ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୨୩ ନଭେମ୍ବର ୨୦୨୬
News Update
୧ ମିନିଟ ପୂର୍ବେFormer clerk arrested for misappropriating Rs 3.81 crore : ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୩.୮୧ କୋଟି ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ପୂର୍ବତନ କିରାଣୀ ଗିରଫ ୧୬ ମିନିଟ ପୂର୍ବେKeonjhar Polio Drops: କେନ୍ଦୁଝର ଜିଲ୍ଲାରେ ପ୍ରଥମ ଦିନ ୮୫% ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ ୩୦ ମିନିଟ ପୂର୍ବେPradhaniguda Industrial Training Institute: ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ପ୍ରଧାନୀଗୁଡାର ସମାବର୍ତ୍ତନ ଉତ୍ସବ ୩୫ ମିନିଟ ପୂର୍ବେMalkangiri Pulse Polio Programme: ମାଲକାନଗିରି ଜିଲ୍ଲାରେ ସମନ୍ୱିତ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ୩୯ ମିନିଟ ପୂର୍ବେShaheed Laxman Nayak Jayanti: ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ ୧ ଘଣ୍ଟା ପୂର୍ବେNaveen & Pandian’s foreign visit investigation: ନବୀନ ଓ ପାଣ୍ଡିଆନଙ୍କ ବିଦେଶ ଗସ୍ତ, ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୧ ଘଣ୍ଟା ପୂର୍ବେPottangi Block Horrific accident: ପଟ୍ଟାଙ୍ଗି ବ୍ଲକ-ପାୱାର ଟିଲରରେ ଚାଷ କରୁଥିବା ବେଳେ ଭୟଙ୍କର ଦୁର୍ଘଟଣା ୧ ଘଣ୍ଟା ପୂର୍ବେRayagada 4th Annual ‘Diyal Parab’: ରାୟଗଡ଼ା-ଜିସିଡି ପଡିଆଠାରେ ଚତୁର୍ଥ ବର୍ଷ ଦିଆଲ୍ ପରବ୍ ଭେଟଘାଟ୍‌ ୨ ଘଣ୍ଟା ପୂର୍ବେNuabazar Mahakaleshwar Temple: ନୂଆବଜାର ସ୍ଥିତ ବାବା ମହାକାଳେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ସମାଗମ ୨ ଘଣ୍ଟା ପୂର୍ବେTaekwondo Championship: ଇଣ୍ଡିଆ ଓପନ୍ ଇଣ୍ଟରନ୍ୟାସନାଲ ରେଙ୍କିଙ୍ଗ ଟାଇକୋଣ୍ଡୋ ଚାମ୍ପିଅନସିପରେ ଓଡ଼ିଶା ଖେଳାଳିଙ୍କ ଅଂଶଗ୍ରହଣ
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ନୟାଗଡ଼ ରାୟଗଡ଼ା କେନ୍ଦୁଝର ମାଲକାନଗିରି ବରଗଡ଼

ମଲିକ ସାହିରେ ମହାସମାରୋହରେ ପାଳିତ ହେଲା ଦୁର୍ଗାପୂଜା ଓ ବିଜୟା ଦଶମୀ-୨୦୨୬

ମଲିକ ସାହିରେ ମହାସମାରୋହରେ ପାଳିତ ହେଲା ଦୁର୍ଗାପୂଜା ଓ ବିଜୟା ଦଶମୀ-୨୦୨୬ – ସମୀକ୍ଷା ଖବର

ଅଚ୍ୟୁତ ଜାନୀ/ବିଶେଷ ପ୍ରତିନିଧି/କନ୍ଧମାଳ/ସମୀକ୍ଷା ନ୍ୟୁଜ:

ଓଡ଼ିଶାର ପାରମ୍ପରିକ ପାର୍ବଣ ଋତୁରେ ଦୁର୍ଗାପୂଜା ଓ ବିଜୟା ଦଶମୀକୁ ନେଇ ସବୁଠି ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତିମେଣ୍ଡି ପଞ୍ଚାୟତର ମଲିକ ସାହିଠାରେ ମଧ୍ୟ ମା’ ଦୁର୍ଗାଙ୍କ ପୂଜା ଓ ବିଜୟା ଦଶମୀ ମହାସମାରୋହରେ ପାଳିତ ହୋଇଛି। ଦୀର୍ଘ ୩୯ ବର୍ଷ ଧରି ପୂର୍ବପୁରୁଷଙ୍କ ପରମ୍ପରାକୁ ବଜାୟ ରଖି ଏଠାରେ ଏହି ପୂଜାପର୍ବ ଆୟୋଜିତ ହୋଇଆସୁଛି। ମା’ ଦୁର୍ଗାପୂଜା କମିଟି, ମଲିକ ସାହି ପକ୍ଷରୁ ଅକ୍ଟୋବର ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ଆୟୋଜନ କରାଯାଇଛି। ପୂଜାର ପ୍ରଥମ ଦିନ ଅପରାହ୍ନରେ ବିଧିବିଧାନ ଅନୁଯାୟୀ କଳସ ସ୍ଥାପନ କରାଯାଇ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଏହାପରେ ଅଷ୍ଟମୀ, ନବମୀ ଓ ଦଶମୀ ତିଥିରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ ଦୁର୍ଗାଙ୍କ ପୂଜା କରାଯାଇଥିଲା। ଏହି ଅବସରରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା। ଅକ୍ଟୋବର ୨୦ ତାରିଖ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିବାବେଳେ ୨୧ ତାରିଖ ଅପରାହ୍ନରେ ରାମାୟଣ ଆଧାରିତ ପୌରାଣିକ ନାଟକ ‘ଶବରୀ ଭେଟ ଓ ଲଙ୍କାପୋଡ଼ି’ ମଞ୍ଚସ୍ଥ ହୋଇଥିଲା। ଏହି ନାଟକ ମଞ୍ଚକୁ ମୁଖ୍ୟ ଅତିଥି ଭାବେ ଖଜୁରୀପଡ଼ା ଚତୁର୍ଥ ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବିଜେପିର କନ୍ଧମାଳ ଜିଲ୍ଲା ଉପସଭାପତି ତଥା ଖଜୁରୀପଡ଼ା ବ୍ଲକର ସାଂସଦ ପ୍ରତିନିଧି ମନୋଜ କୁମାର ପଣ୍ଡା, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଖଜୁରୀପଡ଼ା ଯୁବମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ସୁଜିତ କୁମାର ମଲିକ, ଯୁବମୋର୍ଚ୍ଚାର ଗୋଲକ ମଲ୍ଲିକ, ଖଜୁରୀପଡ଼ା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବିଜୟ ସେଠୀ, କୁଇ ସମାଜ ଯୁବ ପରିଷଦର ସମ୍ପାଦକ ତଥା ସାମ୍ବାଦିକ ଅଚ୍ୟୁତ ଜାନୀ ଓ ସାମ୍ବାଦିକ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ।

ମଲିକ ସାହିରେ ମହାସମାରୋହରେ ପାଳିତ ହେଲା ଦୁର୍ଗାପୂଜା ଓ ବିଜୟା ଦଶମୀ-୨୦୨୬ – ସମୀକ୍ଷା


ସେହିଦିନ ସନ୍ଧ୍ୟାରେ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କ ମନୋରଞ୍ଜନ କରିଥିଲା। ପରବର୍ତ୍ତୀ ଦିନ ଅକ୍ଟୋବର ୨୨ ତାରିଖରେ ରାମାୟଣ ଆଧାରିତ ଅନ୍ୟ ଏକ ପୌରାଣିକ ନାଟକ ‘କୁମ୍ଭକର୍ଣ୍ଣ ବଧ’ ମଞ୍ଚସ୍ଥ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମାଚରଣ ମଲିକ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ରୁପେ ଖଜୁରିପଡା ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, କୃଷକ ମୋର୍ଚ୍ଚା ସଭାପତି ବିକ୍ରମସେନ ଦେହୁରୀ, ପୂର୍ବତନ ଖଜୁରୀପଡ଼ା ମଣ୍ଡଳ ସଭାପତି ଦଶରଥ ସାହୁ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ,ଏହାପରେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା। ଧାର୍ମିକ ପରିବେଶ ସାଙ୍ଗକୁ ପୌରାଣିକ ନାଟକ ଓ ସଙ୍ଗୀତ କାର୍ଯ୍ୟକ୍ରମ ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା।ଏହି ପୂଜା ଓ ସାଂସ୍କୃତିକ ଉତ୍ସବ ମାଧ୍ୟମରେ ଅଞ୍ଚଳରେ ଧାର୍ମିକ ଭାବନା, ପାରମ୍ପରିକ ସଂସ୍କୃତି ଓ ସାମାଜିକ ଏକତାର ନିଦର୍ଶନ ଦେଖିବାକୁ ମିଳିଥିଲା। ଦୀର୍ଘ ୩୯ ବର୍ଷ ଧରି ଏହି ପରମ୍ପରାକୁ ଅବ୍ୟାହତ ରଖିଥିବାରୁ ମଲିକ ସାହିର ଦୁର୍ଗାପୂଜା ଅଞ୍ଚଳବାସୀଙ୍କ ମଧ୍ୟରେ ବିଶେଷ ଗୁରୁତ୍ୱ ବହନ କରୁଛି। କମିଟିର ସଭାପତି ଅଚ୍ୟୁତାନନ୍ଦ ସେଠୀ ଓ ସମ୍ପାଦକ ଅଜୟ କୁମାର ସେଠୀଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବାବେଳେ କମିଟିର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ କରିଥିଲେ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଜଗତସିଂହପୁର : ବିସର୍ଜନ ମେଢ଼ ମେଳା