ଗୋପବନ୍ଧୁ ଜେନା /କଣାସ ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ସର୍ଦ୍ଦାର ବଲ୍ଲବ ଭାଇ ପଟେଲ ଙ୍କ ଜନ୍ମବାର୍ଷିକୀ ଉପଲକ୍ଷେ କଣାସ ହାଇସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ଏହି ପ୍ରରିଷେକ୍ଷିରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କୁ ନେଇ ଜାତୀୟ ଏକତା ଓ ଅଖଣ୍ଡତା ସମ୍ପର୍କରେ ସଚେତନା କରାଯାଇ ବଜାର ପରିକ୍ରମା କରାଯାଇଥିଲା । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ଦେଶ ଗଠନରେ ଅବଦାନକୁ ସ୍ମରଣ କରିବା ସହ ଦେଶର ଏକତା ଅଖଣ୍ଡତା ଓ ଭାଇରା ବଜାୟ ରଖିବା ପାଇଁ ଏହି ଦିବସ ପାଳନ କରାଯାଏ ବୋଲି ଛାତ୍ର ଛାତ୍ରୀ ଙ୍କୁ କୁହାଯାଇଥିଲା । ଏହି ଅବସରରେ ଜନସାଧାରଣ ଙ୍କ ମଧ୍ୟରେ ଜାତୀୟ ଏକତା ର ବାର୍ତ୍ତା ପ୍ରଚାର କରିବା ସହ ନିଶାମୁକ୍ତ କରିବା ସୁନ୍ଦର ପବିତ୍ରତା ଶାନ୍ତି ର ସମାଜ ଗଠନ କରିବା ପାଇଁ ସଚେତନତା କରାଯାଇ ଥିଲା । ଏକତା ଦିବସ ପାଳନର ମୁଖ୍ୟ କାରଣ ଦେଶର ଅଖଣ୍ଡତାକୁ ସ ଦୃଢ କରିବା ସହ ଯୁବପିଢ଼ି ଙ୍କ ମଧ୍ୟରେ ଦେଶପ୍ରେମ ଶୃଙ୍ଖଳା ଓ ସାମାଜିକ ସଦ୍ ଭାବନା ଜାଗ୍ରତ କରିବା ପାଇଁ ସୂଚ଼ନା ଦିଆଯାଇଥିଲା । କଣାସ ଥାନା ଭାର ପ୍ରାପ୍ତ ଅଧିକାରୀ ସୁନିଲ କୁମାର ପ୍ରଧାନ ଙ୍କ ଉପସ୍ଥିତି ଓ ସହଯୋଗ ରେ ପାଳିତ ହୋଇଯାଇଅଛି ।






