ୍ଷଣ ଓ ସ୍ଥାୟୀ ଅଭ୍ୟାସ ବିଷୟରେ ଜାଣି ମୁଁ ଉତ୍ସାହିତ ହୋଇଛି। ନିଜ ଜୀବନରେ ମଧ୍ୟ ଏହି ଅଭ୍ୟାସଗୁଡ଼ିକ ଆପଣାଇବାକୁ ପ୍ରେରଣା ମିଳିଛି। ସମୁଦାୟ ପାଇଁ ଏଭଳି ପଦକ୍ଷେପ ଆୟୋଜନ କରାଯାଉଥିବା ଦେଖି ଖୁସି ଲାଗୁଛି।”

Vedanta plants 2,000 saplings in Jharsuguda: ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ ବିଶ୍ୱ ପରିବେଶ ଦିବସ ଅବସରରେ ଝାରସୁଗୁଡ଼ାରେ ୨,୦୦୦ ଚାରା ରୋପଣ – ସମୀକ୍ଷା

ଟନ୍ କାର୍ବନ ଡାଇଅକ୍ସାଇଡ୍ ସମତୁଲ ନିର୍ଗମନ ହ୍ରାସରେ ସହାୟକ ହେଉଛି।

ଜୈବ ବିବିଧତା ସଂରକ୍ଷଣ, ସମ୍ବଳର ଦକ୍ଷ ବ୍ୟବହାର ଓ ସମୁଦାୟର ସହଭାଗିତା ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ା ୟୁନିଟ୍ ଦାୟିତ୍ୱପୂର୍ଣ୍ଣ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇବା ସହ ଅଞ୍ଚଳର ପରିବେଶୀୟ ସୁସ୍ଥତାରେ ଅବଦାନ ରଖୁଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Heavy Rain in Bargarh: ବରଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଧାନ ଫସଲ ଓ ବସ୍ତା ନଷ୍ଟ