ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧୫ ମିନିଟ ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ ୩୧ ମିନିଟ ପୂର୍ବେLAMPS employee flees after promising marriage tribal girl: ଆଦିବାସୀ ଝିଅକୁ ବିବାହର ପ୍ରତିଶ୍ରୁତି ଦେଇ ଚମ୍ପଟ ମାରିଲେ ଲେମ୍ପସ କର୍ମଚାରୀ ୪୨ ମିନିଟ ପୂର୍ବେParadip Death of a bike rider: ପାରାଦୀପ ଗଡ଼ଗେଟ୍ ବଜାରରେ ଅଜଣା ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ! ୪୮ ମିନିଟ ପୂର୍ବେParadip Sri Sathya Sai Baba’s Birth Anniversary: ପାରାଦୀପରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମୋତ୍ସବ ପାଳିତ ୫୬ ମିନିଟ ପୂର୍ବେBargarh Kharif paddy procurement: ଆସନ୍ତା ନଭେମ୍ବର ୩୦ରୁ ବରଗଡ ଜିଲ୍ଲାରେ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ ୧ ଘଣ୍ଟା ପୂର୍ବେPatana Launch of Firefighting Vehicle: ପାଟଣା ଅଗ୍ନିଶମ କେନ୍ଦ୍ରରେ ନୂତନ ଅଗ୍ନିଶମ ଗାଡ଼ିର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେPatna MLA reaches disabled elderly couple: ଅସହାୟ ଭିନ୍ନକ୍ଷମ ବୃଦ୍ଧ ଦମ୍ପତିଙ୍କ ନିକଟରେ ପହଞ୍ଚିଲେ ପାଟଣା ବିଧାୟକ ୧ ଘଣ୍ଟା ପୂର୍ବେ‘Kanjipani’ tradition returns: ପୁଣି ଫେରିଲା ଶ୍ୟାମବାବାଙ୍କ ‘କାଞ୍ଜିପାଣି’ ପରମ୍ପରା ୧ ଘଣ୍ଟା ପୂର୍ବେNagabali development has not reached the other side: ନାଗାବଳୀ ଆରପାରିରେ ବିକାଶ ନପହଞ୍ଚାଇବା ଦୁଃଖ ଦାୟକ! ୧ ଘଣ୍ଟା ପୂର୍ବେRayagada Eviction drive: ଜବରଦଖଲକାରୀ ସାବଧାନ! ରାୟଗଡ଼ାରେ ଉଚ୍ଛେଦ ଅଭିଯାନ ଆରମ୍ଭ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା ନୂଆପଡ଼ା ବରଗଡ଼ କେନ୍ଦୁଝର

Koraput rail section DRM inspected: କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍

Koraput rail section DRM inspected: କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ – ସମୀକ୍ଷା ଖବର

ଗୌରୀ ଶଙ୍କର ପଟ୍ଟନାୟକ / ବରିଷ୍ଠ ସାମ୍ବାଦିକ/ ରାୟଗଡା/ ସମୀକ୍ଷା ନ୍ୟୁଜ:

ରେଳ ସୁରକ୍ଷା, ଷ୍ଟେସନ ଭିତ୍ତିଭୂମି, ପରିଚାଳନାଗତ ସୁବିଧା ଓ ଚାଲୁଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା

ଅମୃତ ଭାରତ ଷ୍ଟେସନ ଯୋଜନା, ଲିମିଟେଡ୍ ହାଇଟ୍ ସବ୍‌ୱେ ଓ କର୍ମଚାରୀ କଲ୍ୟାଣ ସୁବିଧାର ଅଗ୍ରଗତି ଅନୁଧ୍ୟାନ

ରାୟଗଡ଼ା, 20 ନଭେମ୍ବର 2026: ପୂର୍ବତଟ ରେଳପଥ ରାୟଗଡ଼ା ରେଳମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ (ଡିଆରଏମ୍) ଶ୍ରୀ ଅମିତାଭ ସିଂହଲ 20 ନଭେମ୍ବର 2026 ତାରିଖରେ ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନର ବ୍ୟାପକ ନିରୀକ୍ଷଣ କରି ରେଳ ସୁରକ୍ଷା, ପରିଚାଳନାଗତ ଦକ୍ଷତା, ଷ୍ଟେସନ ଭିତ୍ତିଭୂମି, ଯାତ୍ରୀ ସୁବିଧା, କର୍ମଚାରୀ କଲ୍ୟାଣ ତଥା ବିଭିନ୍ନ ଚାଲୁ ରହିଥିବା ଓ ପ୍ରସ୍ତାବିତ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ଦନ୍ତେୱାଡ଼ା ରେଳ ଷ୍ଟେସନ ପରିଦର୍ଶନ ସମୟରେ ଡିଆରଏମ୍ ଷ୍ଟେସନର ବିଭିନ୍ନ ସୁବିଧା ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ଅବସରରେ ଷ୍ଟେସନ ୱାର୍କିଂ ରୁଲ୍ସ (SWR) ଏବଂ ଭିଜୁଆଲ୍ ଡିସପ୍ଲେ ୟୁନିଟ୍ (VDU) ଯାଞ୍ଚ କରିବା ସହ ରେଳ ସେକ୍ସନର ବିଭିନ୍ନ ସୁରକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ସମୀକ୍ଷା କରିଥିଲେ। ବିଭିନ୍ନ ସ୍ଥାନରେ ଚାଲୁଥିବା ଲିମିଟେଡ୍ ହାଇଟ୍ ସବ୍‌ୱେ ଅଥବା ରେଳମାର୍ଗ ତଳେ ଦେଇ ଯାଉଥିବା ଉପମାର୍ଗ (LHS) ନିର୍ମାଣ କାର୍ଯ୍ୟର ଅଗ୍ରଗତି ଓ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହାର ସମାପ୍ତି ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏଥିସହ ଅମୃତ ଭାରତ ଷ୍ଟେସନ ଯୋଜନା (ABSS) ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟର ସ୍ଥିତି ମଧ୍ୟ ସମୀକ୍ଷା କରିଥିଲେ।

Koraput rail section DRM inspected: କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ – ସମୀକ୍ଷା

ବୋଡ଼ିଆରପୁର ଠାରେ ନୂତନ ଷ୍ଟେସନ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଡିଆରଏମ୍ ଅନୁଧ୍ୟାନ କରିଥିଲେ। ଏହାପରେ ଟୋକାପାଲ ରେଳବାଇ କଲୋନୀ ପରିଦର୍ଶନ କରି କର୍ମଚାରୀଙ୍କ ଆବାସିକ ସୁବିଧା ଓ ଭିତ୍ତିଭୂମି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମୀକ୍ଷା କରିଥିଲେ। ଏହି ସମୟରେ ସେ ରେଳ କର୍ମଚାରୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ ସଂଗଠନର ଅଧିକାରୀମାନେ ଏହି ପରିଦର୍ଶନ ସମୟରେ ଡିଆରଏମ୍‌ଙ୍କ ସହ ଉପସ୍ଥିତ ରହି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି, ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହାସଲ ହୋଇଥିବା ସଫଳତା ଏବଂ ଚାଲୁଥିବା କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ତ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ସମାପ୍ତ କରିବା ସହ ରେଳ ସୁରକ୍ଷା ମାନଦଣ୍ଡ ଓ ନିର୍ଦ୍ଧାରିତ ଗୁଣବତ୍ତା ବଜାୟ ରଖିବାକୁ ଡିଆରଏମ୍ ଗୁରୁତ୍ୱାରୋପ କରିଥିଲେ।

Koraput rail section DRM inspected: କୋରାପୁଟ ରେଳ ସେକ୍ସନ ନିରୀକ୍ଷଣ କଲେ ଡିଆରଏମ୍ – ସମୀକ୍ଷା

ଜଗଦଲପୁର ରେଳ ଷ୍ଟେସନରେ ଶ୍ରୀ ସିଂହଲ ଲବି ଓ ରନିଂ ରୁମ୍ ପରିଦର୍ଶନ କରିବା ସହ ସେଠାରେ ଚାଲୁଥିବା ଏବଂ ପ୍ରସ୍ତାବିତ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ଷ୍ଟେସନର ପୁନର୍ବିକାଶ, ଭିତ୍ତିଭୂମି ଉନ୍ନତିକରଣ ଓ ଯାତ୍ରୀ ସୁବିଧାର ଅଗ୍ରଗତି ମଧ୍ୟ ଅନୁଧ୍ୟାନ କରିଥିଲେ। ବିଶେଷକରି ରେଳ କର୍ମଚାରୀଙ୍କ ପାଇଁ ଉପଲବ୍ଧ ରନିଂ ରୁମ୍ ଓ କ୍ରୁ ଲବିର ସୁବିଧାଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ। ନାଗରନାର ଠାରେ ପ୍ରସ୍ତାବିତ ବ୍ଲକ୍ ଷ୍ଟେସନ ପରିଦର୍ଶନ କରି ଡିଆରଏମ୍ ସେଠାରେ ଚାଲୁଥିବା ସମ୍ପୃକ୍ତ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ଯାଞ୍ଚ କରିଥିଲେ। ସେହିପରି ଜୟପୁର ରେଳ ଷ୍ଟେସନ ପରିଦର୍ଶନ କରି ନୂତନ ଯାତ୍ରୀ ସୁବିଧା ଯଥା ଲିଫ୍ଟ, ଫୁଟ୍ ଓଭର ବ୍ରିଜ୍ (FOB) ଏବଂ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ ମଣ୍ଡଳ ରେଳ ପ୍ରବନ୍ଧକ । କୋରାପୁଟ ଷ୍ଟେସନରେ କ୍ରୁ ଲବି ପରିଦର୍ଶନ କରିବା ସହ ବିଭିନ୍ନ ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ ମଧ୍ୟ କରିଥିଲେ। ଯାତ୍ରୀଙ୍କ ସୁବିଧାକୁ ପ୍ରାଥମିକତା ଦେଇ ଅସମ୍ପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ସହ ସମସ୍ତ ସୁବିଧାର ଗୁଣବତ୍ତା ଓ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିଦର୍ଶନ ସମୟରେ ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ADRM) ଶ୍ରୀ ଗୌରୀ ଶଙ୍କର ରାଓଙ୍କ ସମେତ ରାୟଗଡ଼ା ରେଳମଣ୍ଡଳର ସମସ୍ତ ଶାଖା ଅଧିକାରୀ ଡିଆରଏମ୍‌ଙ୍କ ସହ ଉପସ୍ଥିତ ଥିଲେ। ଏହି ପରିଦର୍ଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ରେଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା, ପରିଚାଳନାଗତ ଦକ୍ଷତା ବୃଦ୍ଧି, ଯାତ୍ରୀ ସୁବିଧାର ଉନ୍ନତିକରଣ, କର୍ମଚାରୀ କଲ୍ୟାଣ ସୁବିଧାର ବିକାଶ, କର୍ମଚାରୀଙ୍କ ସମସ୍ୟାର ସମାଧାନ ଏବଂ ଦନ୍ତେୱାଡ଼ା–କୋରାପୁଟ ରେଳ ସେକ୍ସନରେ ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପର ସମୟୋଚିତ ସମାପ୍ତି ସୁନିଶ୍ଚିତ କରିବା।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର District Education Officer reached helpless children: ଅସହାୟ ୪ ଶିଶୁଙ୍କ ଘରେ ପହଞ୍ଚିଲେ ଜିଲ୍ଲା ଶିକ୍ଷା ଅଧିକାରୀ