ଭଗବାନ ମହାନ୍ତି /ଜିଲ୍ଲା ପ୍ରତିନିଧି /ଜଗତସିଂହପୁର / ସମୀକ୍ଷା ନ୍ୟୁଜ :
ଜଗତସିଂହପୁର, 31/10/2016 ଆଜି ରାଷ୍ଟ୍ରୀୟ ଏକତା ଦିବସ | ଏହି ଉପଲକ୍ଷେ ଜଗତସିଂପୁର ଜିଲାର ସ୍ୱାମୀ ବିବେକାନନ୍ଦ ସ୍ୱୟଂ ଚାଳିତ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏସଡିପିଓ ଦିବ୍ୟ ରଞ୍ଜନ ନାଥଙ୍କ ତତ୍ୱାବଧାନରେ କଲେଜେ ଛାତ୍ର, ପୋଲିସି, ଯୁବକ ମାନେ ମିଶି ଏକତା ପଦ ଯାତ୍ରା କରିଥିଲେ | ପ୍ରକାଶ ଥାଉକି ଆଜି ସମଗ୍ର ଦେଶ ପାଳନ କରୁଛନ୍ତି ଏକତା ଦିବସ |1875ମସିହା ଅକ୍ଟୋବର 31ଦିନ ଜନ୍ମ ଗ୍ରହଣ କରିଥିଲେ ଜଣେ ଏକତାର ସୂତ୍ରଧର, ଜଣେ ଲୌହ ପୁରୁଷ ଓ ବିଦ୍ରୋହୀ ଜନତାର ଅନନ୍ୟ ଜନନାୟକ ସର୍ଦାର ବଲ୍ଲଭ ଭାଇ ପଟେଲ | ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାପାଇଁ ସମଗ୍ର ଦେଶରେ ରନ ଫର ୟୁନିଟି ଵା ଏକତା ପଦଯାତ୍ରା ଅନୁଷ୍ଠିତ କରାଯାଇଛି |ଭାରତକୁ ନକ୍ସଲ ମୁକ୍ତ କରିଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ରାଜ୍ୟ ପୁଲିସ ବାହିନୀର ବୀରତ୍ୱ, ସାହସ ଓ ବଳିଦାନକୁ ସଂମାନ ଜଣାଇବା ଉଦେଶ୍ୟରେ ଦେଶର ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି | ଏହି ପରେଡର ଉଦେଶ୍ୟ ଲୋକଙ୍କ ମନରେ ପୋଲିସ ପ୍ରତି ସଂମାନ, ନକ୍ସଲ ପ୍ରତି ଜାଗୃକତା, ସରକାରଙ୍କର ଦୃଢ ସୁରକ୍ଷା ନୀତି ପ୍ରତି ଆଲୋକପାତ କରିବା | ବିଦ୍ୟାର୍ଥୀ ଏବଂ ଯୁବକ ମନରେ ମଧ୍ୟ ଦେଶ ଭକ୍ତି ଜାଗ୍ରତ କରି ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଵା | ଏ କଥା ପ୍ରକାଶ କରି କହିଛନ୍ତି ଶ୍ରୀ ନାଥ | ପରି ଶେଷରେ ଶ୍ରୀ ନାଥ ସମସ୍ତ ଛାତ୍ର ଛାତ୍ରୀ, କଲେଜେ ଅଧକ୍ଷା ଡ ସୁଜାତା ଓତ୍ତା, ଜଗତସିଂହପୁର ଯୁବକ ଯୁବତୀ ,ଭାଗ ନେଇଥିବା ପୋଲିସ, ତାଙ୍କ ସହ କର୍ମୀ ଓ ଏସପି, ଜିଲ୍ଲାପାଳ, ସମସ୍ତ ପ୍ରଶାସନ,ଜନସାଧାରଣ ଓ ପତ୍ରକାର ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |






