ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୫ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୪ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୧ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୧ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୭ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

BJP Padia Block Phase of Integration: ପଡ଼ିଆ ବ୍ଲକ୍‌ରେ ବିଜେପିରେ ବଡ଼ ଧରଣର ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପିରେ ସାମିଲ

BJP Padia Block Phase of Integration: ପଡ଼ିଆ ବ୍ଲକ୍‌ରେ ବିଜେପିରେ ବଡ଼ ଧରଣର ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପିରେ ସାମିଲ – ସମୀକ୍ଷା ଖବର

ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି: ୦୬/୧୧/୨୬

ପୋଡ଼ିଆ ବ୍ଲକ୍‌ରେ ଭାରତୀୟ ଜନତା ପାର୍ଟିର ସାଂଗଠନିକ ଶକ୍ତି ଆହୁରି ସୁଦୃଢ଼ ହୋଇଛି। ମାନ୍ୟବର ମାଲକାନଗିରି ବିଧାୟକ ଶ୍ରୀ ନରସିଂହ ମାଡ଼କାମୀଙ୍କ ଉପସ୍ଥିତିରେ ବିଜେଡି ଓ କଂଗ୍ରେସ ଦଳର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି।ଏହି ମିଶ୍ରଣ ପର୍ବରେ ବିଜେଡି ନେତା ଶ୍ରୀ ମାଧବ ଚନ୍ଦ୍ର ସରକାରଙ୍କ ସମେତ ଶ୍ରୀ ସୁକ୍ରା ମାଡ଼କାମୀ, ଶ୍ରୀ ରାଗା ମାଡ଼କାମୀ, ଶ୍ରୀ ବିନୟ ରାୟ, ଶ୍ରୀ ନିର୍ମଳ ଦାସ, ଶ୍ରୀ ତାରାପଦ ରାୟ ଏବଂ ଅନ୍ୟାନ୍ୟ ବହୁ ନେତା ଓ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ।ଏହି ଅବସରରେ ପୋଡ଼ିଆ ମଣ୍ଡଳ ପ୍ରଭାରୀ ଶ୍ରୀ ନାରାୟଣ ସରକାର, ବିଜେପି ଜିଲ୍ଲା ସମ୍ପାଦକ ଶ୍ରୀ ନିହାର ରାୟ, ମଣ୍ଡଳ ମହିଳା ସଭାପତି ଶ୍ରୀମତୀ ରେଶମା ମହାପାତ୍ର, ଶ୍ରୀ ପ୍ରଦୀପ ସରକାର, ଶ୍ରୀ ଦୁଲା ମାଡ଼କାମୀ, ଶ୍ରୀ ଜଗା କାମରାମୀ ଓ ଶ୍ରୀମତୀ ନର୍ମଦା କାମରାମୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ ନୂତନ ଭାବେ ଦଳରେ ଯୋଗଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହିତ ଦଳର ନୀତି, ଆଦର୍ଶ ଓ ଜନସେବାର ଲକ୍ଷ୍ୟକୁ ଆଗେଇ ନେବା ପାଇଁ ଆହ୍ୱାନ ଜଣାଇଥିଲେ। ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀଙ୍କ ଏହି ଯୋଗଦାନ ପୋଡ଼ିଆ ବ୍ଲକ୍‌ରେ ବିଜେପିର ସାଂଗଠନିକ ଶକ୍ତିକୁ ଆହୁରି ମଜବୁତ କରିବ ବୋଲି ଦଳୀୟ ନେତୃବୃନ୍ଦ ଆଶାବ୍ୟକ୍ତ କରିଛନ୍ତି।

BJP Padia Block Phase of Integration: ପଡ଼ିଆ ବ୍ଲକ୍‌ରେ ବିଜେପିରେ ବଡ଼ ଧରଣର ମିଶ୍ରଣ ପର୍ବ, ବିଜେଡି ଓ କଂଗ୍ରେସର ୫୦ରୁ ଊର୍ଦ୍ଧ୍ୱ ନେତା ଓ କର୍ମୀ ବିଜେପିରେ ସାମିଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Intellectuals Conference : ରାଜ୍ୟ ସହପ୍ରଭାରୀ ସ୍ବଦେଶ ସିଂଙ୍କ ଦ୍ୱାରା ଖଡ଼ିଆଳଠାରେ ଵୃଦ୍ଧିଜୀବି ସମ୍ମିଳନୀ