ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୪୦ ମିନିଟ ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୪୪ ମିନିଟ ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୫୨ ମିନିଟ ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୧ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୧ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୧ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୧ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୧ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୧ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୧ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

NSS Camp at Shanti Stupa: ଶାନ୍ତିସ୍ତୂପଠାରେ ଏନ୍ ଏସ ଏସ ଶିବିର: ଦୀପାବଳୀ ଅବସରରେ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପ ଅଭିଯାନ

NSS Camp at Shanti Stupa: ଶାନ୍ତିସ୍ତୂପଠାରେ ଏନ୍ ଏସ ଏସ ଶିବିର: ଦୀପାବଳୀ ଅବସରରେ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପ ଅଭିଯାନ – ସମୀକ୍ଷା ଖବର

ଆଦର୍ଶ ମହାନ୍ତି / ଭୁବନେଶ୍ୱର ସାମ୍ବାଦିକ / ସମୀକ୍ଷା ନ୍ୟୁଜ:

ଭୁବନେଶ୍ୱର, ତା ୦୭/୧୧/୨୦୨୬ ରିଖ – ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଥିବା ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଶାନ୍ତିସ୍ତୂପ ସମ୍ମୁଖରେ ଏକ ଦୁଇଦିନିଆ ଜନ ସଚେତନତା ଶିବିର ମହାବିଦ୍ୟାଳୟର ଏନ ଏସ ଏସ ଶାଖା ତରଫରୁ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ଡ. ପଞ୍ଚାନନ ସାମଲ ଏବଂ ଚିତ୍ରଶିଳ୍ପୀ ରବୀନ୍ଦ୍ର କୁମାର ମହାରଣା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶିବିରକୁ ଉଦ୍ଘାଟନ କରିଥିଲେ।ମହାବିଦ୍ୟାଳୟର ଏନ୍ ଏସ ଏସ ପ୍ରଗ୍ରାମ ଅଫିସର ଚନ୍ଦନ କୁମାର ସାମଲଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ଏନ ଏସ ଏସ ସ୍ୱେଚ୍ଛାସେବୀ ମାନଙ୍କ ଦ୍ଵାରା “ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସମାଜ” ଶୀର୍ଷକ ବିଷୟ ବସ୍ତୁକୁ ନେଇ ୮ରେ ୪ଫୁଟର କାନଭାସରେ ଚିତ୍ର ଅଙ୍କନ କରି ସ୍ୱେଚ୍ଛାସେବୀମାନେ ପର୍ଯ୍ୟଟକ ମାନଙ୍କୁ ସଚେତନ କରିଥିଲେ।ଶିବିର ଅବସରରେ ଶାନ୍ତିସ୍ତୂପ ସମ୍ମୁଖରେ ମହାବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀ ୨୦ ରେ ୨୦ ଫୁଟର ମୁରୁଜ ଅଙ୍କନ କରି ସେଥିରେ ୧୦୮ ଦୀପ ପ୍ରଜ୍ୱଳନ ପୂର୍ବକ ଦୀପାବଳୀ ଉତ୍ସବର ଅବ୍ୟବହିତ ପୂର୍ବରୁ ବିପଥଗାମୀ ସମାଜରେ ଖୁସି ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ ଏହି କାମନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଭୂପତି ଭୂଷଣ ପଣ୍ଡା, ଲଷ୍ମୀଧର ସ୍ୱାଇଁ ଓ ସ୍ଥାନୀୟ ଦର୍ଶକ ଉପସ୍ଥିତ ରହି ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l

NSS Camp at Shanti Stupa: ଶାନ୍ତିସ୍ତୂପଠାରେ ଏନ୍ ଏସ ଏସ ଶିବିର: ଦୀପାବଳୀ ଅବସରରେ ନିଶାମୁକ୍ତ ଭାରତ ପାଇଁ ସଂକଳ୍ପ ଅଭିଯାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର KALI PUJA: କାଳୀପୂଜା ପୂର୍ବରୁ ପାଟଣାରେ ଜମୁଛି ବାଣ ବଜାର, ମିନି ଷ୍ଟାଡିୟମରେ ଗ୍ରାହକଙ୍କ ପ୍ରବଳ ଭିଡ଼