ମୁଖ୍ୟ ବିଷୟକୁ ଯାଆନ୍ତୁ
ରବିବାର, ୨୨ ନଭେମ୍ବର ୨୦୨୬
News Update
୬ ଘଣ୍ଟା ପୂର୍ବେSecurity to High-Profile Leaders: ହାଇପ୍ରୋଫାଇଲ୍ ନେତାଙ୍କୁ ସୁରକ୍ଷା ଯୋଗାନ୍ତି କେଉଁ ଆର୍ମି ୬ ଘଣ୍ଟା ପୂର୍ବେPublic movement justice for Raju Bag: କଳାହାଣ୍ଡି: ରାଜୁ ବାଗଙ୍କୁ ନ୍ୟାୟ ଦାବିରେ କୋକସରାରେ ଜନଆନ୍ଦୋଳନ ଡାକରା ୬ ଘଣ୍ଟା ପୂର୍ବେSOA UNIVERSITY Sreeja Pattnaik LLM Gold Medal: ଏଲ୍.ଏଲ୍ଏମ୍ ରେ ଶ୍ରୀଜା ପଟ୍ଟନାୟକଙ୍କ ସ୍ଵର୍ଣ୍ଣ ପଦକ ଲାଭ ୬ ଘଣ୍ଟା ପୂର୍ବେPrime Minister Narendra Modi’s mega roadshow in Bihar: ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ଶୋ ୬ ଘଣ୍ଟା ପୂର୍ବେCyclone wreaks havoc in Puri district: ପୁରୀ ଜିଲ୍ଲାରେ ବାତ୍ୟାର ତାଣ୍ଡବ, ଉଜାଡ଼ିଦେଲା ଚାଷୀଙ୍କ ସୁନାର ଫସଲ ୬ ଘଣ୍ଟା ପୂର୍ବେIllegal sale of foreign liquor, Rayagada District Excise Department sealed: ବିଅର ପାର୍ଲର ନାଁ ରେ ଚାଲିଥିଲା ଅବୈଧ୍ୟ ବିଦେଶୀ ମଦ ବିକ୍ରିବଟା ; ଅଭିଯୋଗ ପରେ ସିଲ କରିଲା ଜିଲ୍ଲା ଅବକାରୀ ବିଭାଗ ୬ ଘଣ୍ଟା ପୂର୍ବେMajor setback for the Excise Department over allegations of spurious liquor: ନକଲି ମଦ ଅଭିଯୋଗରେ ଅବକାରୀ ବିଭାଗକୁ ଶକ୍ତ ଝଟକା ୭ ଘଣ୍ଟା ପୂର୍ବେReligious Festivals: ମସ୍କାବାରୀରେ ଶ୍ରୀ ଶନିଶ୍ଚର ଦେବଙ୍କ ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ୭ ଘଣ୍ଟା ପୂର୍ବେSuccession certificate deadline: ସମୟସୀମା ଅତିକ୍ରମ ପରେ ମିଳିଲା ଉତ୍ତରାଧିକାରୀ ପ୍ରମାଣପତ୍ର ୭ ଘଣ୍ଟା ପୂର୍ବେDemand to Kandhamal free from migrant laborers: କନ୍ଧମାଳକୁ ଦାଦନ ଶ୍ରମିକ ମୁକ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି: ନିଶାମୁକ୍ତ ଅଭିଯାନ ଭଳି ଚାଲୁ ହେଉ ଦାଦନମୁକ୍ତ ଅଭିଯାନ
ଚର୍ଚ୍ଚାରେ ମୟୂରଭଞ୍ଜ ନୟାଗଡ଼ ଜଗତସିଂହପୁର ନୂଆପଡ଼ା ମାଲକାନଗିରି କେନ୍ଦୁଝର ବରଗଡ଼

Kulamani Passes Away: ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ କୁଳମଣି, କ୍ଷତିପୂରଣ ଓ ପତ୍ନୀଙ୍କୁ ନିଯୁକ୍ତି ଦାବିରେ ଆଇଓସିଏଲ୍ ରାସ୍ତା ଅବରୋଧ

Kulamani Passes Away: ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ କୁଳମଣି, କ୍ଷତିପୂରଣ ଓ ପତ୍ନୀଙ୍କୁ ନିଯୁକ୍ତି ଦାବିରେ ଆଇଓସିଏଲ୍ ରାସ୍ତା ଅବରୋଧ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ପାରାଦୀପ, ୯/୧୧: ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ବାମଦେଇପୁର ପଞ୍ଚାୟତର କଙ୍କରଦିଆ ଗ୍ରାମର କୁଳମଣି ପାତ୍ର (୪୫)ଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସେ ପାରାଦୀପ ତୈଳ ବିଶୋଧନାଗାର ପରିସରରେ କଳିଙ୍ଗ ଟ୍ରାଭେଲ୍ସର ଏକ ବୋଲେରୋ ଗାଡ଼ି ଚଳାଚଳ କାର୍ଯ୍ୟରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ, କିଛିଦିନ ତଳେ କୁଳମଣିଙ୍କ ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ବିଭିନ୍ନ ପରୀକ୍ଷା ପରେ ସେ ମୁଖ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ କିଛିଦିନ ପାଇଁ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ସେ ପୁନର୍ବାର ପୂର୍ବପରି କମ୍ପାନୀରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତେବେ ଗତକାଲି ତାଙ୍କର ଶାରୀରିକ ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁଳମଣିଙ୍କ ମୃତ୍ୟୁ ପରେ ପରିବାରର ଭରଣପୋଷଣକୁ ନେଇ ଚିନ୍ତା ପ୍ରକାଶ ପାଇଛି। ଏହାକୁ ନେଇ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ମୃତଦେହକୁ ଆଇଓସିଏଲ୍ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି। ମୃତକଙ୍କ ପତ୍ନୀଙ୍କୁ କମ୍ପାନୀରେ ନିଯୁକ୍ତି ସହିତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ, କମ୍ପାନୀ କର୍ତ୍ତୃପକ୍ଷ ଓ ଗ୍ରାମର ମୁରବିମାନେ ଅଭୟଚାନ୍ଦପୁର ଥାନାରେ ଏହି ଘଟଣାକୁ ନେଇ ଆଲୋଚନା ଜାରି ରଖିଥିବା ଜଣାପଡ଼ିଛି। ଆଲୋଚନାର ଫଳାଫଳ ଏବଂ ଦାବି ପୂରଣ ନେଇ ସମସ୍ତଙ୍କ ନଜର ରହିଛି।

Kulamani Passes Away: ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଆଖି ବୁଜିଲେ କୁଳମଣି, କ୍ଷତିପୂରଣ ଓ ପତ୍ନୀଙ୍କୁ ନିଯୁକ୍ତି ଦାବିରେ ଆଇଓସିଏଲ୍ ରାସ୍ତା ଅବରୋଧ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️ବାତ୍ୟା ପ୍ରଭାବରେ ଉଜୁଡ଼ିଲା ଧାନ ଫସଲ, ଚିନ୍ତାରେ ଚାଷୀ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର House Fire: ଭୟଙ୍କର ଘରପୋଡ଼ିରେ ଦୁଇ ମହିଳା ଦୁଇ ଶିଶୁ ମୃତ, ଜଣେ ଆହତ