ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋର୍ଦ୍ଧା:
ଚାନ୍ଦପୁର ୩୧/୧୦/୨୬ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହୋଇଛନ୍ତି ହାତୀ ପଲ। ଖୋର୍ଦ୍ଧା ବନଖଣ୍ଡ ରଣପୁର ରେଞ୍ଜରେ ଘଟିଛି ଅଭାବନୀୟ ଘଟଣା lଦନ୍ତା ହାତୀର ଆକ୍ରମଣରେ ଗୁରୁତର ହୋଇ ଭୁବନେଶ୍ୱର ରେ ଚିକିଶ୍ଚିତ ହେଉଥିବା ମହିଳାଙ୍କର ମୃତ୍ୟୁ ହୋଇଛି lମୃତ ମହିଳା ଙ୍କର ନାମ ମମତା ବେହେରା ବୟସ ୪୧ ବର୍ଷ lସ୍ୱାମୀ ଈଶ୍ୱର ବେହେରା ବୋଲି ଜଣା ପଡିଛି l ହରିହର ପୁର ଗ୍ରାମର ଈଶ୍ୱର ବେହେରାଙ୍କ ପତ୍ନୀ ମମତା ବେହେରା ୪୧ ବର୍ଷ ଘର ପାଖରେ ଥିବା ପାଇଖାନାକୁ ଶୌଚ ହେବାକୁ ଯାଉଥିବା ବେଳେ ଅତର୍କିତ ଭାବେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀର ଏହି ହମଲାରେ ମହିଳାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା l ଗୋଡ଼ ସହ ଶରୀରର ବିଭିନ୍ନ ସ୍ଥାନରେ ଗୁରୁତର କ୍ଷତ ହୋଇଛି lମହିଳାଙ୍କ ଚିତ୍କାର ଶୁଣି ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ହୋହାଲ୍ଲା କରିବାରୁ ଦନ୍ତା ହାତୀଟି ସେଠାରୁ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା। ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଗୁରୁତର ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ବସନ୍ତ ମଞ୍ଜୁରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ତେବେ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ ଉନ୍ନତ ଚିକିତ୍ସା ନିମନ୍ତେ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରିଛନ୍ତି। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ମହିଲାଙ୍କର ମୃତ୍ୟୁ ଘଟିଛି lଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହାତୀ ଭୟ ଖେଳିଯାଇଥିବା ବେଳେ ବନ ବିଭାଗ ର ଅବହେଳାରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l





