ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେShilpa Shetty’s Fitness Mantra: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫିଟନେସ୍ ମନ୍ତ୍ରକୁ ନେଇ ଚର୍ଚ୍ଚା ୧ ଘଣ୍ଟା ପୂର୍ବେKuchei station Demand for railway goods rake facility: କୁଚେଇ ଷ୍ଟେସନରେ ରେଳୱେ ଗୁଡ୍‌ସ ର‍୍ୟାକ୍ ସୁବିଧା ଦାବି ୧ ଘଣ୍ଟା ପୂର୍ବେSindhusuta approaches the District Collector seeking financial assistance: ବାତ୍ୟା ପ୍ରଭାବରେ ସମ୍ପୂର୍ଣ୍ଣଭାବେ ଧାନ ନଷ୍ଟ ହୋଇଥିବା ନେଇ ଜିଲ୍ଲାପାଳଙ୍କୁ ଆର୍ଥିକ ସହାୟତା ପାଇଁ ସିନ୍ଧୁସୁତା ହେଲେ ଦ୍ୱାରସ୍ତ ୧ ଘଣ୍ଟା ପୂର୍ବେPreparations for the Kalinga Bali Jatra: ଆଗକୁ ଦୁଇ ଦିନ ରହିଲା କଲିଙ୍ଗ ବାଲିଯାତ୍ରା ଯୁଦ୍ଧ କାଳୀନ ଭିତିରେ ଚାଲିଛି ପ୍ରସ୍ତୁତି ୧ ଘଣ୍ଟା ପୂର୍ବେKhandapada Child Sex Ratio: ଖଣ୍ଡପଡ଼ାରେ ଶିଶୁ ଲିଙ୍ଗ ଅନୁପାତ ହ୍ରାସ ନେଇ ବ୍ଲକସ୍ତରୀୟ କର୍ମଶାଳା ଅନୁଷ୍ଠିତ ୧ ଘଣ୍ଟା ପୂର୍ବେGodabarisha Adarsha Vidyalaya scheme: ରାମଚଣ୍ତି ଉଚ୍ଚ ବିଦ୍ୟାଳୟକୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ସାମିଲ କରିବା ନେଇ ଦାବିପତ୍ର ପ୍ରଦାନ ୧ ଘଣ୍ଟା ପୂର୍ବେCyclone Shelters & Review Meeting: ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଓ ସମୀକ୍ଷା ବୈଠକ ୨ ଘଣ୍ଟା ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୨ ଘଣ୍ଟା ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨ ଘଣ୍ଟା ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଖୋର୍ଦ୍ଧା ଜଗତସିଂହପୁର କେନ୍ଦୁଝର ବରଗଡ଼ ନୂଆପଡ଼ା

ବିଜେପିର ଗଣତନ୍ତ୍ର ବଞ୍ଚାଓ, ଅରାଜକତ ହଟାଓ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ପଦଯାତ୍ରା ଓ ଜନସମାବେଶ

ବିଜେପିର ଗଣତନ୍ତ୍ର ବଞ୍ଚାଓ, ଅରାଜକତ ହଟାଓ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ପଦଯାତ୍ରା ଓ ଜନସମାବେଶ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୨/୧୧/୨୬ – ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ ନାରା ଦେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ଆଜି ଏକ ବିଶାଳ ପଦଯାତ୍ରା ଓ ଜନସମାବେଶ ଆୟୋଜିତ ହୋଇଯାଇଛି. ମଧୁବନ ପଡ଼ିଆରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହର ପରିକ୍ରମା କରି କଲେଜ ପଡ଼ିଆରେ ପହଞ୍ଚିବା ପରେ ଆୟୋଜିତ ଜନସମାବେଶରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ବିକାଶର ଧାରାକୁ ପ୍ରତିହତ କରିବା ପାଇଁ ବିରୋଧୀ ଅପଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । ଦେଶରେ ଗଣତନ୍ତ୍ରକୁ ଆଘାତ ଦେବା ସହ ବିକାଶର ଧାରାକୁ ରୋକିବା ପାଇଁ କିଛି ରାଜନୈତିକ ବ୍ୟକ୍ତି ଓ ଗୋଷ୍ଠୀ ଅପଚେଷ୍ଟା ଚଳାଇଛନ୍ତି। ସାରା ଦେଶରେ ଜନସମାବେଶ ଓ ପଦଯାତ୍ରା ମାଧ୍ୟମରେ ବିକାଶର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚୁଥିବା ବେଳେ, ଏହି ବିକାଶ ଯାତ୍ରାରେ ବାଧା ସୃଷ୍ଟି କରୁଥିବା ଶକ୍ତିଙ୍କୁ ଦୃଢ଼ ମୁକାବିଲା କରାଯିବ। ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନ ସାକାର ପାଇଁ ଦେଶବାସୀ ଗଣତନ୍ତ୍ର ଓ ବିକାଶକୁ ଗୁରୁତ୍ୱ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ବିଜେପିର ଗଣତନ୍ତ୍ର ବଞ୍ଚାଓ, ଅରାଜକତ ହଟାଓ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ପଦଯାତ୍ରା ଓ ଜନସମାବେଶ – ସମୀକ୍ଷା

ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ନିହାର ରଞ୍ଜନ ମୋଦି, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷୀ ବିଧାୟିକା ସଞ୍ଜଳି ମୁର୍ମୁ,ଏସଡିସି ଅଧ୍ୟକ୍ଷ ଡାକ୍ତର ବୁଢ଼ାନ ମୁର୍ମୁ, ଉପାଧ୍ୟକ୍ଷା କୌଶଲ୍ୟା ନାୟକ ଓ ଜିଲ୍ଲା ପ୍ରଭାରୀ ସିପ୍ରା ବାଜପେୟୀ, ଉଦଳା ଏନ.ଏ.ସି. ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବିଜେପି ରାଜ୍ୟ ପ୍ରବକ୍ତା କବିବିଷ୍ଣୁ ଶତପଥୀ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ର ଓ ଗାଣତନ୍ତ୍ରିକ ମୂଲ୍ୟବୋଧ ସପକ୍ଷରେ ବକ୍ତବ୍ୟ ରଖିଥିଲେ। ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାନ୍ତି, ପ୍ରବୀଣ କୁମାର ପାତ୍ର ଓ ପ୍ରଣକୃଷ୍ଣ ବେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପରେଶ ଚନ୍ଦ୍ର ମହାନ୍ତ, ସୁଗୁଦା ମୁର୍ମୁ, ସୁକୁଲ ମୁର୍ମୁ, ନରୋତ୍ତମ ପାଣିଗ୍ରାହୀ, ସୁରଜ ଲୋହାର, ସୌମ୍ୟ ରଞ୍ଜନ ମିଶ୍ର, ଦେବବ୍ରତ ସାମଲ, ଶୋଭାବତୀ ଓତା, ଟୁନାରାମ ଥାୟାଲ, କମଳଲୋଚନ ରାୟ, ଏସ. କେ. ନାସିରୁଦ୍ଦିନ, ସୁଜାତା ଷଡ଼ଙ୍ଗୀ, ମମତା ସାହୁ, ମମତା ମଣ୍ଡଳ, ଲକ୍ଷ୍ମୀ ସାହୁ, ବ୍ରଜମୋହନ ବେହେରା, ଦଳଗୋବିନ୍ଦ ବେହେରା, ସରୋଜିନୀ କିସ୍କୁ, ପରିକ୍ଷିତ ଦେ, ଜଗନ୍ନାଥ ମଲ୍ଲିକ, ପ୍ରାଚୀ ସୁମନ ମହାନ୍ତି, ଦୀନେଶ ଦାସ ପ୍ରମୁଖ ପଦଯାତ୍ରା ପରିଚାଳନା କରିଥିଲେ.

ବିଜେପିର ଗଣତନ୍ତ୍ର ବଞ୍ଚାଓ, ଅରାଜକତ ହଟାଓ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ପକ୍ଷରୁ ବାରିପଦାରେ ପଦଯାତ୍ରା ଓ ଜନସମାବେଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବାରିପଦାରେ ଯୁଗ୍ମ ଜନ ଶୁଣାଣୀ ଶିବିର ଅନୁଷ୍ଠିତ