ଭଗବାନ ମହାନ୍ତି/ ଜିଲ୍ଲା ପ୍ରତିନିଧି/ ଜଗତସିଂହପୁର /ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 2!/10/2026 (ନି. ପ୍ର ): ଜଗତସିଂହପୁର ଜିଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତି ସାଙ୍ଗଙ୍କୁ ଆଲୋକମାଳ, ତୋରଣ, ଚାନ୍ଦୁଆ ଇତ୍ୟାଦି ଚିତାକର୍ଷକ ହେବାର ମନ ଲୋଭନୀୟ କରିଛି |ଦୁର୍ଗା ମାଙ୍କୁ ଭକ୍ତଗଣ ଧରା ତଳକୁ ଆବାହନ କରି ଆଶୀର୍ବାଦ ପ୍ରାପ୍ତ ହେବାର ଦେଖାଦେଇଛି|ଗ୍ରାମ ଗ୍ରାମ ଧରି ଭକ୍ତ ଗଣ ଆଶି ସହର ଭଳି ବାତାବରଣ ସୃଷ୍ଟି ହୋଇଯାଇଛି | ଆମ ପରମ୍ପରା ଓ ସଂସ୍କୃତି ଅନୁଯାଇ ବିଜୟା ଦସିମି ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟ | ମାଙ୍କ ଆଶୀର୍ବାଦରେ ଭକ୍ତଙ୍କ ମନର ଅହଂକାର, ଅଜ୍ଞାନ ଦୂର ହୋଇ ସରଳତା, ନମ୍ରତା, ଆଧ୍ୟାତ୍ମିକା, ପ୍ରଫୁଲତା, ସନ୍ତୋଷ, ସମତା ଓ ଦିବ୍ୟଜ୍ଞାନରେ ଆଲୋକିତ ହୁଅନ୍ତୁ | ଗ୍ରାମରେ ବର୍ତ୍ତମାନ ଚାଷୀ କ୍ଷେତରେ ଧାନ ଫୁଲ ହସ ଫୁଟେଇଛି… ଯୁବା ବର୍ଗ | ସତ୍ୟ କୁହନ୍ତି ସେ ମା ଙ୍କ କରୁଣା ଭିକ୍ଷା କରୁଛନ୍ତି ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ମଙ୍ଗଳ ପାଇଁ |ମା ସମସ୍ତଙ୍କୁ ସୁଖ, ଶାନ୍ତି, ଆନନ୍ଦ ଓ ସମୃଦ୍ଧି ପ୍ରଦାନ କରନ୍ତୁ | ସମସ୍ତ ଙ୍କର ମଙ୍ଗଳ ହେଉ | ଚାଷୀ ଭାଇ ମାନେ ଆନନ୍ଦରେ ରୁହନ୍ତୁ |ଏବର୍ଷ ମା ତାଙ୍କ ଫସଲ ଭଲ ଫଳାନ୍ତୁ |ଭଲ ଅମଳ କରାଇ ଲାଭବାନ କରାନ୍ତୁ |ଲିନା ଭଉଣୀ ମଧ୍ୟ ମା ଙ୍କ ଆଶୀର୍ବାଦ ମାଗିଛନ୍ତି ଜଗତର କଲ୍ୟାଣ ପାଇଁ |






