ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୫୯ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୧ ଘଣ୍ଟା ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୧ ଘଣ୍ଟା ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୧ ଘଣ୍ଟା ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୧ ଘଣ୍ଟା ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୨ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୨ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୩ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୩ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ଧୁମଧାମରେ ପାଳିତ ହେଲା ବାରିପଦା ରାବଣପୋଡ଼ି ମହୋତ୍ସବ

ଧୁମଧାମରେ ପାଳିତ ହେଲା ବାରିପଦା ରାବଣପୋଡ଼ି ମହୋତ୍ସବ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨୨/୧୦/୨୬ –
ପବିତ୍ର ବିଜୟା ଦଶମୀ ଅବସରରେ ବାରିପଦା ସହରର ମଧୁବନ ମିନି ଷ୍ଟାଡିୟମ ପଡ଼ିଆରେ ରାବଣପୋଡ଼ି ମହୋତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଅତିଥି ଭାବେ ଯୋଗଦେଇ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ । ବାରିପଦା ସହରର ମଧୁବନଠାରେ ଏକମାତ୍ର ରାବଣପୋଡ଼ି ଅନୁଷ୍ଠିତ ହୋଇଥିବାରୁ ଏହି ମହୋତ୍ସବକୁ ଦେଖିବା ପାଇଁ ସନ୍ଧ୍ୟାରୁ ମଧୁବନ ପଡ଼ିଆରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ରାତି ପ୍ରାୟ ସାଢ଼େ ୮ଟାରେ ଅତିଥିଙ୍କ ଗହଣରେ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହେବା ପରେ ବିଶାଳକାୟ ରାବଣ ପ୍ରତିମୂର୍ତ୍ତି ଜଳିଉଠିବା ସହିତ ଆଲୋକ ମାଳା ସହ ବାଣ ରୋଶଣି ଶବ୍ଦରେ ସମଗ୍ର ଅଞ୍ଚଳ ଆଲୋକ ଓ ଶବ୍ଦମୟ ହୋଇ ଉଠିଥିଲା । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଆୟୋଜକ କମିଟି, ବାରିପଦା ପୌରପରିଷଦ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କମିଟିର ଉପଦେଷ୍ଟା କଳିଙ୍ଗ କେଶରୀ ଜେନା, ସଭାପତି ରବିନ୍ଦ୍ର ଜେନା, ସାଧାରଣ ସମ୍ପାଦକ ପିଣ୍ଟୁ ମାଇତି, ଉପ ସଭାପତି ପ୍ରଶାନ୍ତ ବେହେରା, କୋଷାଧ୍ୟଖ୍ୟ ମନୋଜ ସାମଲ, ସମ୍ପାଦକ ଜଗତଜୀବନ ରାମ, ଚିନ୍ମୟ ସିନ୍ହା, ଦେବେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ କମଲ ତୋସ୍ନିୱାଲ, ପରିଚାଳନା କମିଟି ସଦସ୍ୟ ସଞ୍ଜୟ ମାହାର୍ଣ୍ଣା, ସୋନୁ ରାମ, ଜନ୍ମେଜୟ ବେହେରା, ଶରତ ସ୍ବାଇଁ, ପ୍ରିୟବ୍ରତ ଦଳେଇ, କାନ୍ହା ଦାସ, ସଞ୍ଜୟ ମହାନ୍ତ, ଅମିତ କୁମାର, ଅମିତ ରାମ, ସନ୍ତୋଷ ରଣା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ଏହି ଉତ୍ସବ ପରିଚାଳନା କରିଥିଲେ ।

ଧୁମଧାମରେ ପାଳିତ ହେଲା ବାରିପଦା ରାବଣପୋଡ଼ି ମହୋତ୍ସବ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ରାଜନଗର: ହଂସୁଆ ନଦିରେ ଚାପ ଖେଳି ବିଦାୟ ନେଲେ ମା’ ଦୁର୍ଗା