ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧୦ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧୦ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧୦ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧୦ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧୦ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧୧ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧୧ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୧୧ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୧ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୧୧ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର, ବାରିପଦାକୁ ରୋଡ ସେଫ୍ଟି ମଡେଲ ଟାଉନ ଘୋଷଣା ଦାବି

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର, ବାରିପଦାକୁ ରୋଡ ସେଫ୍ଟି ମଡେଲ ଟାଉନ ଘୋଷଣା ଦାବି – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୩୦/୧୦/୨୬ – ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ କରିବା ସହ ବାରିପଦା ସହରକୁ ଏକ ରୋଡ ସେଫ୍ଟି ମଡେଲ ଟାଉନ ଭାବେ ବିକଶିତ କରିବାକୁ ଦାବି ହୋଇଥିବା ସୂଚନା ମିଳିଛି । ଏନେଇ ସୋସିଆଲ ୱେଲଫେୟାର ଫୋରମ ପକ୍ଷରୁ ସଂଗଠନର ସମ୍ପାଦକ ବିଶ୍ୱଜିତ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି । ଦାବିପତ୍ର ଅନୁସାରେ ସିଏଜି ରିପୋର୍ଟରେ ମୟୂରଭଞ୍ଜ ଜିଲ୍ଲାରେ ୨୦୧୯ରୁ ୨୦୨୪ ମଧ୍ୟରେ ୨୭୦୮ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୧୫୯୮ ଜଣଙ୍କ ମୃତ୍ୟୁ ଓ ୨୫୩୧ ଜଣ ଆହତ ହୋଇଥିବା ଉଲ୍ଲେଖ ରହିଛି । ଦୁର୍ଘଟଣା ତୁଳନାରେ ମୃତ୍ୟୁହାର ୫୯.୦୧ ପ୍ରତିଶତ ଓ ଆହତ ହାର ୯୩.୪୬ ପ୍ରତିଶତ ଥିବାରୁ ଜିଲ୍ଲାର ସଡ଼କ ସୁରକ୍ଷା ସ୍ଥିତି ଚିନ୍ତାଜନକ ବୋଲି ଫୋରମ ପକ୍ଷରୁ କୁହାଯାଇଛି । ଜିଲ୍ଲାରେ ଥିବା ଦ୍ୱାରଶୁଣି ଘାଟିକୁ ଏକ ଦୁର୍ଘଟଣାପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇ ରାସ୍ତାରେ କ୍ରସ ବ୍ୟାରିୟର, ରମ୍ବଲ ଷ୍ଟ୍ରିପ, ସଠିକ ସୂଚନା ଫଳକ ଓ ଆଲୋକ ବ୍ୟବସ୍ଥା ସହ ହାଇୱେ ପାଟ୍ରୋଲିଂ ବ୍ୟବସ୍ଥା କରିବା, ଉଦଳା-ବାରିପଦା, ବାରିପଦା- ବାଙ୍ଗିରିପୋଷି ଓ ବାରିପଦା-ବାଲେଶ୍ୱର ରାସ୍ତାର ବିଭିନ୍ନ ବ୍ଲାକ ସ୍ପଟରେ ବୈଜ୍ଞାନିକ ପଦ୍ଧତିରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା, ବାରିପଦା ସହରରେ ରେଳ ଓଭରବ୍ରିଜ ନିର୍ମାଣ, ପିଆରଏମ ମେଡିକାଲ କଲେଜରେ ୨୪ ଘଣ୍ଟିଆ ନ୍ୟୁରୋସର୍ଜନ ଓ ଅର୍ଥୋପେଡିକ ବିଶେଷଜ୍ଞଙ୍କ ସହ ଏକ ଆଧୁନିକ ଟ୍ରମା କେୟାର ସେଣ୍ଟର ସ୍ଥାପନ, ରୋଡ ସେଫ୍ଟି ଫଣ୍ଡ ଗଠନ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଏନଏଚଏଆଇର ଅଧିକାରୀଙ୍କ ଉପସ୍ଥିତି ବାଧ୍ୟତାମୂଳକ କରିବା, ମୟୂରଭଞ୍ଜ ଦେଇ ଯାଇଥିବା ଜାତୀୟ ରାଜପଥ ୧୮ ଓ ୪୯ରେ ଅଟୋମେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ, ସିସିଟିଭି, ସ୍ପିଡ ରାଡାର ଗନ ଏବଂ ଆମ୍ବୁଲାନ୍ସ ୱେ ଆଦି ସ୍ଥାପନ କରାଯାଇ ବାରିପଦାକୁ ଏକ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ପରିଣତ କରିବାକୁ ଦାବି ହୋଇଛି। ପ୍ରତିନିଧି ଦଳରେ ପ୍ରଦୀପ କୁମାର ମିସ୍ତ୍ରୀ, ଆନନ୍ଦାନନ୍ଦ ଶଙ୍ଖୁଆ, ରଞ୍ଜନ କୁମାର ମହାନ୍ତି , ତପନ କୁମାର ସିଂହ, ରାଜୀବ ଜେନା, ବିକର୍ତ୍ତନ ଲେଙ୍କା , ଯୋଗେଶ୍ୱର ପାଲବାବୁ, ମାନସ କୁମାର ସ୍ୱାଇଁ , ମନୋଜ କୁମାର ବେହେରା ପ୍ରମୁଖ ସାମିଲ ଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର, ବାରିପଦାକୁ ରୋଡ ସେଫ୍ଟି ମଡେଲ ଟାଉନ ଘୋଷଣା ଦାବି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର ମୋଟ 50ୟୁନିଟ ରକ୍ତ ସଂଗୃହୀତ