ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୦ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୦ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୦ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୦ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୦ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୦ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୦ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୦ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୦ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

କରଞ୍ଜିଆରେ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗରେ ଏକ ବାର୍‌ରେ ଅବକାରୀ ଚଢ଼ାଉ

କରଞ୍ଜିଆରେ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗରେ ଏକ ବାର୍‌ରେ ଅବକାରୀ ଚଢ଼ାଉ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨୯/୧୦/୨୬ – ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗକୁ ନେଇ କରଞ୍ଜିଆ ଗୋଲେଇସ୍ଥିତ ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ପରୀକ୍ଷା ପାଇଁ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ନମୁନା ଭାବେ ସିଲ୍ କରାଯାଇଥିବାର ଜଣାପଡ଼ିଛି । ତେବେ ଏହି ଘଟଣାକୁ ନେଇ ଅବକାରୀ ବିଭାଗ ଓ ବାର୍‌ ମାଲିକଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, କରଞ୍ଜିଆ ଗୋଲେଇଠାରେ ଥିବା ହୋଟେଲ୍ ଦୁଷ୍ମନ୍ତ ବାର୍ ଆଣ୍ଡ ରେଷ୍ଟୁରାଣ୍ଟରେ ନକଲି ବିଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗକୁ ନେଇ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ୭ଟି ଦାମୀ ବିଦେଶୀ ମଦ ବୋତଲକୁ ପରୀକ୍ଷା ପାଇଁ ସିଲ୍ କରାଯାଇଥିଲା । ମଦ ବୋତଲଗୁଡ଼ିକରେ ଥିବା ମଦର ଗୁଣବତ୍ତା ଓ ପ୍ରାମାଣିକତା ସମ୍ପର୍କରେ ପରୀକ୍ଷା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ । ତେବେ ଏହି ଚଢ଼ାଉକୁ ନେଇ ବାର୍‌ ମାଲିକଙ୍କ ପୁଅ ମଧ୍ୟ ଅଭିଯୋଗ ଆଣିଛନ୍ତି । ଅବକାରୀ ବିଭାଗକୁ ଟଙ୍କା ନଦେବାରୁ ଆକ୍ରୋଶମୂଳକ ଭାବେ ବାର୍‌ ଉପରେ ଚଢ଼ାଉ କରାଯାଇଥିବା ସେ ଆପତ୍ତି କରିଛନ୍ତି । ମାତ୍ର ବାର୍‌ ମାଲିକଙ୍କ ପୁଅଙ୍କ ଆପତ୍ତିକୁ ଅବକାରୀ ଉପଅଧୀକ୍ଷକ ସୌମ୍ୟରଞ୍ଜନ ବେହେରା ଖଣ୍ଡନ କରିଛନ୍ତି । ଯଦି ଏଭଳି କୌଣସି ଘଟଣା ଘଟିଥାଏ, ତେବେ ତାହାର ପ୍ରମାଣ ଦାଖଲ କରିବାକୁ ସେ ମତ ଦେଇଛନ୍ତି । ଗୋଟିଏ ପଟେ ନକଲି ମଦ ବିକ୍ରି ଅଭିଯୋଗ ଓ ଅନ୍ୟପଟେ ଆକ୍ରୋଶମୂଳକ ଚଢ଼ାଉ ଅଭିଯୋଗକୁ ନେଇ ଘଟଣାଟି ଏବେ ଦ୍ୱନ୍ଦ୍ୱ ମଧ୍ୟରେ ରହିଥିବା ସମୟରେ ବିଦେଶୀ ମଦର ନାମ, ବ୍ରାଣ୍ଡ୍, ମୂଲ୍ୟ ଏବଂ ନକଲିକୁ ନେଇ ଅଭିଯୋଗର ସଠିକ୍ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ମଦ ନମୁନାର ପରୀକ୍ଷା ରିପୋର୍ଟ ଓ ଅବକାରୀ ବିଭାଗର ପରବର୍ତ୍ତୀ ପଦକ୍ଷେପ ନେଇ ଯଦି ମଦ ନକଲି ବୋଲି ପ୍ରମାଣିତ ହୁଏ, ତେବେ ଆଇନ ଅନୁଯାୟୀ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହ ବାର୍‌କୁ ସ୍ଥାୟୀ ଭାବେ ସିଲ୍ କରିବାକୁ ସାଧାରଣରେ ଦାବି ହେଉଛି ।

କରଞ୍ଜିଆରେ ନକଲି ବିଦେଶୀ ମଦ ବିକ୍ରି ଅଭିଯୋଗରେ ଏକ ବାର୍‌ରେ ଅବକାରୀ ଚଢ଼ାଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୟୂରଭଞ୍ଜର ପ୍ରସିଦ୍ଧ ଢୋକ୍ରା ଶିଳ୍ପ ଓ ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହନ ଦେବାକୁ ଆହ୍ୱାନ