ଅଜିତ ପଣ୍ଡା /ଗଞ୍ଜାମ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଶେରଗଡ ୧୧/୧୧ ଚାଲିଛି ଧର୍ମ ର ମାସ କାର୍ତ୍ତିକ। ଏଥିଲାଗି ଚାରି ଆଡେ ଆଧ୍ୟାତ୍ମିକ ବାତାବରଣ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶେରଗଡ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଶେରଗଡ ଗ୍ରାମବାସୀ ଙ୍କ ଦ୍ଵାରା ୫୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ। ଏଥିଲାଗି ଆଜି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈଯାଈଛି। ବୁଧବାର ପୂଜକ ସୂର୍ଯ୍ୟ ନାରାୟଣ ପଣ୍ଡା ଏବଂ ହରିହର ଦାସ ଙ୍କ ମନ୍ତ୍ରୋଚ୍ଚାରଣରେ ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଚଳିତ ବର୍ଷ ଏହି ନାମଯଜ୍ଞ କୁ ଆହୁରି ଆକର୍ଷଣୀୟ କରିବା ଲାଗି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ ଏବଂ ପ୍ରଚେଷ୍ଟା,ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ରେ ପି.ବାବୁଲା ପାତ୍ର, ଚେଈନ ସୁବୁଦ୍ଧି, ସୁବାଷ ସୁବୁଦ୍ଧି, ସମାଜସେବୀ ଦୁର୍ଗା ମାଧବ ବିଷୋୟୀ, ଯୁବ ସମାଜସେବୀ ବାସୁଦେବ ସ୍ବାଈଁ, ଏଲ.ରବି ନାରାୟଣ ପାତ୍ର, ପଠାଣି ଭଞ୍ଜ, କେଦାର ନାଥ ନାୟକ,ନୀଳାଞ୍ଚଳ ସୁବୁଦ୍ଧି ଙ୍କ ସମେତ ଶେରଗଡ ର ବହୁ ସଦସ୍ୟ ଉପସ୍ଥିତ ଥିଲେ।






