ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୧ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୨ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୨ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୨ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୨ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୨ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୨ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୨ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୨ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୨ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Rabi Panda president for the eighth time: ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡର ଦ୍ଵିବାର୍ଷିକ ନିର୍ବାଚନ ରବିପଣ୍ଡା ଅଷ୍ଟମ ଥର ଲାଗି ସଭାପତି

Rabi Panda president for the eighth time: ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡର ଦ୍ଵିବାର୍ଷିକ ନିର୍ବାଚନ ରବିପଣ୍ଡା ଅଷ୍ଟମ ଥର ଲାଗି ସଭାପତି – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:

ଗାଇସିଲେଟ,୫। ୧୧ ” ଗଣତନ୍ତ୍ରର ସୁରକ୍ଷା ସକାଶେ ଗଣ ମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” ବୋଲି କହିଛନ୍ତି ବିଜେପୁର ବିଧାୟକ ସନତ ଗଡତିଆ ।ଆଜି ଗାଇସିଲେଟ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷ ରେ ଗାଇସିଲେଟ ସାମ୍ବାଦିକ ସଂଘର ଆୟୋଜନରେ ଅନୁଷ୍ଠିତ ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡ (ଜାବ)ର ସାଧାରଣ ପରିଷଦ ବୈଠକ ତଥା ଦ୍ଵିବାର୍ଷିକ ନିର୍ବାଚନ ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ଗଡତିଆ କହିଥିଲେଯେ ଦେଶ ଓ ଗଣତନ୍ତ୍ରର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଏବଂ ଏହା ଉପରେ ବିଶେଷ ଭୂମିକା ରହିଛି | ସାମ୍ବାଦିକ ମାନଙ୍କ । ସେ ଏହି ଅବସରରେ ସଚ୍ଚୋଟ ଭାବରେ ସାମ୍ବାଦିକତା କରୁଥିବା ଜଣେ ସାମ୍ବାଦିକ ବନ୍ଧୁଙ୍କୁ ସାମାଜିକ ସୁରକ୍ଷାର ମଧ୍ୟ ଆବଶ୍ୟକତା ରହିଛି। ସେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବୀ ଯଥା ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା, ଜୀବନ ବୀମା ରାଶି କୁ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ଓ ଅବସର ପରେ ସାମ୍ବାଦିକ ମାନଙ୍କୁ ପେନସନ ଯୋଗାଇଦେବା ପାଇଁ ଶ୍ରୀ ଗଡତିଆ ଦାବୀ ଜଣାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଓୟୁଜେ ପର୍ଯ୍ୟବେକ୍ଷକ ତଥା ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ୍ତ ମିଶ୍ର, ଗାଇସିଲେଟ ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ବିଡିଓ ଲକ୍ଷ୍ମଣ ମାଝି , ବିଧାୟକ ପ୍ରତିନିଧି ଆନନ୍ଦ ମଟାରୀ, ସଂଘର ଜିଲ୍ଲା ସଂଯୋଜକ ରଞ୍ଜନ ଦେବତା, ସାଧାରଣ ସମ୍ପାଦକ ବଦ୍ରୀ ପ୍ରସାଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ।ଶେଷରେ ଗାଇସିଲେଟ ୟୁନିଟ୍ ର ବରିଷ୍ଠ ସଦସ୍ୟ ସଞ୍ଜୀବ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। ଆଜି ପ୍ରଥମେ ଜାବର ସଭାପତି ଶ୍ରୀ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଜିଲ୍ଲା ୟୁନିଟର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋଚନା କରାଯାଇଥିଲା ।

Rabi Panda president for the eighth time: ଜର୍ନାଲିଷ୍ଟ ଏସୋସିଏସନ୍ ଅଫ୍ ବରଗଡର ଦ୍ଵିବାର୍ଷିକ ନିର୍ବାଚନ ରବିପଣ୍ଡା ଅଷ୍ଟମ ଥର ଲାଗି ସଭାପତି – ସମୀକ୍ଷା

ପରେ ଦ୍ଵିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଓୟୁଯେ ପକ୍ଷରୁ ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଦୀପ୍ତ ମିଶ୍ର ପର୍ଯ୍ୟବେକ୍ଷକ ଭାବରେ ଯୋଗଦେଇ ଥିଲେ। ନିର୍ବାଚନ ଅଧିକାରୀ ହେମନ୍ତ ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ଏଥିରେ ସର୍ବସମ୍ମତି କ୍ରମେ ରବି ପଣ୍ଡା ଅଷ୍ଟମ ଥର ପାଇଁ ସଭାପତି , ବଦ୍ରୀ ସାହୁ ଦ୍ୱିତୀୟ ଥର ପାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ସେହିପରି ଉପ ସଭାପତି ଭାବରେ ପ୍ରଭୁ ଚରଣ ମହାନ୍ତି , ସତ୍ୟଜିତ୍ ପ୍ରଧାନ, ଯୁଧିଷ୍ଟିର ମହାପାତ୍ର, ନୀଳକଣ୍ଠ ଦୀପ , ଯୁଗ୍ମ ସମ୍ପାଦକ ଭାବରେ ଜ୍ୟୋତି ରଞ୍ଜନ ମହାପାତ୍ର, ସକାଳ ଖବରକାଗଜ ଜିଲ୍ଲା ପ୍ରତିନିଧି ସରୋଜ ଷଡ଼ଙ୍ଗୀ, ଅଶ୍ୱିନୀ ପାତ୍ର, ଧିରେନ ମହାନ୍ତି , କୋଷାଧ୍ୟକ୍ଷ ଭାବେ ବ୍ୟୋମକେଶ କର , ଜିଲ୍ଲା ସଂଯୋଜକ ଭାବେ ରଞ୍ଜନ ଦେବତା, ସାମ୍ବାଦିକ କଲ୍ୟାଣ ପାଣ୍ଠିର ଅଧ୍ୟକ୍ଷ ଭାବେ ହେମନ୍ତ ପ୍ରଧାନ, ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଭାବେ କ୍ଷମାନିଧି ନାୟକ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ରଞ୍ଜିତ୍ ଦାଶ , ଅଫିସ ସମ୍ପାଦକ ଭାବରେ ନରେନ୍ଦ୍ର ଦାଶ ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବରେ ସୁବ୍ରତ ସାହୁ ନିର୍ବାଚିତ ହୋଇଥିଲେ। ଏହା ସହ ୧୨ ଟି ବ୍ଲକ ପାଇଁ ୧୨ ଜନ ସଂଯୋଜକ ଘୋଷିତ ହୋଇଥିଲା। ଏଥିରେ ଅତାବିରା ବ୍ଲକ – କୀର୍ତ୍ତନ ବିଶ୍ୱାଳ , ବିଜେପୁର ବ୍ଲକ – ସୁନୀଲ ମିଶ୍ର,ବରଗଡ ବ୍ଲକ – ନେପାଳ ପ୍ରଧାନ , ଭଟଲି ବ୍ଲକ – ରାଜେଶ ମିଶ୍ର , ଭେଡେନ ବ୍ଲକ – ମୁକୁନ୍ଦ ଷଡ଼ଙ୍ଗୀ , ଅମ୍ବାଭୋନା ବ୍ଲକ – ପ୍ରକାଶ ରଥ , ବରପାଲି ବ୍ଲକ ପଦ୍ମ ଲୋଚନ ସାହୁ , ପଦ୍ମପୁର ବ୍ଲକ ସୁଦାମ ପ୍ରଧାନ , ଝାରବନ୍ଧ ବ୍ଲକ – ଦେବେନ୍ଦ୍ର ସାହୁ , ପାଇକମାଳ ବ୍ଲକ – ଧୀରେନ୍ଦ୍ର ମହାନ୍ତି , ଗାଇସିଲେଟ ବ୍ଲକ – ଝସକେତନ ସାହୁ, ସୋହେଲା ବ୍ଲକ – ଅଶ୍ୱିନୀ ପାତ୍ର ସଂଯୋଜକ ଭାବରେ ମନୋନୀତ ହୋଇଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Padampur Youth Festival: ପଦ୍ମପୁର ବ୍ଲକ ସ୍ତରୀୟ ଯୁବ ଉତ୍ସବ ଚୟନ ଅନୁଷ୍ଠିତ