ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:
ଭାରତୀୟ ପାଣିପାଗ ବିଭାଗ ର ସତର୍କତା ସୂଚନାନୁଯାଇ ପାରାଦ୍ୱୀପ ର ଷଣ୍ଢକୁଦ ଓ ନୂଆବଜାର ଅଞ୍ଚଳରେ ଥିବା ସମସ୍ତ ବୋଟମାଲିକ, ଡଙ୍ଗା ମାଲିକ ଓ ମତ୍ସ୍ୟଜୀବୀଙ୍କୁ ମତ୍ସ୍ୟବିଭାଗ ତରଫରୁ ଏହି ସତର୍କତା ସୂଚନା ଜାରୀ କରାଯାଇଛି।ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଅଛି, ଏହା କ୍ରମଶଃ ଅବପାତରେ ପରିଣତ ହୋଇ ବାତ୍ୟାରେ ପରିଣତ ହେବ ।ଏହାର ପ୍ରଭାବରେ ଆସନ୍ତା ୨୮/ ଅକ୍ଟୋବର/୨୦୨୬ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବା ସହ, ପ୍ରବଳରୁ ଅତି ପ୍ରବଳ ଝଡ ବର୍ଷା ଓ ପବନର ବେଗ ୪୦ କି.ମି ରୁ କ୍ରମଶଃ ବଢି ୬୦ କିମି ବେଗରେ ବହିବାର ସମ୍ଭାବନା ଅଛି । ଏଣୁ ୨୮/ ଅକ୍ଟୋବର/୨୦୨୬ ପର୍ଯ୍ୟନ୍ତ ସମୁଦ୍ରକୁ ମାଛ ଧରିବାକୁ ଯିବା ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ଭାଇମାନେ ସମୁଦ୍ର ମଧ୍ୟରେ ଅଛନ୍ତି ସେମାନେ ଯଥାସମ୍ଭବ କୂଳକୁ ଫେରିଆସିବା ପାଇଁ ଡାକବାଜୀ ଯନ୍ତ୍ର ଦ୍ବାରା ଅବଗତ କରାଯାଇଛି। ଏହା ଧନ ଓ ଜୀବନ ସୁରକ୍ଷା ନିମନ୍ତେ ଏହା ପାଳନ କରିବା ଜରୁରୀ ଅଟେ । ସୁରକ୍ଷା ଦୁଷ୍ଟିରୁ ଏହି ସତର୍କ ସୂଚନା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓଡିଶା ସରକାରଙ୍କ ତରଫରୁ ଜାରି କରାଯାଇଛି।






