ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୨୨/୧୦/୨୬ -ଵହଳଦା ବ୍ଳକ ଅନ୍ତର୍ଗତ ଵାସିଙ୍ଗୀ ପଞ୍ଚାୟତର ଵାସିଙ୍ଗୀ ଗ୍ରାମର ଅଞ୍ଚଳ ପ୍ରସିଦ୍ଧ ନାଗ ମାତା ମନ୍ଦିରରେ ମା’ ମନସା ଦେଵୀ ପୂଜା ଆନନ୍ଦ ଉଲ୍ଲାସର ସହ ସମ୍ପନ୍ନ ହୋଇଯାଇଛି । ମା’ ମାନସାଙ୍କ ପୂଜାବିଧି ରୀତିନୀତି ଅନୁସାରେ କରାଯାଇଥିଲା । ଗ୍ରାମ୍ୟ ପୋଖରୀରୁ ଶ୍ରଦ୍ଧାଳୁଙ୍କ ଦ୍ଵାରା ଘଟ ଉତ୍ତୋଳନ କରାଯାଇ ମନ୍ଦିରରେ ସ୍ଥାପନା କରାଯାଇଥିଲା । ତିନିଦିନ ଧରି ପାଳିତ ପୂଜାର୍ଚ୍ଚନାରେ ଆଖପାଖ ଗ୍ରାମରୁ ବହୁସଂଖ୍ୟକ ଶ୍ରଦ୍ଧାଳୁ ଓ ମାନସିକଧାରୀ ମନ୍ଦିରକୁ ଆସି ନାଗମାତାଙ୍କ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ । ପୂଜକଙ୍କ ଦ୍ଵାରା ପୂଜନ, ଆରତୀ, ଵଡପୂଜା, ଘଟ ବିସର୍ଜନ, ଆଳତୀ କରାଯାଇଥିଲା । ଅଞ୍ଚଳବାସୀଙ୍କ ଵିଶ୍ବାସରେ ଏହି ମା’ମନସାଙ୍କ ମାନସିକ ଧାରୀମାନେ କେବେ ବି ନିଷ୍ଫଳା ହୋଇ ନଥାନ୍ତି । ମା’ମନସା ଦେବୀ ସମସ୍ତଙ୍କ ମନବାଞ୍ଛା ପୂରଣ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯିବା ସହ ମନ୍ଦିର କମିଟିର ମୁଖ୍ୟ ସୁରେନ୍ଦ୍ରନାଥ ମହାନ୍ତ ଏବଂ ଗ୍ରାମର ମନ୍ଦିର କମିଟିର ସଦସ୍ୟମାନେ ଶାନ୍ତିଶୃଙ୍ଖଳା ସହ ପୂଜା ପରିଚାଳନାରେ ସହଯୋଗ କରିଥିଲେ ।






